ରୋବର୍ଟ ମ୍ୟାନ ଶାକ୍ୟସିଂହ, ଲକ୍ଷ୍ୟ ପ୍ରତିଘରେ ରୋବଟିକ୍ସର ବ୍ୟବହାର

author img

By

Published : Feb 29, 2020, 10:32 PM IST

Updated : Mar 2, 2020, 5:10 PM IST

first person of odisha who made 320 robot

ଓଡିଶାର ରୋବଟ ମ୍ୟାନ ଶାକ୍ୟସିଂହ । ରୋବର୍ଟ ତିଆରି କରିବା ଥିଲା ତାଙ୍କର ନିଶା । ଅକ୍ଲାନ୍ତ ପରିଶ୍ରମ ଏବଂ ଅହରହ ଉଦ୍ୟମ ବଳରେ ସେ ଆଜି ନିଜ ହାତରେ ଠିଆ କରିଛନ୍ତି ରୋବର୍ଟକୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ‘ରୋବର୍ଟ’ କହିଲେ ପିଲାଙ୍କ ମନରେ ଦେଖିବା ପାଇଁ ହେଉ ଅବା, ତା ସମ୍ପର୍କରେ ଶିଖିବା ପାଇଁ ଆଗ୍ରହ ପ୍ରକାଶ ପାଇଥାଏ । ଆଉ ପିଲାଙ୍କର ଏହି ଆଶାକୁ ପୂରଣ କରିବାକୁ ନିଜେ ରୋବର୍ଟ ବନାଉଛନ୍ତି ଓଡ଼ିଶାର ରୋବର୍ଟ ମ୍ୟାନ ଶାକ୍ୟସିଂହ ମହାପାତ୍ର । ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ ରୋବର୍ଟ ବନେଇବାରେ ସଫଳ ହୋଇଛନ୍ତି ।

ରୋବର୍ଟ ମ୍ୟାନ ଶାକ୍ୟସିଂହ

ଆଇଆଇଟି ଭୁବନେଶ୍ବରର ନିକଟରେ ଥିବା ଏକ ଷ୍ଟାଟ ଅଫ ସେଣ୍ଟରରେ ରହିଛି ଓଡ଼ିଆ ଉଦ୍ୟୋଗୀ ଶାକ୍ୟଙ୍କ ଲ୍ୟାବ । ଶ୍ୟାକଙ୍କ ରୋବଟିକ୍ସ ଲ୍ୟାବରେ କାମ କରୁଛନ୍ତି 41 ଜଣ ଆଇଟି ପ୍ରଫେସନାଲ । ନୂଆ ସର୍ଭିସ ରୋବୋ ସହ ଶ୍ୟାକ ରୋବଟିକ୍ସ ଦିଆଇୱାଇ (ଡୁଇଟୱେରସେଲଫ) ରୋବଟିକ୍ସ ଲର୍ଣ୍ଣିଂ କିଟ ନିର୍ମାଣ କରିଛନ୍ତି। ଏହା ବ୍ୟତୀତ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି କଷ୍ଟମାଇଜଡି ରୋଵୋ ପ୍ରସ୍ତୁତ କରାଯାଉଛି । ଏହାସହ ବିଭିନ୍ନ ପ୍ରକାରର ରୋବୋ ଉପରେ ହେଉଛି ଗବେଷଣା। ବର୍ତ୍ତମାନ ସମୟରେ ପିଲାଙ୍କର ରୋବଟିକ୍ସ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେଉଛନ୍ତି ଶାକ୍ୟ ।

ପୁଣେରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ସାରି ରୋବର୍ଟ ବନାଇବାରେ ବଢାଇଥିଲେ ନିଜ ଆଗ୍ରହ । ଜୀବନରେ ଅନେକ କଷ୍ଟ ସହି ସେ ଆଜି ଏପର୍ଯ୍ୟନ୍ତ ଜାରି ରଖିଛନ୍ତି ଏହି ଉଦ୍ୟମ । ଗୋଟିଏ ରୋବର୍ଟ ବନେଇବାକୁ 6 ମାସରୁ ଅଧିକ ସମୟ ଲାଗିଥାଏ ବୋଲି କହନ୍ତି ଶାକ୍ୟ । ରୋବର୍ଟ ବନାଇବାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ। ବର୍ତ୍ତମାନସୁଦ୍ଧା ମୋଟ 320 ଟି ରୋବର୍ଟ ନିର୍ମାଣ କରିଛନ୍ତି ସେ । ଯାହା ଖାଦ୍ୟ ପରସିବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ ।

2018 ମେକ ଇନ ଓଡିଶା ସମ୍ମିଳନୀରେ ପ୍ରଥମ କରି ଶାକ୍ୟଙ୍କ ରୋବର୍ଟ ପ୍ରଦର୍ଶିତ କରାଯାଇଥିଲା। ରୋବର୍ଟିକ୍ସ ଲ୍ୟାବ ଦ୍ବାରା ପ୍ରସ୍ତୁତ ଏହି ରୋବର୍ଟଟି ସମ୍ମିଳନୀର ଉଦଘାଟନ କାର୍ଯ୍ୟକ୍ରମରେ ଫିତା କାଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଇଁଚି ଦେଇଥିଲା ।

ରୋବର୍ଟର ଜ୍ଞାନ କୌଶଳକୁ ନେଇ ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଖରା ଛୁଟି ସମୟରେ 10 ଦିନ ପାଇଁ ସ୍ବଳ୍ପ ଟଙ୍କାରେ ପିଲାମାନେ ଶିକ୍ଷା ଲାଭ କରିଥାନ୍ତି। ଏହା ବ୍ୟତୀତ ଓଡିଶା ତଥା ଓଡିଶା ବାହାରେ ରହିଥିବା ସ୍କୁଲ ଓ କଲେଜ ମାନଙ୍କରେ ଶିକ୍ଷା ଦେଉଛନ୍ତି । ବିଶ୍ବରେ ଭାରତକୁ ରୋବର୍ଟର ରାଜଧାନୀ କରିବାର ଲକ୍ଷ୍ୟ ରଖିଥିବା ସହ ପ୍ରତିଘରେ ଘରେ ରୋବଟିକ୍ସ ବ୍ୟବହାର କରିବାକୁ ଅଣ୍ଟା ଭିଡିଛନ୍ତି ଶାକ୍ୟସିଂହ ମହାପାତ୍ର। ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated :Mar 2, 2020, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.