ETV Bharat / city

ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ପହଣ୍ଡି ଆରମ୍ଭ

author img

By

Published : Apr 24, 2021, 2:25 PM IST

ମାଉସୀମା ମନ୍ଦିରରୁ ବାହୁଡ଼ିଲେ ମହାଦେବ ଲିଙ୍ଗରାଜ। ସେବାୟତଙ୍କ ମେଳରେ ଆରମ୍ଭ ହୋଇଛି ମହାଦେବ ଲିଙ୍ଗରାଜଙ୍କ ପହଣ୍ଡି ବିଜେ। ରଥକୁ ପହଣ୍ଡିରେ ବିଜେ କରିବେ ପ୍ରଭୁ ଲିଙ୍ଗରାଜ, ମହାଦେବୀ ଓ ଦୋଳ ଗୋବିନ୍ଦ। ଅଧିକ ପଢ଼ନ୍ତୁ...

ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ପହଣ୍ଡି ଆରମ୍ଭ
ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ପହଣ୍ଡି ଆରମ୍ଭ

ଭୁବନେଶ୍ବର: ମାଉସୀମା ମନ୍ଦିରରୁ ବାହୁଡ଼ିଲେ ମହାଦେବ ଲିଙ୍ଗରାଜ। ସେବାୟତଙ୍କ ମେଳରେ ଆରମ୍ଭ ହୋଇଛି ମହାଦେବ ଲିଙ୍ଗରାଜଙ୍କ ପହଣ୍ଡି ବିଜେ। ରଥକୁ ପହଣ୍ଡିରେ ବିଜେ କରିବେ ପ୍ରଭୁ ଲିଙ୍ଗରାଜ, ମହାଦେବୀ ଓ ଦୋଳ ଗୋବିନ୍ଦ। କତିପୟ ସେବାୟତଙ୍କ ମେଳରେ ପହଣ୍ଡି ବିଜେ ହୋଇ ପ୍ରଭୁ ରଥରୂଢ଼ର ହୋଇଛନ୍ତି।

ଲିଙ୍ଗରାଜ ମନ୍ଦିର ପ୍ରଶାସନ,ପୋଲିସ ପ୍ରଶାସନ ପକ୍ଷରୁ ରଥଟଣା ଖୁବଶୀଘ୍ର ଆରମ୍ଭ ହେବ। ଏହାକୁ ନେଇ ସୂଚନା ଦେଇଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ପ୍ରସନ୍ନ କୁମାର ଦାଶ। ପୂର୍ବରୁ ସାଢ଼େ 3ଟାରେ ବାହୁଡ଼ାଯାତ୍ରା ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ହେଲେ କରୋନା ସଂକ୍ରମଣ ଏବଂ ସଟଡାଉନ କାରଣରୁ ଦିନ ଶୀଘ୍ର ରଥ ଟଣା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପଣ୍ଡା ।

ଆଜି(ଶନିବାର) ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥର ବାହୁଡା ଯାତ୍ରାରେ ସମସ୍ତ କଟକଣା ଅନୁସରଣ କରାଯାଉଛି। ବାହୁଡା ଯାତ୍ରା ପାଇଁ ରଥ ଦାଣ୍ଡରେ ୧୪୪ ଧାରା ଜାରି କରିଛି ପୋଲିସ ପ୍ରଶାସନ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିନା ଭକ୍ତରେ ହେବ ରଥଟଣା ଯିବ। କେବଳ ସେବାୟତ ଓ ପୋଲିସ ଟାଣିବେ ମହାଦେବ ଲିଙ୍ଗରାଜଙ୍କ ରଥ। କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଗାଇଡଲାଇନ ଅନୁଯାୟୀ ମହାଦେବ ଲିଙ୍ଗରାଜଙ୍କ ରଥଯାତ୍ରା କରାଯାଉଛି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.