ETV Bharat / city

ଆଜି ଶେଷ ପର୍ଯ୍ୟାୟ ଭୋଟ ଗଣତି, ବିଜୟ ମୁହାଁ ବିଜେଡି

author img

By

Published : Feb 28, 2022, 7:33 AM IST

Updated : Feb 28, 2022, 10:31 PM IST

ଆଜି ଶେଷ ପର୍ଯ୍ୟାୟ ଭୋଟ ଗଣତି
ଆଜି ଶେଷ ପର୍ଯ୍ୟାୟ ଭୋଟ ଗଣତି

22:25 February 28

ବ୍ରହ୍ମଗିରିରେ ବିଜେଡି ଆଗୁଆ

ବ୍ରହ୍ମଗିରି: ଏହି ବ୍ଲକର ୩୦ ନମ୍ବର ଜୋନ୍‌ରେ ବିଜେଡିର ଜମ୍ବେଶ୍ଵର ସାହୁ 9479 ଭୋଟ ପାଇଥିବା ବେଳେ ବିଜେପିର ସୁରଥ ଦଳାଇଙ୍କୁ 7484 ଭୋଟ ମିଳିଛି । ସେପଟେ କଂଗ୍ରେସର ସୁରଥ ଦଳାଇ 7484 ଭୋଟ ପାଇଛନ୍ତି । ୧୧ ରାଉଣ୍ଡ ସୁଦ୍ଧା ବିଜେଡି 1995 ଭୋଟରେ ଆଗୁଆ ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

22:11 February 28

ରାଜନଗର ବ୍ଲକ ୩୨ ନମ୍ବର ଜୋନ୍‌ରେ ବିଜେଡି ବିଜୟୀ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ୩୨ ନମ୍ବର ଜୋନ୍‌ରେ ବିଜେଡିର ଖୁକୁମୀନା କୁଅଁର ୧୭୫୭୮ ପାଇ ବିଜୟୀ ହୋଇଛନ୍ତି । ବିଜେପିର ଆରତୀ ହାଁସଦାଙ୍କୁ ଏଠାରେ ୧୦୨୮୦ ଭୋଟ ମିଳିଥିବା ବେଳେ କଂଗ୍ରେସ ରତି ଦଳାଇଙ୍କୁ ୭୨୮୧ ଭୋଟ ମିଳିଛି । ବିଜେଡି ୭୨୯୮ ଖଣ୍ଡ ଭୋଟରେ ବିଜୟୀ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

21:30 February 28

ଝାରସୁଗୁଡ଼ାରେ ସବୁ ଜିଲ୍ଲା ପରିଷଦ ଆସନରେ ବିଜେଡିର କବ୍‌ଜା

ଝାରସୁଗୁଡ଼ା: ଜିଲ୍ଲାରେ ବିଜେଡି କ୍ଲିନ ସୁଇପ କରିଛି । ଝାରସୁଗୁଡା ଜିଲ୍ଲାର ସମସ୍ତ ୯ଟି ଜିଲ୍ଲା ପରିଷଦ ଆସନ ହତେଇଲା ବିଜେଡି । ଲଖନପୁର ବ୍ଳକର ୩ନଂ ଜୋନରେ ମଧ୍ୟ ବାଜି ମାରିଲା ବିଜେଡି । ଲଖନପୁର ଜୋନ ନମ୍ବର ୩ର ବିଜୁ ଜନତା ଦଳର ପ୍ରାର୍ଥୀନୀ ୧୩୬୨୧ ଭୋଟରେ ବିଜୟୀ ହୋଇଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

21:30 February 28

ଵଡମ୍ବା ୩୧ନମ୍ବର ଜୋନରେ ବିଜେଡି ବିଜୟୀ

କଟକ: ଵଡମ୍ବା ୩୧ନମ୍ବର ଜୋନରେ ଵିଜେଡିର ନୟନା ସାହୁ ଵିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ଵିଜେପିର ସସ୍ମିତା ନାୟକଙ୍କୁ ସେ ୮ହଜାର ୫ଶହ ୫୫ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

21:29 February 28

ଏରସମାରେ କଂଗ୍ରେସ ଆଗୁଆ, ବାଲିକୁଦାରେ ବିଜେଡି ଆଗୁଆ

ଜଗତସିଂହପୁର: ବାଲିକୁଦା ବ୍ଲକ 3ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରୁନିଲତା ବେହେରା 9646 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଡେଜିଲତା ଜେନା 5321 ଖଣ୍ଡ ଭୋଟ ପାଇ ପଛୁଆ ଅଛନ୍ତି। ସେହିଭଳି ଏରସମା ବ୍ଲକ ଜୋନ ନମ୍ବର 3ରେ ବିଜେଡି ପ୍ରାର୍ଥୀ ପୀତବାସ ଗୋଚ୍ଛାୟତ 10572 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ନିରାକାର ସ୍ବାଇଁ 4972 ଖଣ୍ଡ ଭୋଟ ପାଇ ପଛୁଆ ରହିଛନ୍ତି । ତିର୍ତ୍ତୋଲ ଜୋନ ନମ୍ବର 4ରେ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ଓଝା 4037 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଗଙ୍ଗାଧର ବିଶ୍ବାଳ 8334 ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

20:31 February 28

ଏରସମାରେ କଂଗ୍ରେସ ଆଗୁଆ, କୁଜଙ୍ଗରେ ବିଜେଡି ଆଗୁଆ

ଜଗତସିଂହପୁର: କୁଜଙ୍ଗ ଜୋନ ନମ୍ବର ୩ରେ ବିଜେଡି ପ୍ରାର୍ଥୀ ପୁଷ୍ପଲତା ବେହେରାଙ୍କୁ 5057 ଖଣ୍ଡ ଭୋଟ ପାଇଥିବା ବେଳେ CPI ଜିନ୍ମୟୀ ସାହାଣୀ 2290 ଖଣ୍ଡ ଭୋଟ ପାଇ ପଛୁଆ ଅଛନ୍ତି। ଏଠାରେ BJP ପଛରେ ରହିଛି । ତିର୍ତ୍ତୋଲ ୩ ନମ୍ବର ଜୋନରେ କଂଗ୍ରେସ ପ୍ରାର୍ଥୀ ମାନସ ବେହେରାଙ୍କୁ 4739 ଭୋଟ ମିଳିଛି । ବିଜେଡି ପ୍ରାର୍ଥୀ ସୁନୀଲ ବେହେରା 10990 ଖଣ୍ଡ ଭୋଟ ପାଇଁ ଆଗୁଆ ଅଛନ୍ତି। ଏରସମା ବ୍ଲକ ଜୋନ ନମ୍ବର ୪ରେ କଂଗ୍ରେସ ପ୍ରାର୍ଥୀ ପିନାକୀ ନାରାୟଣ ଦାସ 9206 ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ତାମିଲ କୁମାର ପ୍ରଧାନ 7895 ଖଣ୍ଡ ଭୋଟ ପାଇ ପଛୁଆ ଅଛନ୍ତି। ଏଠାରେ BJD ପଛୁଆ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

20:29 February 28

ବ୍ରହ୍ମଗିରିରେ ବିଜେଡି ଆଗେଇ ଚାଲିଛି

ବ୍ରହ୍ମଗିରି: ଏହି ବ୍ଲକ୍‌ରେ ଜୋନ୍‌ ନମ୍ବର ୩୦ରେ ବିଜେଡିକୁ ୭୬୮୪ ଭୋଟ ମିଳିଥିବା ବେଳେ ବିଜେପିକୁ ୬୦୬୨ ଭୋଟ ମିଳିଛି । ଏଠାରେ ବିଜେଡି ୧୮୦୨ ଭୋଟରେ ଆଗୁଆ ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

20:29 February 28

କେନ୍ଦ୍ରାପଡ଼ାରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ ଜୋନ ନମ୍ବର ୮ରେ ବିଜେଡିର ରଶ୍ମିରଞ୍ଜନ ରାଉତଙ୍କୁ ୭୫୩୦ ଭୋଟ ମିଳିଥିବା ବେଳେ ବିଜେପିର ଲଲାଟ କେଶରୀ ସାମଲଙ୍କୁ ୨୬୯୨ ଭୋଟ ମିଳିଛି । କଂଗ୍ରେସକୁ ୩୦୪୨ ଭୋଟ ମିଳିଛି । ଏଠାରେ ବିଜେଡି ୪୪୮୮ ଭୋଟରେ ଆଗୁଆ ରହିଛି । ଡେରାବିଶ ଜୋନ ନମ୍ବର 14ରେ

