ମଧୁସୂଦନ LAW କଲେଜକୁ UGC ମାନ୍ୟତା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

author img

By

Published : Oct 13, 2021, 4:19 PM IST

ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା M.S LAW କଲେଜ, ମିଳିବ କେନ୍ଦ୍ରୀୟ ଅନୁଦାନ

କଟକ ମଧୁସୂଦନ ଆଇନ ମହାବିଦ୍ୟାଳାୟକୁ ବିଶ୍ବ ବିଦ୍ୟାଳୟ ତାଲିକାରେ ସ୍ଥାନ ଦେଲା UGC । ଏଣିକି ମିଳିବ କେନ୍ଦ୍ରୀୟ ଅନୁଦାନ । ଟ୍ବିଟ କରି ଖୁସି ବ୍ୟକ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କଟକ: ମଧୁସୂଦନ ଆଇନ ମହାବିଦ୍ୟାଳାୟକୁ ବିଶ୍ବବିଦ୍ୟାଳୟ ମନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ କାଲିକାରେ ସାମିଲ କଲା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ଏହି ବିଶ୍ବବିଦ୍ୟାଳୟ ଆୟୋଗ ଅଧିନିୟମ ୧୯୫୬ ଧାରା B ଅନୁସାରେ କେନ୍ଦ୍ରୀୟ ଅନୁଦାନ ପାଇବ । ଏନେଇ ନିଜେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ୟୁଜିସି ଅଧିନିୟମ 1956, ଧାରା 12(ବି) ଅନୁସାରେ ଏହି ବିଶ୍ୱବିଦ୍ୟାଳୟ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । pic.twitter.com/VxWl9xagyR

    — Dharmendra Pradhan (@dpradhanbjp) October 13, 2021 " class="align-text-top noRightClick twitterSection" data=" ">

ଧର୍ମେନ୍ଦ୍ର କହିଛନ୍ତି, ଏହି ନିଷ୍ପତ୍ତି ରାଜ୍ୟର ଆଇନ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୁଯୋଗ ଏବଂ ସେମାନଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସହାୟକ ହୋଇପାରିବ । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷାନୀତି ପାଇଁ ସଫଳ ହୋଇପାରିଛି । ଏହା ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବା ସହ ରାଜ୍ୟରେ ଆଇନ ଶିକ୍ଷାର ମାନକୁ ମଧ୍ୟ ବଢାଇପାରିବ ବୋଲି ମତ ରଖିଛନ୍ତି ଧର୍ମେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.