ETV Bharat / city

Odisha Assembly: ବାଲି ମାଫିଆଙ୍କ ଟାର୍ଗେଟରେ 27 ବିଧାୟକ, ବାଚସ୍ପତିଙ୍କଠୁ ମାଗିଲେ ସୁରକ୍ଷା

author img

By

Published : Mar 31, 2022, 10:31 PM IST

ବିପଦରେ ବିଧାୟକ। ଷୋଡଶ ବିଧାନସଭାରେ ପ୍ରାୟ 27 ଜଣ ବିଧାୟକଙ୍କ ଜୀବନ ପ୍ରତି ବିପଦ ଅଛି । କେତେବେଳେ କଣ ଘଟିବ କିଏ ଜାଣିଛି ? କିଏ ସୁରକ୍ଷା ଦେବ? ବାଲି ମାଫିଆଙ୍କ, ଖଣି ମାଫିଆଙ୍କ ଠାରୁ ଆମ ଜୀବନ ପ୍ରତି ବିପଦ ଅଛି। ତେଣୁ ସାର ଆମକୁ ସୁରକ୍ଷା ଦିଅନ୍ତୁ । ଅଧିକ ପଢନ୍ତୁ

ଚସ୍ପତିଙ୍କ ଠାରୁ ମାଗିଲେ ସୁରକ୍ଷା
ଚସ୍ପତିଙ୍କ ଠାରୁ ମାଗିଲେ ସୁରକ୍ଷା

ଭୁବନେଶ୍ବର: ବିପଦରେ ବିଧାୟକ । ପ୍ରାୟ 27 ଜଣ ବିଧାୟକଙ୍କ ଜୀବନ ପ୍ରତି ବିପଦ ଅଛି । କେତେବେଳେ କଣ ଘଟିବ କିଏ ଜାଣିଛି ? କିଏ ସୁରକ୍ଷା ଦେବ ? ବାଲି ମାଫିଆ, ଖଣି ମାଫିଆଙ୍କ ଠାରୁ ଏମାନଙ୍କ ଜୀବନ ପ୍ରତି ବିପଦ ଅଛି । ତେଣୁ ସାର ସୁରକ୍ଷା ଦିଅନ୍ତୁ । ଆଜି ବିଧାନସଭାର ଶୂନ୍ୟକାଳରେ ଏଭଳି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଯଦି ରାଜ୍ୟରେ ଲୋକ ପ୍ରତିନିଧି ତଥା ବିଧାୟକ ଅସୁରକ୍ଷିତ, ତାହା ସାଧାରଣ ଜନତାଙ୍କ ସୁରକ୍ଷା କଣ ? ଏହାକୁ ନେଇ ଏବେ ବଢିଛି ଚିନ୍ତା । ଶୂନ୍ୟକାଳରେ ବିଧାୟକଙ୍କ ସୁରକ୍ଷା ଲୋଡି ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ବାଲି, ଲୁହାପଥର, ମୋରମ,ମାଟି ବେଆଇନ ଭାବେ ଚାଲାଣ ହୋଇଛି। ବିନା ଟ୍ରାନଜିଟ ପାଶରେ ବାଲି ଉଠୁଛି । ୩୫ ହଜାର କୋଟିର ଲୁଟ ହେଉଛି ଲଘୁ ଖଣିଜ ଦ୍ରବ୍ୟ। ବିଧାୟକ ମାନେ ଏହାର ସ୍ବର ଉତ୍ତୋଳନ କରୁଥିବାରୁ ବିଧାୟକଙ୍କୁ ଧମକ ମିଳୁଛି । ସରକାରୀ, ବିରୋଧୀ ସମସ୍ତ ବିଧାୟକଙ୍କୁ ଧମକ ମିଳୁଛି ।

ମୋହନ ଆହୁରି କହିଛନ୍ତି ବାଲି ମାଫିଆଙ୍କ ଟାର୍ଗେଟରେ ବିଧାୟକ ଅଛନ୍ତି । ତେଣୁ ବାଚସ୍ପତିଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି ମୋହନ । ବାଚସ୍ପତି ମଧ୍ୟ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ଆଲୋଚନା କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.