ବିଜେଡିର ଅରବିନ୍ଦ ମଲିକଙ୍କୁ 3620 ଭୋଟ ମିଳିଥିବା ବେଳେ ବିଜେପିର ମମତା ସେଠୀଙ୍କୁ 1917 ଭୋଟ ମିଳିଛି । କଂଗ୍ରେସର ନିମାଇଁ ଚରଣ ଜେନାଙ୍କୁ 713 ଖଣ୍ଡ ମିଲିଛି । ଏଠାରେ ବିଜେଡି ପ୍ରାର୍ଥି 1703 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

19:23 February 28

ସୋର ବ୍ଲକରେ ବିଜେଡି ଆଗୁଆ

ବାଲେଶ୍ବର: ସୋର ବ୍ଲକ ୪୫ ନଂ ଜୋନରେ ଅଷ୍ଟମ ରାଉଣ୍ଡ ଗଣତି ସୁଧା ବିଜେଡିର ଜୟରାମ ଦାସଙ୍କୁ 10,704 ଭୋଟ ମିଳିଛି । ସେପଟେ ବିଜେପିର ନିରୋଦ ପ୍ରଭା ପଣ୍ଡାଙ୍କୁ 6921 ଭୋଟ ମିଳିଥିବା ବେଳେ କଂଗ୍ରେସର ବସନ୍ତ ପୋଇଙ୍କୁ 3695 ଭୋଟ ମିଳିଛି । ଏଠାରେ 3781 ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

19:22 February 28

ଓଡ଼ପଡା ବ୍ଲକ୍‌ରେ ବିଜେଡି ଆଗୁଆ

ଢେଙ୍କାନାଳ: ଓଡ଼ପଡା ବ୍ଲକ୍‌ରେ ବିଜେଡିର ରାଜ କିଶୋର ୭୨୭୧ ଭୋଟ ସହ ଆଗୁଆ ରହିଛନ୍ତି । କଙ୍କଡାହାଡ଼ ୬ ନମ୍ବର ଜୋନରେ ବିଜେଡିର ରବିନାରାୟଣ ପ୍ରଧାନ ୧୧୧୧ ଭୋଟ ସହ ଆଗୁଆ ରହିଛନ୍ତି । କାମାକ୍ଷାନଗର ଜୋନ ନମ୍ବର ୯ରେ ବିଜେଡିର ଅବନ୍ତି ସେଠି ୯୯୩ ଭୋଟ ସହ ଆଗୁଆ ରହିଛନ୍ତି । ଗଁନ୍ଦିଆ ୧୨ ନମ୍ବର ଜୋନରେ ବିଜେଡିର ଅର୍ଚ୍ଚନା ପୁହାଣ ୭୫୫୭ ଆଗୁଆ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

19:22 February 28

କୋରେଇ ବ୍ଲକରେ ବିଜେଡି ଆଗୁଆ

ଯାଜପୁର: କୋରେଇ ବ୍ଲକର ଜୋନ ନମ୍ବର ୩ରେ ବିଜେଡିର ପ୍ରାର୍ଥୀ ନଳିନୀପ୍ରଭା ଜେନାଙ୍କୁ ୧୫୯୨୦ ଭୋଟ ମିଳିଥିବା ବେଳେ ବିଜେପିକୁ ୬୦୬୬ ଭୋଟ ମିଳିଛି । କଂଗ୍ରେସକୁ ଏଠାରେ ୨୯୭୯ ଭୋଟ ମିଳିଥିବା ବେଳେ ୯୮୫୪ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

18:43 February 28

ବୋଲଗଡରେ ଆଗେଇ ଚାଲିଛି ବିଜେଡି

ଖୋର୍ଦ୍ଧା: ବୋଲଗଡ ଜୋନ 27 ନମ୍ବର ଜୋନ୍‌ରେ ବିଜେଡିକୁ 10048 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ 6773 ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ 1731 ଭୋଟ ମିଳିଛି ଓ ସିପିଆଇକୁ 482 ଭୋଟ ମିଳିଛି । କଂଗ୍ରେସ ଏଠାରେ ବହୁ ବ୍ୟବଧାନରେ ଆଗରେ ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

18:43 February 28

ପୁରୀରେ ଆଗୁଆ ରହିଛି ବିଜେଡି

ପୁରୀ: କାକଟପୁର ବ୍ଲକ ୮ ନଂ ଜୋନରେ ବିଜେଡିର ସ୍ବାଧୀନ କୁମାର ନାୟକଙ୍କୁ 1068 ଖଣ୍ଡ ଭୋଟ ମିଳିଛି । ସେପଟେ ବିଜେପିର ସୁମିତ୍ରା ଘୋଷଙ୍କୁ 893 ଭୋଟ ମିଳିଥିବା ବେଳେ ବିଜେଡି 175 ଖଣ୍ଡ ଭୋଟରେ ଆଗୁଆ ରହିଛି ।

ସେହିଭଳି ଡେଲାଙ୍ଗ ବ୍ଲକ ୧୭ ନଂ ଜୋନରେ ବିଜେଡିର ଦିପ୍ତିଶ୍ରୀ ରାଉତରାୟଙ୍କୁ 4814 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ଶାନ୍ତିଲତା ପରିଡାଙ୍କୁ 3481 ଭୋଟ ମିଳିଛି । ଏଠାରେ ବିଜେଡି 1333 ଖଣ୍ଡ ଭୋଟରେ ଆଗୁଆ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

18:42 February 28

ସୋରରେ ବିଜେଡି ଆଗୁଆ

ବାଲେଶ୍ବର: ସୋର ବ୍ଲକ ୪୫ ନଂ ଜୋନରେ ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଜୟରାମ ଦାସଙ୍କୁ 9755 ଖଣ୍ଡ ଭୋଟ ମିଳିଛି । ବିଜେପିର ନିରୋଦ ପ୍ରଭା ପଣ୍ଡାଙ୍କୁ 6445 ଭୋଟ ମିଳିଥିବା ବେଳେ କଂଗ୍ରେସର ବସନ୍ତ ପୋଇଙ୍କୁ 3415 ଭୋଟ ମିଳିଛି । 3310 ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି । ବାହାନଗା ବ୍ଲକ 20 ନମ୍ବର ଜୋନରେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିର ଶିଶିର କୁମାର ଅଗସ୍ତିଙ୍କୁ 10076 ଭୋଟ ମିଳିଛି । ସେହିଭଳି ବିଜେପିର ଆମର କୁମାର ନାୟକଙ୍କୁ 7312 ଭୋଟ ମିଳିଥିବା ବେଳେ କଂଗ୍ରେସର ସାଧୁ ଚରଣ ପରିଡାଙ୍କୁ 2922 ଭୋଟ ମିଳିଛି । 2764 ଭୋଟ ରେ ବିଜେଡି ଆଗୁଆ ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

18:41 February 28

ଚୌଦ୍ବାର ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନା

କଟକ: ଟାଙ୍ଗୀ ଚୌଦ୍ବାର ଵ୍ଲକ ଗଣତି କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଛି । ଵାଣୀପଦା ସରପଞ୍ଚ ଭୋଟ ପୁନଃ ଭୋଟ ଗଣନା ଦାବିରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକେ ଗଣତି କେନ୍ଦ୍ର ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାର ସମସ୍ତ ୧୭ଟି ଜୋନରେ ବିଜେଡି ଆଗୁଆ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

17:06 February 28

ବୋଲଗଡ଼ରେ ବିଜେଡିକୁ ବିପୁଳ ଭୋଟ

ଖୋର୍ଦ୍ଧା: ବୋଲଗଡ ଜୋନ ନମ୍ବର 27ରେ ବିଜେଡିକୁ 8729 ଭୋଟ ମିଳିଥିବା ବେଳେ ବିଜେପିକୁ ୬୦୨୩ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ 1175 ଭୋଟ ମିଳିଛି । ବେଗୁନିଆ ବ୍ଲକ ଜୋନ ନମ୍ବର 24ରେ ବିଜେଡିର ତନୁଜା ପାଟଶାଣୀଙ୍କୁ 10140 ଭୋଟ ମିଳିଥିବା ବେଳେ ବିଜେପିର ଶ୍ୱେତସ୍ୱନି ରଣବିଜୁଳିଙ୍କୁ 3785 ଭୋଟକ ମିଳିଛି । କଂଗ୍ରେସକୁ ଏଠାରେ 910 ଖଣ୍ଡ ଭୋଟ ମିଳିଛି । ଏଠାରେ ବିଜେଡି 6355 ଭୋଟରେ ଆଗୁଆ ରହିଛି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

