ETV Bharat / city

ମାଉସୀ ମା’ ମନ୍ଦିରରେ ଲାଗିଲା ରୁକୁଣା ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ

author img

By

Published : Apr 21, 2021, 8:34 PM IST

ମାଉସୀ ମନ୍ଦିରରେ ପହଞ୍ଚିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। କୋଭିଡ କଟକଣା ମଧ୍ଯରେ ରଥ ଟାଣିଲେ ସେବାୟତ ଓ ପୋଲିସ । ଅଧିକ ପଢନ୍ତୁ...

ମାଉସୀମା’ ମନ୍ଦିରରେ ଲାଗିଲା ରୁକୁଣା ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ
ମାଉସୀମା’ ମନ୍ଦିରରେ ଲାଗିଲା ରୁକୁଣା ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ

ଭୁବନେଶ୍ବର: ମାଉସୀ ମନ୍ଦିରରେ ପହଞ୍ଚିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ପହଞ୍ଚିବା ପରେ ରଥ ଉପରେ ଠାକୁରଙ୍କର ସନ୍ଧ୍ୟା ଆଳତି କରାଯାଇଛି । ପରମ୍ପରା ଅନୁଯାୟୀ ପ୍ରଭୁ ଚନ୍ଦ୍ରଶେଖର , ବାସୁଦେବ, ରୁକ୍ମିଣୀଙ୍କ ପଣ୍ଡିତ ବିଜେ କରାଯାଇ ରାମେଶ୍ବର ମନ୍ଦିରକୁ ନିଆଯାଇଥିଲା । ରାମେଶ୍ବର ମନ୍ଦିରରେ ସମସ୍ତ ନୀତିକାନ୍ତି କରାଯିବ ।

ମାଉସୀମା’ ମନ୍ଦିରରେ ଲାଗିଲା ରୁକୁଣା ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ

ସେହିପରି ଆସନ୍ତା ୨୪ ତାରିଖରେ ପୁଣି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ସନ୍ଧ୍ୟା ପରେ ରଥ ଟାଣିବା ପାଇଁ ବାରଣ ଥିବାରୁ ଗତକାଲି ଗୋସାଗରେଶ୍ବର ଛକ ନିକଟରେ ଅଟକିଥିଲା ରଥ। ଗତକାଲି ଭଳି ଆଜି ସମ୍ପୂର୍ଣ୍ଣ କୋଭିଡ କଟକଣାର ମଧ୍ୟରେ ରଥକୁ ଟାଣିଥିଲେ ସେବାୟତ ଓ ପୋଲିସ କର୍ମଚାରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.