ମୁକ୍ତିଲାଭ କଲା‌ ଓଡ଼ିଆ ଚଳଚ୍ଚିତ୍ର କହିବିନି ତତେ ଆଇ ଲଭ୍‌ ୟୁ

author img

By

Published : Jul 17, 2022, 4:57 PM IST

ସାରା ଓଡ଼ିଶାରେ ମୁକ୍ତିଲାଭ କଲା‌ ‘କହିବିନି ତତେ ଆଇ ଲଭ୍ୟୁ ୟୁ‘

ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର କହିବିନି ତତେ ଆଇ ଲଭ୍‌ ୟୁ । ଆଜି ଭୁବନେଶ୍ୱର ସ୍ଥିତ ସ୍ୱାତୀ ସିନେମା ହଲରେ ଏହାର ପ୍ରିମିୟର ହୋଇଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର କହିବିନି ତତେ ଆଇ ଲଭ୍ ୟୁ । ତିତ୍‌ଲି ପ୍ରଡକ୍ସନ୍ ନିବେଦିତ ଓ ଏଲ୍‌ ପ୍ରଡକ୍ସନ୍ ସହଯୋଗରେ ନିର୍ମିତ ଓଡ଼ିଆ ସିନେମା କହିବିନି ତତେ ଆଇ ଲଭ୍ ୟୁ ଆଜି ରିଲିଜ ହୋଇଛି । ସାରା ଓଡ଼ିଶାରେ ମୋଟ୍ ୨୦ଟି ହଲ୍‌ରେ ଏହି ଫିଲ୍ମ ରିଲିଜ୍ ହୋଇଯାଇଛି । ଭୁବନେଶ୍ବର ସ୍ବାତୀରେ ଏବଂ କଟକ ବୃନ୍ଦାବନ ହଲରେ ଏହାର ପ୍ରିମିୟର ହୋଇଥିବାବେଳେ, ଦର୍ଶକମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଛି ।

ସାରା ଓଡ଼ିଶାରେ ମୁକ୍ତିଲାଭ କଲା‌ ‘କହିବିନି ତତେ ଆଇ ଲଭ୍ୟୁ ୟୁ‘

ହଲରେ ଭରପୁର ଦର୍ଶକଙ୍କୁ ଦେଖିବାକୁ ମିଳିଛି । ଏପରିକି ହଲଟି ହାଉସଫୁଲ ରହିଥିବାବେଳେ, ଚଳଚ୍ଚିତ୍ର ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ଆଲ୍‌ବମ୍ ଓ ମ୍ୟୁଜିକ୍ ଭିଡିଓ ଦୁନିଆର ଚର୍ଚ୍ଚିତ ଷ୍ଟାର୍ ଲୁବୁନ-ଟୁବୁନ ଦୁଇଭାଇ ଏହି ସିନେମା ଜରିଆରେ ବଡ଼ ପରଦାରେ ନିଜ ଦକ୍ଷତା ଦେଖାଇଛନ୍ତି । କହିବିନି ତତେ ଆଇ ଲଭ୍ ୟୁର ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ ।

ଡିଓପିରେ ଟୁବୁନ ସେନ ଥିଲାବେଳେ କୋରିଓଗ୍ରାଫି କରିଛନ୍ତି ଦୁଇ ଭାଇ । ତେବେ ଚଳଚ୍ଚିତ୍ରର ସବୁଠୁ ବଡ଼ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଲୁବୁନ ନାୟକ ଭୂମିକାରେ ନଜର ଆସିଛନ୍ତି । ଆଉ ଏଥିରେ ତାଙ୍କ ନାୟିକା ହୋଇଛନ୍ତି ମୁମ୍ବାଇର ସୋନା । ସିନେମାର ସୁନ୍ଦର କାହାଣୀ ସାଙ୍ଗକୁ ଲୁବୁନ ଓ ସୋନା ଉଭୟଙ୍କ ନୂଆ ଯୋଡ଼ିକୁ ଦର୍ଶକଙ୍କୁ ବାନ୍ଧି ରଖିବ । ଏହାର କାହାଣୀ ରଚନା ସାଙ୍ଗକୁ ପ୍ରଯୋଜନା କରିଛନ୍ତି ପ୍ରୀତିଶ ମହାନ୍ତି ।

ସଂଳାପ ବାପୁ ଗୋସ୍ଵାମୀ ଲେଖିଥିବା ବେଳେ ଉଭୟ ବାପୁ ଓ ଡା.ନିର୍ମଳ ନାୟକ ଗୀତ ଗୁଡ଼ିକ ଲେଖିଛନ୍ତି । ହ୍ୟୁମାନ୍ ସାଗର, ଅର୍ପିତା ଚୌଧୁରୀ ଓ ଦିପ୍ତୀରେଖା ପାଢ଼ୀଙ୍କ ଭଳି କଣ୍ଠଶିଳ୍ପୀମାନେ ଗୀତ ଗୁଡ଼ିକୁ ଗାଇଛନ୍ତି । ସମସ୍ତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.