17:05 February 28

ବଡଚଣା ଓ ବରୀରେ ଆଗୁଆ ରହିଛି ବିଜେଡି

ଯାଜପୁର: ଜିଲ୍ଲା ବଡଚଣା ବ୍ଳକ ଜୋନ ନମ୍ବର ୧୯ରେ ବିଜେପିର କିଶୋର ଚନ୍ଦ୍ର ରାଉତଙ୍କୁ ୩୧୮୨ ଭୋଟ ମିଳିଛି । ବିଜେଡିର ଅରବିନ୍ଦ ସାମଲଙ୍କୁ ୭୭୫୬ ଭୋଟ ମିଳିଛି । ସେପଟେ କଂଗ୍ରେସର ଶ୍ରୀକାନ୍ତ କୁମାର ମଲ୍ଲିକ ୨୯୨୮ ଭୋଟ ମିଳିଥିବା ବେଳେ ୪୫୭୪ ଭୋଟରେ ଆଗୁଆ ରହିଛି ବିଜେଡି । ବରୀ ବ୍ଳକ ଜୋନ ନମ୍ବର ୨୩ରେ ବିଜେପିର ମନସ୍ମିତା ପରିଡାଙ୍କୁ ୩୯୮୨ ଭୋଟ ମିଳିଥିବା ବେଳେ ବିଜେଡିର ସୁମିତ୍ରା ଯାଦବଙ୍କୁ ୬୩୭୫ ଭୋଟ ମିଳିଛି । କଂଗ୍ରେସର ସ୍ନେହଲତା ସାମଲଙ୍କୁ ୨୦୯୬ ଭୋଟ ମିଳିଥିବା ବେଳେ ୨୩୯୩ ଭୋଟରେ ଆଗୁଆ ରହିଛି ବିଜେଡି ।

ବିଞ୍ଝାରପୁର ଜୋନ ନମ୍ବର ୨୭ରେ ବିଜେପିର ନିରଜହରଣୀ ନାୟକଙ୍କୁ ୩୦୮୨ ଭୋଟ ମିଳିଥିବା ବେଳେ ବିଜେଡିର ସୁନିତା ନାୟକଙ୍କୁ ୫୧୩୫ ଭୋଟ ମିଳିଛି । ସେହିଭଳି କଂଗ୍ରେସର ରେଖା ମଳିକଙ୍କୁ ୫୧୩ ଖଣ୍ଡ ଭୋଟ ମିଳଛି । ୨୦୫୩ ଭୋଟରେ ଆଗୁଆ ରହିଛି ବିଜେଡି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

17:05 February 28

ସୋର ବାହାନଗାରେ ବିଜେଡି ଲିଡରେ ରହିଛି

ବାଲେଶ୍ବର: ସୋର ବ୍ଲକ ୪୫ନଂ ଜୋନରେ ଗଣତିର ଷଷ୍ଠ ରାଉଣ୍ଡ ସୁଧା ବିଜେଡିର ଜୟରାମ ଦାସଙ୍କୁ 6399 ଭୋଟ ମିଳିଛି । ସେହିଭଳି ବିଜେପିର ନିରୋଦ ପ୍ରଭା ପଣ୍ଡାଙ୍କୁ 4347 ଭୋଟ ମିଳିଥିବା ବେଳେ କଂଗ୍ରେସର ବସନ୍ତ ପୋଇଙ୍କୁ 2558 ଭୋଟ ମିଳିଛି । 2052 ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି l

ବାହାନଗା ବ୍ଲକ 20 ନମ୍ବର ଜୋନରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଶିଶିର କୁମାର ଅଗସ୍ତିଙ୍କୁ 7984 ଭୋଟ ମିଳିଥିବା ବେଳେ ବିଜେପିର ଅମର କୁମାର ନାୟକଙ୍କୁ 5825 ଭୋଟ ମିଳିଛି । କଂଗ୍ରେସର ସାଧୁ ଚରଣ ପରିଡ଼ାଙ୍କୁ ଏଠାରେ 2334 ଭୋଟ ମିଳିଛି । 2159 ଭୋଟରେ ବିଜେଡି ଆଗୁଆ ରହିଛି ।

17:04 February 28

ନବରଙ୍ଗପୁରର ସମସ୍ତ ଜୋନ୍‌ରେ ବିଜେଡି ଆଗୁଆ

ନବରଙ୍ଗପୁର: ଉମରକୋଟ ଜୋନ ନମ୍ବର 3ରେ ବିଜେଡିର ଡାଳିମ୍ବ ଭତ୍ରା 3776 ଭୋଟରେ ଆଗୁଆ ରହିଛନ୍ତି । କୋଷଗୁମୁଡ଼ା ଜୋନ ନମ୍ବର 6ରେ ବିଜେଡିର କ୍ଷିରୋଦ ନାୟକ 3588 ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ଝରିଗାଁ ଜୋନ ନମ୍ବର 11ରେ ବିଜେଡିର ତ୍ରମିଲା ପୁଜାରୀ 2640 ଭୋଟରେ ଆଗୁଆ ରହିଛନ୍ତି । ପାପଡାହାଣ୍ଡି ଜୋନ 22ରେ ବିଜେଡିର ମୋତିରାମ ନାୟକ 730 ଭୋଟରେ ଆଗୁଆ ରହିଛନ୍ତି । ରାଇଘର ଜୋନ ନମ୍ବର 25ରେ ବିଜେଡିର ଲିପିକା ବାରୋଇ 2448 ଭୋଟରେ ଆଗୁଆ ରହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

16:33 February 28

କେନ୍ଦ୍ରାପଡ଼ାରେ ଆଗେଇ ଚାଲିଛି ବିଜେଡି

କେନ୍ଦ୍ରାପଡ଼ା: ଜୋନ ନମ୍ବର 22ରେ ବିଜେଡିର ଅପୁ ପରିଡାଙ୍କୁ 5444 ଭୋଟ ମିଳିଥିବା ବେଳେ ବିଜେପିର ସରୋଜକାନ୍ତ ସାହୁଙ୍କୁ 3763 ଭୋଟ ମିଳିଛି । ସେହିଭଳି କଂଗ୍ରେସର ବ୍ରଜମୋହନ ମଣ୍ଡଳଙ୍କୁ 336 ଭୋଟ ମିଳିଛି । ଏଠାରେ ବିଜେଡି ପ୍ରାର୍ଥୀ 1681 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଗରଦପୁର ଜୋନ ନମ୍ବର 11ରେ ବିଜେଡିର ମଞ୍ଜୁବାଳା ଜେନାଙ୍କୁ 3665 ଭୋଟ ମିଳିଛି । ବିଜେପିର ଡଲି ଶତପଥିଙ୍କୁ 3705 ଭୋଟ ମିଳିଥିବା ବେଳେ କଂଗ୍ରେସର ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କୁ 544 ଭୋଟ ମିଳିଛି । ଏଠାରେ ବିଜେପି ପ୍ରାର୍ଥିନୀ 40 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

16:12 February 28

ବାହାନଗା ବ୍ଲକରେ ବିଜେଡି ଆଗୁଆ

ବାଲେଶ୍ବର: ବାହାନଗା ବ୍ଲକ 20 ନମ୍ବର ଜୋନରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ 7054 ଭୋଟ ମିଳିଛି । ସେହିଭଳି ବିଜେପିକୁ 5178 ଭୋଟ ମିଳିଥିବା ବେଳେ କଂଗ୍ରେସକୁ 2081 ଭୋଟ ମିଳିଛି । ଏଠାରେ 1876 ଭୋଟରେ ବିଜେଡି ଆଗୁଆ ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

16:12 February 28

ବ୍ରହ୍ମଗିରିରେ ଆଗେଇ ଚାଲିଛି ବିଜେଡି

ବ୍ରହ୍ମଗିରି: ବ୍ଲକରେ ଜୋନ ନମ୍ବର ୩୦ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୪୫୬୨ ଭୋଟ ପାଇଛି । ସେହିଭଳି ବିଜେପିକୁ ୩୩୪୮ ଭୋଟ ମିଳିଛି । ବିଜେଡି ଏଠାରୁ ୧୨୧୪ ଭୋଟରେ ଲିଡ ନେଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

16:11 February 28

ନିଆଳି ବ୍ଳକରେ ପଛରେ ପଡ଼ିଲା ବିଜେପି

ଖୋର୍ଦ୍ଧା: ନିଆଳି ବ୍ଳକର ୨୨ ଓ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ ରହିଛି। ସେହିପରି ବାଲିଅନ୍ତା ବ୍ଲକ ୧୮ ନମ୍ବର ଜୋନରେ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ ରହିଛି । ସେହିପରି ବାଲିପାଟଣା ବ୍ଲକ ୨୧ ନମ୍ବର ଜୋନ ମଧ୍ୟ ବିଜେଡି ଆଗୁଆ ରହିଛି ।

ନିଆଳୀରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

15:45 February 28

ଅନୁଗୋଳରେ ଗୋଟିଏରେ ବିଜେପି ଆଗୁଆ, ୧୧ଟିରେ ବିଜେଡି ଆଗୁଆ

ଅନୁଗୋଳ: ଜିଲ୍ଲାରେ ୧୨ଟି ଜୋନ୍‌ରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି । ସେଥିମଧ୍ୟରୁ ଅଦ୍ୟାବଧି ଗୋଟିଏ ଆସନରେ ବିଜେପି ଆଗୁଆ ଥିବା ବେଳେ ବାକି ସମସ୍ତ ଆସନରେ ବିଜେଡି ଆଗୁଆ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

15:45 February 28

ଲଖନପୁର ଜୋନ 3ରେ ବିଜେଡିକୁ ଲିଡ୍‌

ଝାରସୁଗୁଡ଼ା: ଲଖନପୁର ଜୋନ 3ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିର ପୁଷ୍ପଲତା ସେଠଙ୍କୁ ୯୩୮୧ ଭୋଟ ମିଳିଥିବା ବେଳେ ବିଜେପିର ସଂଜୁଲତା ସେଠଙ୍କୁ ୨୮୯୧ଭୋଟ ମିଳିଛି । କଂଗ୍ରେସ ଓ ସିପିଆଇକୁ ଯଥାକ୍ରମେ ୪୧୦ ଓ ୬୯୫ ଖଣ୍ଡ ଭୋଟ ମିଳିଛି । ବିଜେଡି ଏଠାରେ ୬୪୯୦ ଭୋଟରେ ଲିଡ୍‌ କରୁଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

15:32 February 28

ଜଗତସିଂହପୁର ସମସ୍ତ ଜୋନ୍‌ରେ ବିଜେଡି ଆଗୁଆ

ଜଗତସିଂହପୁର: କୁଜଙ୍ଗ 3 ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପୁଷ୍ପଲତା ବେହେରା 2696 ଖଣ୍ଡ ଭୋଟ ପାଇଥିବା ବେଳେ CPI ପ୍ରାର୍ଥୀ ଜିନ୍ମୟୀ ସାହାଣୀ 1154 ଖଣ୍ଡ ଭୋଟ ପାଇ ପଛୁଆ ଅଛନ୍ତି । ଏଠାରେ BJP ପଛ ରେ ରହିଛି।

ତିର୍ତ୍ତୋଲ ବ୍ଲକ 3 ନମ୍ବର ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ମାନସ ବେହେରା 2797 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁନୀଲ ବେହେରା 6188 ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି। ବାଲିକୁଦା ବ୍ଲକ 3 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରୁନିଲତା ବେହେରା 4835 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଡେଜିଲତା ଜେନା 2304 ଖଣ୍ଡ ଭୋଟ ପାଇ ପଛୁଆ ଅଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

15:32 February 28

ମହାକାଳପଡ଼ାରେ ଚମକିଲା ବିଜେଡି

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଜୋନ ନଂ 23ରେ ବିଜେଡିର ମୃତୁଞ୍ଜୟ ମଣ୍ଡଳଙ୍କୁ 2896 ଭୋଟ ମିଳିଛି । ବିଜେପିର ଶଶିକାନ୍ତ ପରିଡାଙ୍କୁ 2458 ଭୋଟ ମିଳିଛି । ସେପଟେ କଂଗ୍ରେସର ସୁଶୀଲ କୁମାର ସେନାପତିଙ୍କୁ 131 ଭୋଟ ମିଳିଛି । ଏଠାରେ ବିଜେଡି 438 ଖଣ୍ଡ ଭୋଟରେ ଆଗୁଆ ରହିଛି ।

ଜୋନ ନମ୍ବର 22ରେ ବିଜେଡିର ଅପୁ ପରିଡାଙ୍କୁ 4461 ଭୋଟ ମିଳିଛି । ସେପଟେ ବିଜେପିର ସରୋଜକାନ୍ତ ସାହୁଙ୍କୁ 3050 ଭୋଟ ମିଳିଥିବା ବେଳେ କଂଗ୍ରେସର ବ୍ରଜମୋହନ ମଣ୍ଡଳଙ୍କୁ 191 ଭୋଟ ମିଳିଛି । ଏଠାରେ ବିଜେଡି ପ୍ରାର୍ଥୀ 1411 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

15:22 February 28

ନବରଙ୍ଗପୁରର ସମସ୍ତ ଜୋନ୍‌ରେ ବିଜେଡି ଆଗୁଆ

ନବରଙ୍ଗପୁର: ଜିଲ୍ଲାରେ ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି । ସମସ୍ତ ଜୋନ୍‌ରେ ଭାରି ସଂଖ୍ୟାରେ ଆଗୁଆ ରହିଛି ବିଜେଡି । ଉମରକୋଟ ଜୋନ ନମ୍ବର 3ରେ ବିଜେଡିର ଡାଳିମ୍ବ ଭତ୍ରା ଆଗୁଆ ରହିଛନ୍ତି । କୋଷଗୁମୁଡ଼ା ଜୋନ 6ରେ ବିଜେଡିର କ୍ଷିରୋଦ ନାୟକ ଆଗୁଆ ରହିଛନ୍ତି । ଝରିଗାଁ ଜୋନ 11ରେ ବିଜେଡିର ଆଗୁଆ ରହିଛନ୍ତି । ପାପଡାହାଣ୍ଡି ଜୋନ ନମ୍ବର 22ରେ ବିଜେଡିର ମୋତିରାମ ନାୟକ ଆଗୁଆ ରହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

15:21 February 28

ବୋଲଗଡରେ ବିଜେଡିକୁ ମିଳିଛି ବିପୁଳ ଭୋଟ

ଖୋର୍ଦ୍ଧା: ବୋଲଗଡ ଜୋନ 27 ନମ୍ବର ଜୋନ୍‌ରେ ବିଜେଡିକୁ 6412 ଭୋଟ ମିଳିଛି । ସେହିଭଳି ବିଜେପିକୁ 4192 ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୬୮୮ ଭୋଟ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

15:21 February 28

କେନ୍ଦ୍ରାପଡ଼ାରେ ପଛରେ ପଡ଼ିଲା ବିଜେପି

କେନ୍ଦ୍ରାପଡ଼ା: ଜିଲ୍ଲା 7 ନମ୍ବର ଜୋନରେ ବିଜେଡିର ମଧୁଛନ୍ଦା ମହାନ୍ତିଙ୍କୁ 4211 ଭୋଟ ମିଳିଛି । ସେପଟେ ବିଜେପିର ସଂଘମିତ୍ର ମଲିକଙ୍କୁ 808 ଖଣ୍ଡ ଭୋଟ ମିଳିଛି । ସେହିଭଳି କଂଗ୍ରେସର ସୁଜାତା ଦାସଙ୍କୁ 1924 ଭୋଟ ମିଳିଛି । ଏଠାରୁ 2287 ଭୋଟରେ ବିଜେଡି ଆଗୁଆ ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

15:19 February 28

କଟକରେ ୧୭ଟି ଜୋନ୍‌ରେ ବିଜେଡି ଆଗୁଆ

କଟକ: ଜିଲ୍ଲାର ୧୭ଟି ଜୋନ୍‌ରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି । ସମସ୍ତ ୧୭ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି । ନିଶ୍ଚିତକୋଇଲି ଜୋନ ୨୮ରେ ବିଜେଡିର ଶୁଭଶ୍ରୀ ମହାନ୍ତି ଆଗୁଆ ରହିଛନ୍ତି । ବଡ଼ମ୍ବା ଜୋନ ୩୧ରେ ବିଜେଡିର ନାରାୟଣ ସାହୁ ଆଗୁଆ ରହିଛନ୍ତି । ବାଙ୍କୀର ଜୋନ ୩୬ରେ ବିଜେଡିର ରଶ୍ମିରେଖା ପଣ୍ଡା ଆଗୁଆ ରହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

15:18 February 28

ପୁରୀର 7ଟି ଜୋନରେ ବିଜେଡି ଆଗୁଆ

ପୁରୀ: ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ଏଠାରେ ବିଜେଡି ଅପ୍ରତ୍ୟାଶିତ ଭାବରେ ଆଗେଇ ଚାଲିଛି । ପୁରୀରେ ମୋଟ 4ଟି ଜୋନରେ ବିଜେପି ଆଗୁଆ ରହିଛି। ଅବଶିଷ୍ଟ 7ଟି ଜୋନରେ ବିଜେଡି ଆଗରେ ରହିଛି

