ETV Bharat / city

ଆଜି ଆସିବ ରାଜ୍ୟ ବଜେଟ

author img

By

Published : Feb 22, 2021, 7:11 AM IST

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ 2021-22ର ବଜେଟ ଆଗତ କରିବେ । ଅଧିକ ପଢନ୍ତୁ...

ରାଜ୍ୟ ବଜେଟ
ରାଜ୍ୟ ବଜେଟ

ଭୁବନେଶ୍ବର: ଆଜି ବିଧାନସଭାରେ ଆର୍ଥିକ ବର୍ଷ 2021-22ର ବଜେଟ ଆଗତ ହେବ । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଅପରାହ୍ନ ଅଧିବେଶନରେ ବଜେଟ ଆଗତ ହେବ ବୋଲି ସୂଚନା ମିଳିଛି ।

ଚିଠା ବଜେଟକୁ 9 ତାରିଖରେ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିବାବେଳେ ଚଳିତ ବର୍ଷର ବଜେଟ 1ଲକ୍ଷ 70 ହଜାର କୋଟି ଟପି ଯାଇପାରେ ବୋଲି କୁହାଯାଉଛି । ଯାହା ଗତବର୍ଷ ତୁଳନାରେ 13 ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଉଛି ।

ଗତ ବର୍ଷ 2020-21ରେ ପ୍ରାୟ 1 ଲକ୍ଷ 50 ହଜାର ଟଙ୍କାର ବଜେଟ ଉପସ୍ଥାପନ ହୋଇଥିଲା । ସେପଟେ ବଜେଟ ଆଗତ ହେବା ପୂର୍ବରୁ ଶନିବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.