ETV Bharat / city

Russia-Ukraine Conflict: ପ୍ରବାସୀ ଓଡିଆଙ୍କ ଫେରିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

author img

By

Published : Feb 25, 2022, 5:24 PM IST

ୟୁକ୍ରେନରୁ ଫେରିବେ ଓଡିଶାର ଶ୍ରମିକ ଓ ଛାତ୍ର । ଏନେଇ ସମସ୍ତ ପରିବହନ ଓ ଅତ୍ୟାବଶ୍ୟକ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନୟନ କମିଶନର ଓ ଆବାସିକ କମିଶନରଙ୍କ ମିଳିତ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହେବ । ଅଧିକ ପଢନ୍ତୁ

ରାଜ୍ୟ ସରକାର
ରାଜ୍ୟ ସରକାର

ଭୁବନେଶ୍ବର: ୟୁକ୍ରେନରୁ ଫେରିବେ ଓଡିଶାର ଶ୍ରମିକ ଓ ଛାତ୍ର । ଏନେଇ ସମସ୍ତ ପରିବହନ ଓ ଅତ୍ୟାବଶ୍ୟକ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନୟନ କମିଶନର ଓ ଆବାସିକ କମିଶନରଙ୍କ ମିଳିତ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହେବ ।

ୟୁକ୍ରେନରେ ଫସିଥିବା ଓଡିଆ ଶ୍ରମିକ ଓ ଛାତ୍ରଙ୍କୁ ଫେରାଇ ଆଣିବା ଲାଗି ଆଜି ସକାଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରମିକ ଓ ଛାତ୍ରଙ୍କୁ ଫେରାଇ ଆଣିବା ଲାଗି ସମସ୍ତ ପରିବହନ ଓ ଅତ୍ୟାବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଦିଲ୍ଲୀରେ ଥିବା ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନରେ ଫସିଥିବା ଲୋକ ଓ ତାଙ୍କ ପରିବାର ସହ ଯୋଗାଯୋଗ କରି ସୂଚନା ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.