କଣାସ ବ୍ଲକ ୫ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡିର ଲିଙ୍ଗରାଜ ସ୍ବାଇଁଙ୍କୁ1209 ଭୋଟ ମିଳିଥିବା ବେଳେ ବିଜେପିର ଲତାମଣି ଜଗଦେବଙ୍କୁ 1370 ମିଳିଛି । ଏଠାରେ ବିଜେପି 161 ଭୋଟରେ ଆଗୁଆ ରହିଛି । ଗୋପ ବ୍ଲକ ୧୩ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡିର ମୋନାଲିସା ସେଠୀଙ୍କୁ 2518 ଭୋଟ ମିଳିଛି । ବିଜେପିର ରଶ୍ମିତା ରାଉତଙ୍କୁ 1663 ଭୋଟ ମିଳିଛି । ବିଜେଡି 855 ଭୋଟରେ ଆଗୁଆ ରହିଛି

ନିମାପଡା ବ୍ଲକ ୨୧ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡିର ସସ୍ମିତା ନାୟକଙ୍କୁ2462 ଭୋଟ ମିଳିଥିବା ବେଳେ ବିଜେପିର ପ୍ରୀତି ପ୍ରିୟଦର୍ଶିନୀ ନାୟକଙ୍କୁ 1693 ଭୋଟ ମିଳିଛି । ବିଜେଡି ଏଠାରେ 769 ଭୋଟରେ ଆଗରେ ରହିଛି । ପିପିଲି ବ୍ଲକ ୨୪ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡିର ଧରଣୀଧର ସାହୁଙ୍କୁ 2152 ଭୋଟ ମିଳିଛି । ବିଜେପିର ଅକ୍ଷୟ କୁମାର ବେହେରାଙ୍କୁ 2172 ଭୋଟ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

15:18 February 28

ଦିଗପହଣ୍ଡି ବ୍ଲକରେ ଆଗେଇ ଚାଲିଛି ବିଜେଡି

ଗଞ୍ଜାମ: ଦିଗପହଣ୍ଡି ଜୋନ ନମ୍ବର ୨୭ରେ ବିଜେଡି ପ୍ରାର୍ଥୀଙ୍କୁ ୨୬୪୫ ଭୋଟ ମିଳିଥିବା ବେଳି ବିଜେପିକୁ ୧୪୪୬ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ମାତ୍ର ୩୨୪ ଭୋଟ ମିଳିଛି । ଏଠାରେ ବିଜେଡି ୧୧୯୯ ଭୋଟରେ ଆଗୁଆ ରହିଛି ।

ଏହି ବ୍ଲକ୍‌ର ୨୮ ନମ୍ବର ଜୋନ୍‌ରେ ବିଜେଡିକୁ ୪୪୫୨ ଭୋଟ ମିଳିଥିବା ବେଳେ ବିଜେପିକୁ ୮୨୬ ଭୋଟ ମିଳିଥିଲା । ସେହିଭଳି କଂଗ୍ରେସକୁ ଏଠାରୁ ୩୩୨ ଭୋଟ ମିଳିଛି । ୨୮ ନମ୍ବର ଜୋନ୍‌ରେ ବିଜେଡି ୩୬୨୬ରେ ଆଗୁଆ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

14:07 February 28

କଟକର ୧୬ଟି ଜୋନରେ ବିଜେଡି ଆଗରେ

କଟକ: ମାହାଙ୍ଗାର ଦୁଇ ଜିଲ୍ଲା ପରିଷଦ ଜୋନ୪୧ ଓ ୪୨ନମ୍ବର ଜୋନରେ ଵିଜେଡି ଆଗୁଆ । ସାଲେପୁର ର ୪୫ଓ ୪୬ନମ୍ବର ଜୋନରେ ଵିଜେଡି ଆଗୁଆ। ନିଶ୍ଚିନ୍ତକୋଇଲି ର ୨୭ଓ ୨୮ଜୋନରେ ଵିଜେଡି ଆଗୁଆ। ନିଆଳୀର ୨୨ଓ ୨୩ନମ୍ବର ଜୋନରେ ଵିଜେଡି ଆଗୁଆ। ଵଡମ୍ବାର ୩୧ନମ୍ବର ଜୋନରେ ଵିଜେଡି ଆଗୁଆ । ନରସିଂହପୁର ୧୯ନମ୍ବର ଜୋନରେ ଵିଜେଡି ଆଗୁଆ । କଟକ ସଦର ୦୭ନମ୍ବର ଜୋନରେ ଵିଜେଡି ଆଗୁଆ । ଆଠଗଡ ୩ନମ୍ବର ଜୋନରେ ଵିଜେଡି ଆଗୁଆ । ଟାଙ୍ଗୀ ଚୌଦ୍ବାର ୧୨ନମ୍ବର ଜୋନରେ ଵିଜେଡି ଆଗୁଆ । ନରସିଂହପୁର ୧୮ନମ୍ବର ଜୋନରେ ଵିଜେଡି ଆଗୁଆ। ଟାଙ୍ଗୀ ଚୌଦ୍ବାର ୧୩ନମ୍ବର ଜୋନରେ ଵିଜେଡି ଆଗୁଆ।ଵାଙ୍କୀ ୩୬ନମ୍ବର ଜୋନରେ ଵିଜେଡିର ରଶ୍ମୀରେଖା ପଣ୍ଡା ଆଗୁଆ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

14:07 February 28

ମୟୂରଭଞ୍ଜ ୭ଟି ଜୋନରେ ବିଜେଡିର ବିଜୟ

ବାରିପଦା: ମୟୂରଭଞ୍ଜ ଦ୍ବିତୀୟ ଦିନ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛି । ୭ଟି ଜୋନରେ ବିଜେଡି ବିଜୟୀ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

14:06 February 28

ପୁରୀର ୮ଟି ଜୋନରେ ବିଜେଡି ଆଗରେ

ପୁରୀ: ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି। ଗୋପ ୧୪ ନମ୍ବର, ସତ୍ୟବାଦୀ ୩୩ନମ୍ବର ଓ କଣାସର ୫ନମ୍ବର ଜୋନରେ ବିଜେପି ଆଗୁଆ ରହିଛି। ଅବଶିଷ୍ଟ ୮ଟି ଜୋନରେ ବିଜେଡି ଆଗରେ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

14:05 February 28

କେନ୍ଦ୍ରାପଡା ଜୋନ 7 ଓ ଆଳି ଜୋନ ୪ରେ ବିଜେଡି ଆଗରେ

କେନ୍ଦ୍ରାପଡା: ଜୋନ 7ରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ପ୍ରଥମ ରାଉଣ୍ଡରେ 696 ଖଣ୍ଡ ଭୋଟ ରେ ଆଗୁଆ ବିଜେଡି । ସେହିପରି ଆଳି ଜୋନ ୪ରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି 1656 ଭୋଟରେ ଆଗୁଆ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

14:04 February 28

ସୋର ବ୍ଲକ୍ ୪୫ନଂ ଜୋନରେ ବିଜେଡି ଆଗୁଆ

ବାଲେଶ୍ବର: ଆଜି ସୋର ବ୍ଲକ୍ ୪୫ନଂ ଜୋନରେ ତୃତୀୟ ପର୍ଯ୍ୟାୟ ଗଣତି ଜାରି ରହିଛି । ତୃତୀୟ ରାଉଣ୍ଡ ରେ 854 ଖଣ୍ଡ ଭୋଟରେ ବିଜେଡି ଆଗୁଆ l

ବାଲେଶ୍ବରରୁ ଜୀବନ ଜ୍ୟୋତୀ ନାୟକ, ଇଟିଭି ଭାରତ

14:04 February 28

ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ତୃତୀୟ ଦିନରେ ଜିଲ୍ଲାର 7 ଟି ବ୍ଲକରେ ଗଣତି ହେଉଥିବା 12 ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ମାନେ ଆଗୁଆ ଅଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

13:13 February 28

ବେଲଗୁଣ୍ଠା ଜୋନ 49ରେ ଆଗରେ ବିଜେଡି

ବ୍ରହ୍ମପୁର: ବେଲଗୁଣ୍ଠା ବ୍ଲକ ଜିଲ୍ଲା ପରିଷଦ ଜୋନ 49ରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

13:13 February 28

ନୂଆପଡା 14 ନମ୍ବର ଜୋନରେ BJP ଆଗୁଆ

ନୂଆପଡା: ତୃତୀୟ ପର୍ଯ୍ୟାୟ ଭୋଟ ଗଣତିରେ ଜ଼ିଲ୍ଲା ପରିଷଦ 14 ନମ୍ବର ଜୋନରେ BJP ଆଗୁଆ । 9 ନମ୍ବର ଜୋନରେ କଂଗ୍ରେସ ଆଗୁଆ

। 3ନମ୍ବର ଓ 6ନମ୍ବର ଜୋନ ରେ BJD ଆଗୁଆ ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

