ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା

author img

By

Published : Sep 13, 2021, 7:22 PM IST

ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ

ବଲାଙ୍ଗୀରର ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କରିଛନ୍ତି OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: ବଲାଙ୍ଗୀର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି(ସୋମବାର) ଏକ ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଅଧ୍ୟକ୍ଷା 'ମୋ ସ୍କୁଲ' କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷ୍ୟ ସ୍କୁଲ ଭାବେ ନିଜେ ପଢ଼ିଥିବା ବଲାଙ୍ଗୀର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଏହି କ୍ଲାସରୁମକୁ ଉଦଘାଟନ କରିଥିଲେ । ଏହାସହିତ ସ୍କୁଲ ଛାତ୍ରୀମାନଙ୍କୁ ବ୍ୟାଡମିଣ୍ଟନ କିଟ୍ ପ୍ରଦାନ କରିଥିବା ଜଣାପଡ଼ିଛି ।

ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ
ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ଏହି ଉଦଘାଟନ କାର୍ଯ୍ୟକ୍ରମ ପରେ ଓଟିଡିସି ଅଧ୍ୟକ୍ଷା ସ୍କୁଲ ପରିଦର୍ଶନ କରିଥିଲେ । ସ୍କୁଲ ଗୃହର ମରାମତି ପାଇଁ ଜିଲ୍ଲାପାଳ ପାଣ୍ଠି ବ୍ୟବସ୍ଥା କରିବା ସହ 5T ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସେହି ସ୍କୁଲରେ ନିର୍ମାଣ ଚାଲିଥିବା ଆଉ ୨ଟି ସ୍ମାର୍ଟ କ୍ଲାସରୁମ‌‌‌ ଓ ଇ-ଲାଇବ୍ରେରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ପୂର୍ବରୁ ଓଟିଡିସି ପକ୍ଷରୁ ଏହି ସ୍କୁଲରେ ସ୍ଥାପିତ ଏକ ଓ୍ବାଟର କୁଲର ଓ ପ୍ୟୁରିଫାୟାର ମେସିନକୁ ଅଧ୍ୟକ୍ଷା ଶ୍ରୀମୟୀ ଲୋକାର୍ପିତ କରିଥିଲେ ।

ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ
ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ

ଏହି ଅବସରରେ ଜିଲ୍ଲାପାଳ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀମାନଙ୍କୁ ସ୍ମାର୍ଟ କ୍ଲାସରୁମର ସଠିକ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପରାମର୍ଶ ଦେବା ସହ ପିଲାମାନେ କିଭଳି ଡିଜିଟାଲ ଶିକ୍ଷା ପଦ୍ଧତିରେ ଅଧିକ ଉପକୃତ ହୋଇପାରିବେ, ବ୍ୟବସ୍ଥିତ ଢଙ୍ଗରେ ସେଥିପ୍ରତି ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ
ପୋଷ୍ୟ ସ୍କୁଲର ସ୍ମାର୍ଟ କ୍ଲାସରୁମକୁ ଉଦଘାଟନ କଲେ OTDC ଅଧ୍ୟକ୍ଷା ଶ୍ରୀମୟୀ

ଅଧ୍ୟକ୍ଷା ଏହା ପୂର୍ବରୁ ବଲାଙ୍ଗୀରର ମନୋହରପୁରସ୍ଥିତ ପୋଲିସ ଉଚ୍ଚ ପ୍ରାଥମିକ ସ୍କୁଲରେ ଏକ ଓ୍ବାଟର କୁଲର ଓ ପ୍ୟୁରିଫାୟାରକୁ ଉଦଘାଟନ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ନିମନ୍ତେ ଓଟିଡିସି ପକ୍ଷରୁ ଏହି ମେସିନ୍ ଯୋଗାଇ ଦିଆଯାଇଛି। ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ତେବେ ସୂଚନା ଥାଉ କି , ଓଟିଡିସି ଅଧ୍ୟକ୍ଷା ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.