ଟିକା ଦେଉନି କେନ୍ଦ୍ର, ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Sep 20, 2022, 8:50 PM IST

ଟିକା ଦେଉନି କେନ୍ଦ୍ର, ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଟୀକାକରଣ ଅମୃତ ମହୋତ୍ସବ ଶେଷ ହେବାକୁ ଆଉ ୧୦ ଦିନ ଥିବା ବେଳେ ଦେଖାଦେଇଛି ଟିକା ନିଅଣ୍ଟ । ତେବେ ତୁରନ୍ତ ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ୧୮ରୁ ୫୯ ବର୍ଷ ବ୍ୟକ୍ତିଙ୍କ ପାଇଁ ନିଅଣ୍ଟ ହେଲାଣି ଟିକା । ଟିକାର ଆବଶ୍ୟକତା ରହିଥିବା ବେଳେ କେନ୍ଦ୍ର ଟିକା ଦେଉନାହିଁ । ଏଣୁ ୧୫ ଲକ୍ଷ ଟିକା ତୁରନ୍ତ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖିଛି ସ୍ଵାସ୍ଥ୍ୟ ବିଭାଗ । ଏ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

ଟିକା ଦେଉନି କେନ୍ଦ୍ର, ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ସୂଚନା ଅନୁସାରେ ରାଜ୍ୟରେ ଆରମ୍ଭ ହୋଇଥିବା ୭୫ ଦିନିଆ ମାଗଣା ଟୀକାକରଣ କାର୍ଯକ୍ରମ ଶେଷ ହେବାକୁ ଆଉ ମାତ୍ର ୧୦ ଦିନ ବାକି ଅଛି । ଏବେ ମାତ୍ର ୪ ଲକ୍ଷ ଟିକା ମହଜୁଦ ରହିଛି । କେନ୍ଦ୍ର ତୁରନ୍ତ ଟିକା ନ ଦେଲେ ଦୁଇଦିନ ଭିତରେ ଟିକା ଶେଷ ହୋଇଯିବ । ଏବେ ସୁଧା ରାଜ୍ୟରେ ୧ କୋଟି ୭ ଲକ୍ଷ ଲୋକ ବୁଷ୍ଟର ଟିକା ନେଇଛନ୍ତି । ଆହୁରି ୬୭ ପ୍ରତିଶତ ଲୋକ ଟିକା ନେବାକୁ ବାକି ଅଛନ୍ତି ।

ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ପାଣିଗ୍ରାହୀ କହିଛନ୍ତି, " ଯେହେତୁ ମାଗଣା ଟୀକାକରଣ ଲାଗି ୭୫ ଦିନ ସମୟ ଅଛି, ଅଧିକାଂଶ ଲୋକମାନେ ଟୀକାକରଣ କରାଇଛନ୍ତି । ତେବେ ଲୋକମାନେ ଆଗ୍ରହ ଦେଖାଇବା ବେଳେ ଆମ ପାଖରେ ଟିକା ସରିବାକୁ ବସିଲାଣି । ବର୍ତ୍ତମାନ ସୁଦ୍ଧା ମାତ୍ର ୩୩ ପ୍ରତିଶତ ୧୮ରୁ ୫୯ ବର୍ଷ ବ୍ୟକ୍ତି ପ୍ରିକସନ ଡୋଜ ନେଇଛନ୍ତି । ଅଧିକରୁ ଅଧିକ ଲୋକେ ଟୀକାକରଣ କରାଇବା ପାଇଁ ଆମ ପାଖରେ ଟୀକା ନହାହିଁ । ଆମ ପାଖରେ ଆଜି ସୁଦ୍ଧା ମାତ୍ର ୪ଲକ୍ଷ ଟିକା ଅଛି, ଯାହାକି ଆଉ ମାତ୍ର ୨ ଦିନ ଯିବ ।

ଏହା ବି ପଢନ୍ତୁ- Odisha Covid Cases: ରାଜ୍ୟରେ ନୂଆ 164 ସଂକ୍ରମିତ ଚିହ୍ନଟ

ପରେ ଟୀକାକରଣ ବାଧାପ୍ରାପ୍ତ ହେବ । ହାତରେ ଆଉ କମ ଦିନ ରହିଥିବା କାରଣରୁ କେନ୍ଦ୍ରକୁ ଆଉ ୧୫ ଲକ୍ଷ ଟୀକା ପାଇଁ ଚିଠି କରାଯାଇଛି । ଲୋକମାନେ ଟିକା ନେବାରେ ଆଗ୍ରହ ନେଲା ବେଳକୁ ଟିକା ରାଜ୍ୟରେ ନାହିଁ । ପୂର୍ବରୁ କେନ୍ଦ୍ରକୁ ୩୦ ଲକ୍ଷ ଟିକା ମଗାଯାଇଥିବା ବେଳେ ବହୁତ କମ ଟିକା ରାଜ୍ୟକୁ ଦେଇଥିଲା କେନ୍ଦ୍ର । ଏବେ ରାଜ୍ୟରେ ୩ ହଜାର ଟୀକାକାରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି।"

ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଟୀକାକରଣ ଅମୃତ ମହୋତ୍ସବ ଶେଷ ହେବ । ସାରା ଭାରତରେ ଜୁଲାଇ ୧୫ରୁ ମାଗଣା ପ୍ରିକସନ ଡୋଜ ଆରମ୍ଭ ହୋଇଥିଲା । ରାଜ୍ୟରେ କୋଭାସ୍କିନ କୋଭିସିଲ୍ଡ ଓ କର୍ଭିଭାକ୍ସ ଅଭାବ ଥିବାରୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ଗତ 24 ଘଣ୍ଟାରେ ଆଉ 164 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 97 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 67 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 43 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.