13:12 February 28

ଯାଜପୁର ୩ ନମ୍ବର ଜୋନରେ ଆଗରେ ବିଜେଡି

ଯାଜପୁର: ୩ ନମ୍ବର ଜୋନରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୩୦୪ ଭୋଟରେ ଆଗରେ ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

13:11 February 28

କେନ୍ଦ୍ରାପଡାର ୧୦ଟି ଜୋନର ଫଳାଫଳ ପ୍ରକାଶ

କେନ୍ଦ୍ରାପଡା: ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ଜିଲ୍ଲାର ସମସ୍ତ 9ଟି ବ୍ଲକର 10ଟି ଜୋନ ଫଳାଫଳ ପ୍ରକାଶ ପାଇଛି । ଆଳି ବ୍ଲକ ଜୋନ 2,ଡେରାବିଶ୍ ବ୍ଲକ ଜୋନ 13,ଗରଦପୁର ବ୍ଲକ ଜୋନ 10ରେ ବିଜେଡି ବାଜିମାତ କରିଚି । ସେହିପରି କେନ୍ଦ୍ରାପଡ଼ା ବ୍ଲକ ଜୋନ 6, ମହାକାଳପଡ଼ା ବ୍ଲକ ଜୋନ 20, ମହାକାଳପଡ଼ା ବ୍ଲକ ଜୋନ 21, ରାଜକନିକା ବ୍ଲକ ଜୋନ 28, ରାଜନଗର ବ୍ଲକ ଜୋନ 31, ପଟ୍ଟାମୁଣ୍ଡାଇ ବ୍ଲକ ଜୋନ 16ରେ ବିଜେଡି ବାଜିମାତ କରିଛି । ମାର୍ଶାଘାଇ ବ୍ଲକ ଜୋନ 25ରେ ମଧ୍ୟ ବିଜେଡି ଜିତିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

12:11 February 28

ଖୋର୍ଦ୍ଧାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଫଳାଫଳ

ଖୋର୍ଦ୍ଧା: ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ୮ଟି ଜୋନରେ ବିଜେଡି ବାଜିମାତ କରିଥିବା ବେଳେ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି ବିଜେପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

12:10 February 28

କଟକ : ନରସିଂହପୁର ବ୍ଲକ୍ ଜୋନ୍ - 18ରେ ଶେଷ ହୋଇଛି ତୃତୀୟ ଦିନର ପ୍ରଥମ ରାଉଣ୍ଡ ଗଣତି । ବିଜେଡି ପ୍ରାର୍ଥୀ ଅଜୟ କୁମାର ପଣ୍ଡା ୯୭୮ଭୋଟ ପାଇ ଆଗରେ ରହିଛନ୍ତି ।

କଟକରୁ ନରାୟଣ ସାହୁ, ଇଟିଭି ଭାରତ

12:10 February 28

ଜୟପୁର ଓ ବୋରିଗୁମ୍ମାରେ ଜାରି ରହିଛି ଭୋଟ ଗଣତି

କୋରାପୁଟ: ଆଜି କୋରାପୁଟର ଜୟପୁର ଓ ବୋରିଗୁମ୍ମାରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ଜୟପୁରରେ ବିଜେଡି ଲିଟକରୁଥିବା ବେଳେ ବୋରିଗୁମ୍ମାରେ କଂଗ୍ରେସ ରହିଛି ଆଗରେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

12:10 February 28

ବୋଲଗଡ ଜୋନ 27ରେ ବିଜେଡି ଆଗରେ

ଖୋର୍ଦ୍ଧା: ତୃତୀୟ ପର୍ଯ୍ୟାୟ ଭୋଟ ଗଣତିରେ ବୋଲଗଡ ଜୋନ 27ରେ ବିଜେଡି ଆଗରେ ରହିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

12:09 February 28

କଟକର ୧୭ ଟି ଜୋନ ମଧ୍ୟରୁ ୮ଟି ଜୋନର ଫଳାଫଳ ପ୍ରକାଶ

କଟକ: କଟକ ଜିଲ୍ଲାର ୧୭ ଟି ଜୋନ ମଧ୍ୟରୁ ୮ ଟି ଜୋନ ର ଫଳାଫଳ ହସ୍ତଗତ ହୋଇଛି।ସମସ୍ତ ୮ ଟି ଜୋନ ରେ ବିଜେଡି ଆଗୁଆ ରହିଛି।ଜୋନ ୪୧,୪୨,୪୫,୪୬,୨୭ ,୨୮,୨୨,୨୩ ରେ ବିଜେଡି ଆଗୁଆ ରହିଛି। ସେହିପରି ବଡ଼ମ୍ବା ବ୍ଲକ ୩୧ ନଂ ଜୋନରେ ବିଜେଡ଼ି ପ୍ରାର୍ଥୀ ପ୍ରଥମ ରାଉଣ୍ଡ ସୁଦ୍ଧା ପର୍ଥୀନି ନୟନା ସାହୁ 807 ଭୋଟରେ ଆଗୁଆ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

10:38 February 28

ଆଳି ଓ ରାଜନଗରରେ ବିଜେଡି ଆଗରେ

କେନ୍ଦ୍ରାପଡ଼ା: ଆଜି ଶେଷ ପର୍ଯ୍ୟାୟ ଭୋଟ ଗଣତି । ଆଳି ଜୋନ ୪ରେ ବିଜେଡି 298 ଭୋଟରେ ଆଗୁଆ । ସେହିପରି ରାଜନଗର ଜୋନ ନଂ୩୨ ରେ ବିଜେଡି ୪୭୬ଖଣ୍ଡରେ ଆଗୁଆ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

10:38 February 28

କନ୍ଧମାଳର 18 ଟି ଜିଲ୍ଲା ପରିଷଦ ଜୋନରୁ 13 ଟିରେ ବିଜେଡିର ବାଜିମାତ

ଫୁଲବାଣୀ: ଗତ ଦୁଇଦିନ ଧରି ଜିଲ୍ଲାରେ ଜିଲ୍ଲା ପରିଷଦ ଭୋଟ ଗଣତି ଚାଲିଥିବା ବେଳେ ଆଜି ସମାପ୍ତ ହୋଇଛି । ଗତଥର ପରି କନ୍ଧମାଳରେ ପୁଣି ଜିଲ୍ଲା ପରିଷଦ ଗଠନ କରିବ ବିଜେଡି ,18 ଟି ଜିଲ୍ଲା ପରିଷଦ ଜୋନ ରୁ 13 ଟିରେ ବିଜୟୀ ହୋଇଛି ବିଜେଡି। ଅନ୍ୟ 5 ଟିରେ କଂଗ୍ରେସ 3 ଟି ଓ ବଜେପି 2 ଟି ଆସନ ରେ ବିଜୟୀ ହୋଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

10:38 February 28

ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣନାରେ ଭଦ୍ରକର ସମସ୍ତ ଆସନରେ ବିଜେଡିର ବିଜୟ

ଭଦ୍ରକ: ଦ୍ଵିତୀୟ ଦିନରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ 7 ଟି ବ୍ଲକରେ ଥିବା 9 ଟି ଜିଲ୍ଲା ପରିଷଦ ଜୋନର ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଚାନ୍ଦବାଲି ବ୍ଲକର 2 ନମ୍ବର ଜୋନରେ ବିଜେଡି ପ୍ରାଥୀ ରଞ୍ଜନ ସାହୁ 3099 ଭୋଟରେ ବିଜୟ। ଚାନ୍ଦବାଲି ବ୍ଲକର 3 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ଦାସ 3073 ଭୋଟରେ ବିଜୟ। ତିହିଡି଼ ବ୍ଲକର 7 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ବିଦ୍ୟୁତଲତା ନାୟକ 3344 ଭୋଟରେ ବିଜୟ।

ଧାମନଗର ବ୍ଲକର 11 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀନି ଉର୍ମିଳା ବିଶ୍ୱାଳ 3574 ଭୋଟରେ ବିଜୟ। ବନ୍ତ ବ୍ଲକର 15 ନମ୍ବର ଜୋନରେ ବିଜେଡି ପ୍ରାଥୀ ପ୍ରଫୁଲ୍ଲ ଜେନା 8309 ଭୋଟରେ ବିଜୟ।ବାସୁଦେବପୁର ବ୍ଲକର 18 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଜୟକୃଷ୍ଣ ନାୟକ 2565 ଭୋଟରେ ବିଜୟ। ବାସୁଦେବପୁର ବ୍ଲକର 19 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଯଦୁନାଥ ନାୟକ 2463 ଭୋଟରେ ବିଜୟ।ଭଣ୍ଡାରିପୋଖରୀ ବ୍ଲକର 23 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଲକ୍ଷ୍ମୀଧର ସାହୁ 4140 ଭୋଟରେ ବିଜୟ । ଭଦ୍ରକ ବ୍ଲକର 26 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଗୀତାରାଣୀ ମଲ୍ଲିକ 11,415 ଭୋଟରେ ବିଜୟୀ ହୋଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

