ETV Bharat / city

'ଓଡିଶା ସରକାର ଘୋଷଣା ସରକାର'

author img

By

Published : Feb 5, 2021, 9:59 PM IST

Updated : Feb 5, 2021, 10:40 PM IST

କୋରାପୁଟ କୋଟିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣାକୁ ବିରୋଧୀଙ୍କ ତୀବ୍ର ସମାଲୋଚନା । କେବଳ ପ୍ୟାକେଜ ଘୋଷଣା କରିଦେଲେ ବିକାଶ ହୋଇଯିବ ନାହିଁ । ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି ବିରୋଧୀ କହିଛନ୍ତି । ଅଧିକ ପଢନ୍ତୁ...

'ଓଡିଶା ସରକାର ଘୋଷଣା ସରକାର'
'ଓଡିଶା ସରକାର ଘୋଷଣା ସରକାର'

ଭୁବନେଶ୍ବର: କୋରାପୁଟ କୋଟିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣାକୁ ବିରୋଧୀଙ୍କ ସମାଲୋଚନା । କେବଳ ପ୍ୟାକେଜ ଘୋଷଣା କରିଦେଲେ ହେବନି ବରଂ ଲୋକଙ୍କ ପାଖରେ ପହଞ୍ଚି ବାସ୍ତବ ଚିତ୍ରକୁ ପରଖିବା ଉଚିତ୍ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

'ଓଡିଶା ସରକାର ଘୋଷଣା ସରକାର'

ସେହିପରି ଓଡିଶା ସରକାର ଘୋଷଣା ସରକାର, ଲୋକମାନଙ୍କ ପାଖରେ ଓଡିଶା ସରକାର ପହଞ୍ଚି ପାରୁ ନାହାନ୍ତି ବୋଲି ସେ କହିଛନ୍ତି । ଯଦି ରାଜ୍ୟ ସରକାର ଘଟଣାସ୍ଥଳକୁ ଯାଇ ସମସ୍ୟାର ସମାଧାନ ନକରନ୍ତି ତାହେଲେ ଏ ଘୋଷଣାର କୌଣସି ମୂଲ୍ୟ ରହିବ ନାହିଁ ବୋଲି ଗୋଲକ ମହାପାତ୍ର କହିଛନ୍ତି । ସେହିପରି କଂଗ୍ରେସର ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ଯାକେଜକୁ ସମାଲୋଚନା କରି କହିଛନ୍ତି ଯେ, 'ରାଜ୍ୟରେ ଶହ ଶହ ପ୍ରକଳ୍ପ ଶିଳାନ୍ୟାସ ହେଉଛି, ହେଲେ କାର୍ଯ୍ୟକାରୀ କେତେ ହେଉଛି । ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟକୁ ସୁରକ୍ଷିତ ରଖିପାରୁ ନାହାନ୍ତି, ଅନ୍ୟ ରାଜ୍ୟ ମାଡିଆସୁଛି । କେବଳ ଅନ୍ଯ ରାଜ୍ୟ ମାଡି ଆସୁନି ତ ବରଂ ଏଠାରେ ଆସି ନିର୍ବାଚନ କରୁଛି, ସେହି ନିର୍ବାଚନରେ ଓଡିଆ ଲୋକେ ମଧ୍ୟ ଭାଗ ନେଉଛନ୍ତି ।'

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର କରିବା ଚିନ୍ତାର ବିଷୟ । ଏହି ଘଟଣାକୁ ନେଇ ଓଡ଼ିଶାର ଗଣମାଧ୍ୟମ, ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ଉଦବେଗ ପ୍ରକାଶ କରୁଛନ୍ତି । କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷ ଧରି ଲାଗି ରହିଛି । ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍
ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated :Feb 5, 2021, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.