ETV Bharat / city

ରାଜ୍ୟରେ ଜଣେ ଶିଶୁ ସଂକ୍ରମିତ ହେବା ବି ଚିନ୍ତାଜନକ ବିଷୟ: DMET

author img

By

Published : Sep 2, 2021, 12:29 PM IST

ରାଜ୍ୟରେ ଗୋଟିଏ ବି ଶିଶୁ ସଂକ୍ରମିତ ହେବା ଚିନ୍ତାଜନକ ବିଷୟ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଶିଶୁ ସଂକ୍ରମିତ ହେବା ଚିନ୍ତାଜନକ ବିଷୟ: DMET
ରାଜ୍ୟରେ ଗୋଟିଏ ଶିଶୁ ସଂକ୍ରମିତ ହେବା ଚିନ୍ତାଜନକ ବିଷୟ: DMET

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଶିଶୁ ସଂକ୍ରମିତ ହେବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହା ମଧ୍ୟ ଆମ ପାଇଁ ଚିନ୍ତାଜନକ । ଯଦି ଶିଶୁଙ୍କ ପାଇଁ ଟିକା ଆସେ ତେବେ ଯୁଦ୍ଧକାଳୀନ ଭିତ୍ତିରେ ଶିଶୁଙ୍କ ଟୀକାକରଣ କରାଯିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ରାଜ୍ୟରେ ଗୋଟିଏ ଶିଶୁ ସଂକ୍ରମିତ ହେବା ଚିନ୍ତାଜନକ ବିଷୟ: DMET

ବର୍ତ୍ତମାନ ସ୍ଥିତିରେ କେରଳରେ ସଂକ୍ରମଣ ବଢୁଛି । କେରଳ ସମେତ ଆନ୍ତଃରାଜ୍ୟ ଚଳପ୍ରଚଳ ମଧ୍ୟ ଜାରି ରହିଛି । ତେବେ କେରଳ ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣ ହାର କମ ରହିଛି । ପ୍ରଥମ ଓ ଦ୍ବିତୀୟ ଲହରରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସମୟରେ ବି ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । କୋରୋନା ମହାମାରୀରେ ଶିଶୁମାନେ କମ୍ ସୁରକ୍ଷିତ ହୋଇପଡ଼ିଛନ୍ତି । କାରଣ ଏପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଟିକା ଆସିନାହିଁ ବୋଲି ସେ କହିଛନ୍ତି ।

ଅନ୍ୟ ବର୍ଗର ଲୋକମାନେ ଟିକା ନେଇ ସାରିଥିବାରୁ ସେମାନଙ୍କର ଆଣ୍ଟିବଡି ସୄଷ୍ଟି ହୋଇସାରିଛି। କିନ୍ତୁ ଶିଶୁ ମାନଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଆସିନାହିଁ । ତେବେ ସେହି ତୁଳନାରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗୋଟିଏ ଶିଶୁ ସଂକ୍ରମିତ ହେଲେ ବି ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହା ମଧ୍ୟ ଆମ ପାଇଁ ଚିନ୍ତାଜନକ। ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କର ଦାୟିତ୍ବ ରହିଥିବା ବେଳେ ଅଭିଭାବକ ଏବଂ ସ୍କୁଲକୁ ଯାଉଥିବା ପିଲାମାନଙ୍କ ପ୍ରତି ସ୍କୁଲ ଶିକ୍ଷକ ସମସ୍ତଙ୍କ ଦାୟିତ୍ଵ ରହିଛି । ଶିଶୁଙ୍କୁ କିଭଳି ଭାବରେ ସୁରକ୍ଷା ବାତାବରଣ ଯୋଗାଇ ଦିଆଯିବ ସେନେଇ ଧ୍ୟାନ ଦେବା ଆବଶ୍ୟକ । ବର୍ତ୍ତମାନ ସ୍ଥିତିରେ ଏହାର ମୂଳଲକ୍ଷ୍ୟ ହେଉଛି ଭୂତାଣୁ ଉତ୍ସକୁ ନିୟନ୍ତ୍ରଣ ରଖିବା।

ଯଦି ଗୋଟିଏ ଲୋକଙ୍କର ଦେହରେ ସଂକ୍ରମଣ ଦେଖାଯାଏ ତେବେ ଶିଶୁଙ୍କଠାରୁ ଦୂରେଇ ରହିବା ଦରକାର। ଯଦି ଛୋଟ ଶିଶୁଙ୍କ ଦେହରେ ସଂକ୍ରମଣ ଦେଖାଯାଏ ତେବେ ଶିଶୁଙ୍କୁ ଆଇସୋଲେଟ କରିବା ବର୍ତ୍ତମାନ ମୁଖ୍ୟ ପଦକ୍ଷେପ ହେବା ଆବଶ୍ୟକ । ଯଦି ଶିଶୁଙ୍କ ପାଇଁ ଟିକା ଆସିବ ସେହି ସମୟରେ ଯୁଦ୍ଧକାଳୀନ ଭିତ୍ତିରେ ଶିଶୁଙ୍କୁ ଟୀକାକରଣ କରାଯିବ।

ଦ୍ବିତୀୟରେ ପିଲାମାନେ ସ୍କୁଲ ଅପେକ୍ଷା ଘରେ ଅଧିକ ସମୟ ବିତାଉଛନ୍ତି । ତେବେ ଘରେ ରହୁଥିବା ସମସ୍ତ ସଦସ୍ୟମାନେ ଯଦି ସଚେତନ ହେବେ ତେବେ ପିଲାମନେ କମ ମାତ୍ରାରେ ସଂକ୍ରମଣ ହେବେ। ଅନ୍ୟପଟେ ରାଜ୍ୟରେ ଅଳ୍ପ ଦିନ ମଧ୍ୟରେ ଡେଥ ଅଡିଟ ଶେଷ ହେବ। ରାଜ୍ୟରେ ବହୁତ ପରିମାଣରେ ମୃତ୍ୟୁ କମିଛି ବୋଲି କହିଛନ୍ତି DMET ସିବିକେ ମହାନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.