ETV Bharat / city

ସହର ଭିତରେ ହାର୍ଡକୋର ଗ୍ୟାଙ୍ଗ, ରାଜଧାନୀରେ ଲୁଟ ପାଇଁ କଲେ ହତ୍ୟା

author img

By

Published : Dec 7, 2021, 10:55 AM IST

ଚେନ୍ ଲୁଟ ପାଇଁ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଛୁରିରେ ଆକ୍ରମଣ କଲେ ଦୁଇ ଅପରାଧୀ (Murder in Bhubaneswar) । ଶେଷରେ ଚିକିତ୍ସିତ ଆବସ୍ଥାରେ ଆଖି ବୁଜିଲେ ଆକ୍ରଣରେ ଶିକାର ବ୍ୟକ୍ତି । ଏହି ଘଟଣାରେ କେନ୍ଦ୍ରାପଡା ଗ୍ୟାଙ୍ଗ ( Kendrapara Gang)ର ହାତ ଥିବା ନେଇ ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

ସହର ଭିତରେ ହାର୍ଡକୋର ଗ୍ୟାଙ୍ଗ, ରାଜଧାନୀରେ ଲୁଟ ପାଇଁ କଲେ ହତ୍ୟା
ସହର ଭିତରେ ହାର୍ଡକୋର ଗ୍ୟାଙ୍ଗ, ରାଜଧାନୀରେ ଲୁଟ ପାଇଁ କଲେ ହତ୍ୟା

ଭୁବନେଶ୍ବର : ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ (Murder in Bhubaneswar) । ଚେନ୍ ଲୁଟ ପାଇଁ ବିଚ ରାସ୍ତାରେ ହତ୍ୟା ଉଦ୍ୟମ ( Murder for Loot) । ରସୁଲଗଡର ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଛୁରିରେ ଆକ୍ରମଣ କଲେ ଦୁଇ ଅପରାଧୀ । ଶେଷରେ ଚିକିତ୍ସିତ ଆବସ୍ଥାରେ ଆଖି ବୁଜିଲେ ଆକ୍ରଣରେ ଶିକାର ବ୍ୟକ୍ତି । ଏଭଳି ଘଟଣା ଘଟିଛି ଭୁବନେଶ୍ବର କମିସନରେଟ ପୋଲିସ ଅଞ୍ଚଳ ଶହୀଦ ନଗର ଥାନା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ୟବସାୟୀ ସନ୍ତୋଷ ରାଉତ । ତେବେ ଏହି ଘଟଣାରେ କେନ୍ଦ୍ରାପଡା ଗ୍ୟାଙ୍ଗ ( Kendrapara Gang)ର ହାତ ଥିବା ନେଇ ସନ୍ଦେହ କରୁଛି ପୋଲିସ ।

ସୂଚନା ଅନୁଯାୟୀ ଗତ ୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସନ୍ତୋଷ ରାଉତଙ୍କ ଠାରୁ ଚେନ ଲୁଟ କରିବାକୁ ଯାଇ ଦୁର୍ବୃତ୍ତ ମାନେ ତାଙ୍କ ପେଟକୁ ଧାରୁଆ ଛୁରୀରେ ଭୁଷି ଆକ୍ରମଣ କରିଥିଲେ । ପରେ ଦୁଇଦିନ ଧରି ଚିକିତ୍ସିତ ହେବା ପରେ ହସ୍ପିଟାଲରେ ୫ ତାରିଖରେ ପ୍ରାଣ ହରାଇଥିଲେ। ଯାହାକୁ ନେଇ ରାଜଧାନୀରେ ଅପରାଧୀଙ୍କ ସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଘଟଣାରେ କେନ୍ଦ୍ରାପଡା ଗ୍ୟାଙ୍ଗର ହାତ ରହିଥିବା ପୋଲିସ ସନ୍ଦେହ କରି ଦୁଇ ଦିନ‌ ହେଲା କେନ୍ଦ୍ରାପଡାରେ କମିସନରେଟ ପୋଲିସ ରେଡ କରିଛି ।

ତେବେ କେବଳ ଏହି ଘଟଣା ନୁହେଁ ସପ୍ତାହ ମଧ୍ୟରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ବୃଦ୍ଧା ଦମ୍ପତିଙ୍କ ଘରେ ପଶି ଡକାୟତି ଗ୍ୟାଙ୍ଗ ବୃଦ୍ଧାଙ୍କ ଗହଣା ଓ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ। ସେହିପରି ଖଣ୍ଡଗିରିରେ ଏକ ଗହଣା ଦୋକାନରେ ଗ୍ରିଲ ତାଡି ସଟର କାଟି ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟ ହୋଇଥିଲା । ତେବେ ଏହି ସବୁ ଘଟଣା ପଠରେ ପଛରେ ଏକ ଗ୍ୟାଙ୍ଗର ହାତ ରହିଥିବା ପୋଲିସ ସନ୍ଦେହ କରୁଛି । ଯାହାକୁ ଧରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏନେଇ ଏକ ଟିମ ଗଠନ କରି କମିସନରେଟ ପୋଲିସ ତଦନ୍ତ ଚଳାଇଛି।

ସେହିପରି ସପ୍ତାହ ତଳେ ନୟାପଲ୍ଲୀ ରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଦୁଇଜଣ ହାର୍ଡକୋର ସୁପାରି କିଲର ଡେରା ପକାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଦୁଇଜଣକୁ ଗିରଫ କରିଛି। ହେଲେ କାହାକୁ ହତ୍ୟା କରିବାକୁ ଆସିଥିଲେ ଓ କିଏ ଦେଇଥିଲା ସୁପାରି ତାହାର ସୁରାକ ପାଉନି ପୋଲିସ। ମାଗାଜିନ ଖାଲିଥିବା ବନ୍ଧୁକ ଜବତ କରି ପୋଲିସ ଅପରାଧୀର ଏକ କାହାଣୀ କହୁଛି। କିନ୍ତୁ ପ୍ରଶ୍ନ ଉଠିଛି ସହରର ଇଣ୍ଟେଲିଜେନ୍ସ ପାଖରେ ଏନେଇ ଖବର‌ ନାହିଁ।

ତେବେ ରସୁଲଗଡରେ ବ୍ୟବସାୟୀକୁ ହତ୍ୟା କରିବା ପରେ ମଧ୍ୟ କ୍ରାଇମ କଣ୍ଟ୍ରୋଲ ଉପରେ ନଜର ରଖିବାକୁ ଗଠନ ହୋଇଥିବା ପିଓପିଡି ୬୦ ପାଖରେ ଏନେଇ ଖବର ନାହିଁ। ଘଟଣା ଘଟିବା ପରେ ପହଞ୍ଚୁଛନ୍ତି ଟିମ ୬୦। ହେଲେ ଏନେଇ ପୁରୁଣା ରେକର୍ଡର ସୂଚନା ଦେଇ ନିଜ ଅପରାଗତାକୁ ଲୁଚାଇବାକୁ ଚାହୁଛନ୍ତି ସିନିୟର ସୁପରକପ ଅଫିସର। ଯାହାକୁ ନେଇ ରାଜଧାନୀରେ କମିସନରେଟ ପୋଲିସ ଅପରାଧ ନିୟନ୍ତ୍ରଣ ନେଇ ଲୋକେ ଭର୍ସନା ଆରମ୍ଭ କଲେଣି। ସହରରେ ଶୋଇପଡିଲା କି ପୋଲିସ ବୋଲି ଶୁଣିବାକୁ ମିଳୁଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.