10:37 February 28

ବ୍ରହ୍ମଗିରି ଜୋନ ୨୯ ଓ କୃଷ୍ଣ ପ୍ରସାଦ ଜୋନ 10ରେ ବିଜେଡିର ବିଜୟ

ବ୍ରହ୍ମଗିରି : ବ୍ରହ୍ମଗିରି ଜୋନ ୨୯ରେ ବିଜେଡିର ବିଜୟ । ବିଜେପିର ନିକଟତମ ପ୍ରତିଦ୍ୱନ୍ଦୀ ସିଲିସ୍ମିତା ନାୟକଙ୍କୁ ବିଜେଡ଼ି ର ସ୍ଵପ୍ନାରାଣୀ ସ୍ବାଇଁ 4028 ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି । ସେହିପରି କୃଷ୍ଣ ପ୍ରସାଦ ଜୋନ୍-10ରେ ବିଜେଡ଼ି ର ସନ୍ଦୀପ ଜେନା 1069 ଭୋଟରେ ବିଜୟୀ ହୋଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

10:04 February 28

୮୫୩ ଜିଲ୍ଲାପରିଷଦ ଆସନ ମଧ୍ୟରୁ ୭୨୬ଟିରେ ଲିଡ କରୁଛି ବିଜେଡି

ଭୁବନେଶ୍ବର:ସୋମବାର ସକାଳୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଆଜି ଶେଷ ପର୍ଯ୍ୟାୟ ଗଣତି । ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ମୋଟ ୮୫୩ ଆସନ ମଧ୍ୟରୁ ବିଜେଡି ମୋଟ 730 ଟି ଆସନରେ ବିଜୟ/ଲିଡ୍‌ କରୁଛି । ସେପଟେ ବିଜେପି ଆଜି ମଧ୍ୟ ପଛରେ ପଡ଼ିଯାଇଛି । ବିଜେପି ମୋଟ ୪୩ଟି ଆସନରେ ବିଜୟୀ କିମ୍ବା ଲିଡ୍‌ କରୁଛି । କଂଗ୍ରେସ 34ଟି ଆସନରେ ଭଲ ପ୍ରଦର୍ଶନ କିମ୍ବା ଲିଡ୍‌ କରୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

10:03 February 28

ପୁରୀରେ ୨୧ଟି ଜୋନରେ ବିଜେଡିର ବାଜିମାତ

ପୁରୀ: ଭୋଟ ଗଣତିର ଆଜି ତୃତୀୟଦିନରେ ଜିଲ୍ଲାର 11 ଟି ଜିଲ୍ଲା ପରିଷଦ ଆସନର ଗଣତି ଆରମ୍ଭ ହୋଇଛି। ମୋଟ 33 ଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଗଣତି ସୁଦ୍ଧା ବିଜେଡି ୨୧ଟି ଜୋନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ଗୋଟିଏ ସିଟ ହାତେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

10:00 February 28

ଦେବଗଡ଼ରେ ଲିଡ କରୁଛି ବିଜେଡି

ଦେବଗଡ଼: ସାତୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି ସରିଥିବା ବେଳେ , ବାରକୋଟ , ରିଆମାଳ ଓ ତିଳେଇବଣି ବ୍ଲକ ର ତିନୋଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଫଳରେ ମୋଟ ସାତୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 6 ଟି ଆସନରେ ବିଜେଡି ବିଜୟୀ ହୋଇଛନ୍ତି ।ଆଜି ଆଉ ମାତ୍ର ଗୋଟିଏ ଆସନ ବାରକୋଟ ଜୋନ 3 ର ଆଜି ଭୋଟ ଗଣତି ଚାଲିଥିବା ବେଳେ ସେଥିରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ସୂଚନା ମିଳିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

10:00 February 28

ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ଯାଜପୁରରେ ବିଜେଡିର ବାଜିମାତ

ଯାଜପୁର: ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ଜିଲ୍ଲାର ୧୨ଜୋନରେ ବିଜେଡିର ବାଜିମାତ । ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲି ନାହାନ୍ତି।

ଯାଜପୁରରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

09:59 February 28

କେନ୍ଦୁଝରରେ ବିଜେଡି ୨୫ ଆସନ ମଧ୍ୟରୁ ୨୪ରେ ବିଜୟୀ

କେନ୍ଦୁଝର: ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ଦିନ ଭୋଟ ଗଣତି ସୁଦ୍ଧା ମୋଟ ୨୫ ଟି ଆସନରୁ ବିଜେଡି୨୪ଟିରେ ବିଜୟୀ ହୋଇଛି । ମାତ୍ର ଗୋଟିଏରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

09:12 February 28

ରାଇରଙ୍ଗପୁର ଦ୍ବିତୀୟ ଭୋଟ ଗଣତି ଫଳାଫଳ

ରାଇରଙ୍ଗପୁର : ରାଇରଙ୍ଗପୁର ଉପଖଣ୍ଡରେ ଦ୍ବିତୀୟ ଦିନର ଭୋଟ ଗଣତିରେ ୪ଟି ଜୋନରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ଟିରେ JMM ବାଜିମାତ କରିଛି । ଏବେବିକୁସୁମୀ ବ୍ଲକ ୧୧ ନଂ ଜୋନ୍ ରେ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ ଆଗୁଆ ରହିଥିବା ବେଳେ ଭୋଟ ଗଣତି ଜାରି ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

09:12 February 28

ସୁବର୍ଣ୍ଣପୁରରେ ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ବିଜେଡିର ବାଜିମାତ

ସୁବର୍ଣ୍ଣପୁର: ଜିଲ୍ଲାରେ ବିଜେଡିର ବାଜିମାତ । ଦ୍ବିତୀୟ ପର୍ଯ୍ୟାୟ ଗଣତି ୬ଟି ଜୋନରେ ହୋଇଥିବା ବିଜେଡି ସମସ୍ତ ସିଟ ହାତେଇଛି । ଡୁଙ୍ଗୁରିପାଲି ବ୍ଲକ ଜୋନ ୨ରେ ମଞ୍ଜୁଶ୍ରୀ ମାଝୀ, ଉଲୁଣ୍ଡା ବ୍ଲକ ଜୋନ 2ରେ ଝସକେତନ ବଘାର, ସୋନପୁର ବ୍ଲକ ଜୋନ ୨ରେ ମଧୁସୁଦନ ଓତା , ବିନିକା ବ୍ଲକ ଜୋନ 2ରେ ବିଶିଷ୍ଟ ଭରାସାଗର, ବୀରମହାରାଜପୁର ବ୍ଲକ ଜୋନ ୨ର ଚନ୍ଦ୍ରକାନ୍ତୀ ଦନ୍ତା, ତରଭା ବ୍ଲକ ଜୋନ ୨ର ସକୁନ୍ତଳା ପୃଷ୍ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ

08:40 February 28

ଗଜପତିରେ ମୋଟ ୧୪ ଟି ଜୋନ୍ ମଧ୍ୟରୁ ୧୩ ଟିରେ ଫଳାଫଳ ଘୋଷଣା

ଗଜପତି: ଜିଲ୍ଲାର ମୋଟ ୧୪ଟି ଜୋନ୍ ମଧ୍ୟରୁ ୧୩ଟିର ଫଳାଫଳ ଘୋଷଣା ହୋଇଛି। ୧୦ଟିରେ ବିଜେଡ଼ି ବାଜିମାତ କରିଥିବା ବେଳେ ୨ଟିରେ କଂଗ୍ରେସ ଏବଂ ଗୋଟିଏ ରେ ବିଜେପି ବିଜୟୀ ହୋଇଛି। ଆଉ ଗୋଟିଏ ଜୋନର ଗଣତି ବାକି ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

