ETV Bharat / city

Panchayat Poll: ଆଜିଠୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

author img

By

Published : Feb 25, 2022, 10:39 PM IST

Updated : Feb 26, 2022, 8:07 AM IST

ଆଜିଠୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ବାଲାଟ ବକ୍ସରୁ ବାହାରିବ ଜନତାଙ୍କ ମତ । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପୁରା ପ୍ରସ୍ତୁତି ଶେଷ କରିଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି । ଅଧିକ ପଢନ୍ତୁ

ଶନିବାର ଆସିବ ଫଳାଫଳ, ଗଣତି ପାଇଁ ପ୍ରସ୍ତୁତି ଶେଷ
ଶନିବାର ଆସିବ ଫଳାଫଳ, ଗଣତି ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଆଜିଠୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ବାଲାଟ ବକ୍ସରୁ ବାହାରିବ ଜନତାଙ୍କ ମତ । କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିଛି ଗୋଟିଏ ପରେ ଗୋଟିଏ ଗଣତି ହେବ। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପୁରା ପ୍ରସ୍ତୁତି ଶେଷ କରିଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି ।

ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ବରଗଡ ଜିଲ୍ଲା ଅମ୍ବାବନାରେ 6 ନଂ ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ଦ୍ବନ୍ଦରେ ଜିତିଛନ୍ତି। ଏହାସହ କେନ୍ଦୁଝର ଘଟଗାଁ 8 ନଂ ଜୋନର ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଭୋଟ ଗ୍ରହଣ ସ୍ଥଗିତ ରହିଛି।

ତେବେ 851 ଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଗଣତି ହେବ। ସମିତି ସଭ୍ୟ ସିଟ ରହିଛି 6 ହଜାର 793 । ସେଥିରୁ 326 ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ମୋଟ 6 ହଜାର 467 ଜଣ ସମିତି ସଭ୍ୟଙ୍କ ପାଇଁ ଭୋଟ ଗଣତି ହେବ । ସରପଞ୍ଚ ପ୍ରାର୍ଥୀ 6 ହଜାର 793 ଟି ଆସନ ମଧ୍ୟରୁ 126 ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେଣୁ ମୋଟ 6 ହଜାର 667 ଟି ସରପଞ୍ଚ ଆସନ ପାଇଁ ଭୋଟ ଗଣତି ହେବ। 91 ହଜାର 890 ଆସନ ମଧ୍ୟରୁ 36 ହଜାର 523 ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେଣୁ 55 ହଜାର 377 ୱାର୍ଡ ମେମ୍ବର ଆସନ ପାଇଁ ଭୋଟ ଗଣତି ହେବ।

2017 ରେ ମୋଟ 849 ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି 476 ଟି ବିଜେପି 297 ଏବଂ କଂଗ୍ରେସ 60 ଟି ସିଟ ପାଇଥିଲା । ଅନ୍ୟ ଦଳଙ୍କୁ 16 ଟି ଆସନ ମିଳିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 26, 2022, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.