ETV Bharat / city

Russia-Ukraine Conflict: ପ୍ରବାସୀ ଓଡିଆଙ୍କ ପାଇଁ ଦିଲ୍ଲୀରେ ରାଜ୍ୟ ସରକାର ଖୋଲିଲେ ସହାୟତା ସେଲ

author img

By

Published : Feb 25, 2022, 4:10 PM IST

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଖୋଲିଲା ଓଡିଶାର ସ୍ବତନ୍ତ୍ର ସହାୟତା କେନ୍ଦ୍ର । ଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ତଥା ଆଇପିଏସ ରବିକାନ୍ତଙ୍କୁ ଏହି ସ୍ବତନ୍ତ୍ର ସହାୟତା କେନ୍ଦ୍ରର ନୋଡାଲ ଅଫିସର କରାଯାଇଛି । ଅଧିକ ପଢନ୍ତୁ

ପ୍ରବାସୀ ଓଡିଆଙ୍କ ପାଇଁ ଦିଲ୍ଲୀରେ ସରକାର ଖୋଲିଲେ ସହାୟତା ସେଲ
ପ୍ରବାସୀ ଓଡିଆଙ୍କ ପାଇଁ ଦିଲ୍ଲୀରେ ସରକାର ଖୋଲିଲେ ସହାୟତା ସେଲ

ଭୁବନେଶ୍ବର: ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଉଡୁଛି ଯୁଦ୍ଧ ବିମାନ । ପଡୁଛି ଯୁଦ୍ଧାସ୍ତ୍ର । ୟୁକ୍ରେନର ଅନେକ ସହର ଉପରେ ଏବେ ଋଷର ଟାର୍ଗେଟ ।

ପ୍ରବାସୀ ଓଡିଆଙ୍କ ପାଇଁ ଦିଲ୍ଲୀରେ ସରକାର ଖୋଲିଲେ ସହାୟତା ସେଲ
ପ୍ରବାସୀ ଓଡିଆଙ୍କ ପାଇଁ ଦିଲ୍ଲୀରେ ସରକାର ଖୋଲିଲେ ସହାୟତା ସେଲ

ଏହାରି ଭିତରେ ଫସି ରହିଛନ୍ତି ଅନେକ ଓଡିଆ ଶ୍ରମିକ ଓ ଛାତ୍ରଛାତ୍ରୀ । ସେମାନଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ପ୍ରବାସୀ ଶ୍ରମିକ ଓ ଛାତ୍ରଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଖୋଲିଲା ଓଡିଶାର ସ୍ବତନ୍ତ୍ର ସହାୟତା କେନ୍ଦ୍ର । ଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ତଥା ଆଇପିଏସ ରବି କାନ୍ତଙ୍କୁ ଏହି ସ୍ବତନ୍ତ୍ର ସହାୟତା କେନ୍ଦ୍ରର ନୋଡାଲ ଅଫିସର କରାଯାଇଛି । ଦିଲ୍ଲୀ ଓଡିଶା ଭବନର ଆବାସିକ କମିଶରଙ୍କ କାର୍ଯ୍ୟାଳୟରେ ଏହି ସ୍ବତନ୍ତ୍ର ସହାୟତା କେନ୍ଦ୍ର ଖୋଲା ଯାଇଛି ।

ଏହି ସ୍ବତନ୍ତ୍ର ସହାୟତା କେନ୍ଦ୍ରର Whatsapp ନମ୍ବର, ଲ୍ୟାଣ୍ଡ ଲାଇନ ନମ୍ବର ଓ ମେଲ ଆଇଡି ଜାରି କରାଯାଇଛି । ୟୁକ୍ରେନରେ ରହୁଥିବା ଓଡିଆ ଓ ସେମାନଙ୍କ ପରିବାରକୁ ଯୋଗାଯୋଗ କରିବା ଲାଗି ପରାମର୍ଶ ଦିଆଯାଇଛି ।

ସହାୟତା ପାଇଁ ଯୋଗାଯୋଗ କରନ୍ତୁ -

ମୋବାଇଲ ହ୍ବାଟସଆପ-8527580245

ଲ୍ୟାଣ୍ଡଲାଇନ -011-23012751

ଇମେଲ - re.odishaAgmail.com / rescm-orgnic.in

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.