08:39 February 28

ପୁରୀର ମୋଟ ୩୩ଟି ଜୋନରେ ୧୬ଟିରେ ବିଜେଡି ଓ ଗୋଟିଏରେ ବିଜେପିର ବାଜିମାତ

ପୁରୀ: ଦ୍ବିତୀୟ ଦିନ ଭୋଟ ଗଣତିରେ ପୁରୀରେ ୧୧ ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହୋଇଥିଲା । ଏଥି ମଧ୍ୟରୁ ୭ଟିର ଫଳାଫଳ ଆସିଛି । ୪ ଟି ରୁ ୬ ଟି ବିଜେଡି ବାଜିମାତ କରିଥିବା ବେଳେ ସତ୍ୟବାଦିର 32 ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ବିଜେପି ପ୍ରାର୍ଥୀ ଜିତିଛନ୍ତି। ଅ। ଆଜି ତୃତୀୟ ଦିବ ରେ ମଧ୍ୟ ବଳକା 11 ଟି ଜିଲ୍ଲା ପରିଷଦ ଆସନ ର ଭୋଟ ଗଣତି ହେବ। ପୁରୀ ଜିଲ୍ଲାର ମୋଟ 33 ଟି ଜିଲ୍ଲା ପରିଷଦ ଆସନ ରହିଛି। ଅସ୍ତରଙ୍ଗ ବ୍ଲକ ୨ନଂ ଜୋନରେ ବିଜେଡି ପ୍ରାର୍ଥୀ ବନିତା ବେହେରା ୬,୪୬୫ ଖଣ୍ଡ ଭୋଟରେ ବିଜୟୀ , ନିମାପଡା ବ୍ଲକ ୧୯ନଂ ଜୋନରେ ବିଜେଡି ପ୍ରାର୍ଥୀ ପ୍ରଦୀପ୍ତ ଖଟୋଇ ବିଜୟୀ । ଗୋପ ବ୍ଲକ 12 ନଂ ଜୋନରେ ପୁଷ୍ପରଣୀ ସ୍ୱାଇଁ ବିଜେଡି ୪,୦୩୫ ଖଣ୍ଡ ଭୋଟରେ ବିଜୟୀ । କାକଟପୁର, ଜୋନ ୭ରେ ବିଜେଡ଼ି ପ୍ରାର୍ଥୀ ସଂଯୁକ୍ତା ଦିକ୍ଷୀତ ୪୧୪୮ ଭୋଟ ରେ ବିଜୟୀ । ବ୍ରହ୍ମଗିରି, ଜୋନ ୨୯ରେ ବିଜେଡ଼ି ପ୍ରାଥୀ ସ୍ବପ୍ନାରାଣୀ ସ୍ବାଇଁ ୪୦୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସତ୍ୟବାଦୀ ୩୨ ନମ୍ବର ଜୋନ ଶେଷ ପର୍ଯ୍ୟାୟ ଗଣତି ସୁଦ୍ଧା ୨୪୪ ଖଣ୍ଡ ଭୋଟ ରେ ମାତ୍ରକ ଗୋଟିଏ ସିଟରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଦ୍ୱିତୀୟ ଦିନ ସୁଧା ମୋଟ ଫଳାଫଳ ଅନୁଯାୟୀ ବିଜେଡି 16 ଓ ବିଜେପି ଗୋଟିଏ ଜିତିଛି। ପୁରୀ ଜିଲ୍ଲାର ମୋଟ 33 ଟି ଜିଲ୍ଲା ପରିଷଦ ଆସନ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

07:43 February 28

ଆଜି କଟକରେ ୧୭ଟି ଜୋନରେ ଭୋଟ ଗଣତି

କଟକ: କଟକ ଜିଲ୍ଲାର ୧୭ଟି ଜିଲ୍ଲା ପରିଷଦ ଜୋନରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ହେଵ। ଦ୍ବିତୀୟ ଦିନ ଗଣତିରେ ୧୫ଟି ଜିଲ୍ଲା ପରିଷଦ ଜୋନରେ ଵିଜେଡିର ଵିଜୟ ଏକ ପ୍ରକାର ନିଶ୍ଚିତ ହୋଇଛି। ୧୨ଟି ଜିଲ୍ଲା ପରିଷଦ ଜୋନରେ ଵିଜେଡି ଵିଜୟୀ ହୋଇସାରିଥିଵା ଵେଳେ ତିନୋଟି ଜୋନରେ ନିର୍ଣ୍ଣାୟକ ଲିଡ୍ ହାସଲ କରିସାରିଲାଣି ଵିଜେଡି। ଦ୍ବିତୀୟ ରାଉଣ୍ଡରେ ଗଣତି ହୋଇଥିଵା ୧୫ ଜୋନରୁ ଗତ ନିର୍ଵାଚନରେ ଦୁଇଟି ଜୋନରେ ଵିଜେପି ଵିଜୟଲାଭ କରିଥିଲା। ମାତ୍ର ସେହି ଜୋନ ଗୁଡିକରେ ଚଳିତ ଥର ଵିଜେଡି ଵିଜୟୀ ହୋଇଛି। ଜିଲ୍ଲାରେ ଗଣତି ହୋଇଥିଵା ମୋଟ ୨୯ଟି ଜୋନ ମଧ୍ୟରୁ ଵିଜେଡି ୨୮ଟିରେ ଵିଜୟ ନିଶ୍ଚିତ କରିଥିବା ଵେଳେ ଗୋଟିଏରେ ଵିଜେପି ଵିଜୟୀ ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

07:42 February 28

ଦ୍ବିତୀୟ ଦିନ ଗଣତିରେ ସମ୍ବଲପୁରରେ ବିଜେଡିର ବାଜିମାତ

ସମ୍ବଲପୁର: ଦ୍ଵିତୀୟ ଦିନରେ ହୋଇଥିବା ମତ ଗଣନାର 9 ଟି ଜିଲ୍ଲା ପରିଷଦ ଜୋନ ରୁ 7 ଟି ଆସନରେ ବିଜେଡି ଓ 2 ଟି ଆସନରେ ବିଜେପିର ବିଜୟ ସୁନିଶ୍ଚିତ ହୋଇଛି।

ଏହିଭଳି ଭାବରେ ପ୍ରଥମ ଦିନର ଭୋଟ ଗଣତି ରେ ସମ୍ବଲପୁର ଜିଲ୍ଲାରେ ବିଜେଡି 9 ଟି ରୁ 9 ଟି ଯାକ ଆସନ ରେ ବିଜୟୀ ହୋଇଥିବା ବେଳେ,ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ର ମୋଟ 18 ଟି ଜିଲ୍ଲା ପରିଷଦ ସିଟ ରୁ ବିଜେଡି 16 ଟି ଓ ବିଜେପି 2 ଟି ରେ ବିଜୟୀ ହୋଇଛି।

07:42 February 28

ଦ୍ବିତୀୟ ଦିନ ଗଣତିରେ ଭଦ୍ରକରେ ବିଜେଡି ଆଗରେ

ଭଦ୍ରକ: ଦ୍ଵିତୀୟ ଦିନରେ ଜିଲ୍ଲାର୭ ଟି ବ୍ଲକରେ ଥିବା ୯ ଟି ଜିଲ୍ଲାପରିଷଦ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ରାତି ୧୨ଟା ସୁଦ୍ଧା ଚାନ୍ଦବାଲି ବ୍ଲକର 2 ନମ୍ବର ଜୋନରେ ବିଜେଡି ଆଗୁଆ ରହିଥିବା ବେଳେ ୩ ନମ୍ବର ଜୋନରେ ବିଜେଡି ଆଗୁଆ ରହିଛି । ସେହିପରି ତିହିଡି ବ୍ଲକ ୭ନମ୍ବର ଜୋନରେ ବିଜେଡି, ଧାମନଗର ବ୍ଲକର 11 ନମ୍ବର ଜୋନରେ ବିଜେଡ଼ି, ବନ୍ତ ବ୍ଲକର ୧୫ ନମ୍ବର ଜୋନରେ ବିଜେଡି, ବାସୁଦେବପୁର ବ୍ଲକର ୧୮ ଓ ୧୯ ନମ୍ବର ଜୋନରେ ବିଜେଡ଼ି, ଭଣ୍ଡାରିପୋଖରୀ ବ୍ଲକର 23 ନମ୍ବର ଜୋନରେ ବିଜେଡ଼ି , ଭଦ୍ରକ ବ୍ଲକର 26 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ଗୀତାରାଣୀ ମଲ୍ଲିକ ଆଗରେ ରହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

06:45 February 28

ଆଜି ୨୩୦ଟି ଜୋନରେ ଭୋଟ ଗଣତି

ଭୁବନେଶ୍ବର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଗଣତି ପରେ ଆଜି ପଞ୍ଚାୟତ ଭୋଟ ଗଣତିର ତୃତୀୟ ଦିନ । ଗତକାଲି ୩୦୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହୋଇଥିବା ବେଳେ ଆଜି ଶେଷ ପର୍ଯ୍ୟାୟରେ ୨୩୦ଟି ଜୋନରେ ଭୋଟ ଗଣତି ହେବ । ସକାଳ ୮ଟା ସମୟରେ ଆରମ୍ଭ ହେବ ଗଣତି ।

Last Updated : Feb 28, 2022, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.