ETV Bharat / city

ବନ୍ୟା ଅଞ୍ଚଳରେ ଜଳବାହିତ ରୋଗ ଡର, ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

author img

By

Published : Aug 22, 2022, 5:53 PM IST

ବନ୍ୟା ପାଣି କମିଲେ ବଢିପାରେ ଜଳବାହିତ ରୋଗ । ତେବେ ଏନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ବନ୍ୟା ଅଞ୍ଚଳରେ ଜଳବାହିତ ରୋଗ ଡର, ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ
ବନ୍ୟା ଅଞ୍ଚଳରେ ଜଳବାହିତ ରୋଗ ଡର, ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବନ୍ୟାରେ ବେହାଲ ଓଡିଶା(Flood in Odisha) । ବନ୍ୟା ପାଣି କମିଲେ ବଢିପାରେ ଜଳବାହିତ ରୋଗ । ମାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ମଧ୍ୟ ବଢ଼ିବାରେ ଦେଖାଯାଉଛି । ବାଲେଶ୍ୱରରେ ଏବେ ରୋଗୀ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଥିବାବେଳେ, ଏନେଇ ବାଲେଶ୍ୱର CDMOଙ୍କ ସହ ଯୋଗାଯୋଗ କରାଯାଇ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ସ୍ବାସ୍ଥ୍ୟ ବିଭାଗ ।

ବନ୍ୟା ଅଞ୍ଚଳରେ ଜଳବାହିତ ରୋଗ ଡର

ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ରପୀଡ଼ିତ ୧୪ ଜିଲ୍ଲାର ୨୩ ହଜାର ୩୬୭ ଜଣ ଲୋକ ଚିକତ୍ସା ହେଲେଣି । ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଇଛନ୍ତି । କିନ୍ତୁ କୌଣସି ଲୋକର ମୃତ୍ୟୁ ହୋଇନାହିଁ । ବିଶେଷ କରି ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାର୍ଯ୍ୟ କରାଯାଉଛି । ୫ ଲକ୍ଷ ୩୭ ହଜାର ହାଲୋଜିନ ବଟିକା ସହ ୧ ଲକ୍ଷ ୨୨ ହଜାର ଓଆରଏସ ବଣ୍ଟା ଯାଇଛି । ଏହାସହ ୨୧୦ଟି ମେଡିକାଲ ରିଲିଫ ଲେଣ୍ଟର ପ୍ରସ୍ତୁତ କରାଯାଇଥିବାବେଳେ, ୧୨୫ଟି ମୋବାଇଲ ହେଲଥ ଟିମ ନିୟୋଜିତ ଅଛନ୍ତି । ଲୋକଙ୍କୁ ସଫା ସୁତୁରା ରହିବା ପାଇଁ ସଚେତନ କରାଯାଉଛି । ବାଲେଶ୍ୱରରେ ଏବେ ରୋଗୀ ସଂଖ୍ୟା ବଢିବ ବୋଲି ଆଶଙ୍କା ରହିଥିବାରୁ ବାଲେଶ୍ୱର ସିଡିଏମଓଙ୍କ ସହ କଥା ହୋଇଛୁ । ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ବନ୍ୟା ପରେ ବୃଦ୍ଧି ପାଉଛି ଜଳବାହିତ ରୋଗ ଆଶଙ୍କା, ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ
ଏପଟେ କ୍ୟାପିଟାଲ ହସ୍ପିଟାଲରେ ବନ୍ୟାର ପ୍ରଭାବ ପଡିଛି । ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପଞ୍ଜିକରଣ କେନ୍ଦ୍ରରେ ଟୋକେନ ସଂଗ୍ରହ ପାଇଁ ୩ ଘଣ୍ଟା ଧାଡ଼ିରେ ଛିଡା ହେବାକୁ ପଡୁଛି । ଡାକ୍ତରଙ୍କୁ ଦେଖାଇବା ପାଇଁ ବି ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡୁଛି । ଫଳରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ପ୍ରତିଦିନ ୮୦୦ରୁ ଅଧିକ ରୋଗୀଙ୍କ ପାଇଁ ବେଡ୍ ଆବଶ୍ୟକ ଥିବାବେଳେ, ମାତ୍ର ୫୬୩ଟି ବେଡ୍‌ ରହିଛି । ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, "ବନ୍ୟା ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ସେଭଳି ସ୍ଥିତି ନାହିଁ । ବେଡ୍ କମ୍ ରହିଛି ଅଧିକ ବେଡ୍ ପାଇଁ ସରକାରଙ୍କୁ ଚିଠି ଲେଖି ଜଣାଯାଇଛି । ସରକାର ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ଉଦ୍ୟମ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.