Kotia Dispute: ପ୍ରମାଣ ଯୋଗାଡ କରୁଛି ଆନ୍ଧ୍ର, ଓଡିଶା ସରକାର ଚୁପ କାହିଁକି ?

author img

By

Published : Sep 24, 2022, 10:15 PM IST

Etv Bharat

ସୁପ୍ରିମକୋର୍ଟରେ କୋଟିଆ ପାଇଁ ଆନ୍ଧ୍ର-ଓଡିଶା ଲଢେଇ ଜାରି ରହିଛି । ମାମଲାରେ ବିଜୟୀ ହେବା ପାଇଁ ପ୍ରମାଣ ଯୋଗାଡ କରୁଛି ଆନ୍ଧ୍ର ସରକାର । ହେଲେ ଓଡିଶା ସରକାର ପୁରା ଚୁପ ଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ସୁପ୍ରିମକୋର୍ଟରେ କୋଟିଆ ପାଇଁ ଆନ୍ଧ୍ର-ଓଡିଶା ଲଢେଇ ଜାରି ରହିଛି । କୋଟିଆ ମାମଲାରେ ବିଜୟୀ ହେବା ପାଇଁ ପ୍ରମାଣ ଯୋଗାଡ କରୁଛି ଆନ୍ଧ୍ର ସରକାର । ହେଲେ ଓଡିଶା ସରକାର ପୁରା ଚୁପ ଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ବାରମ୍ବାର ଉଠୁଛି ପ୍ରଶ୍ନ । ସୁପ୍ରିମକୋର୍ଟରେ ଚାଲିଛି କୋଟିଆ ପାଇଁ ଆନ୍ଧ୍ର-ଓଡିଶା ଲଢେଇ । କୋଟିଆ ମାମଲାରେ ଜିତିବାକୁ ହେଲେ ଓଡିଶାକୁ ଯଦି କିଛି ଦରକାର ତା ହେଉଛି ପ୍ରମାଣ । ପ୍ରମାଣ ଭିତରେ ମୁଖ୍ୟତଃ ଦୁଇଟି କଥା ଆସୁଛି । ଓଡିଶା ପ୍ରଶାସନିକ ଅଧିକାରୀ ସେହି ଅଞ୍ଚଳ ଗସ୍ତ କରିବା ସହିତ ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ କରିଥିବେ । ଅନ୍ୟଟି ହେଉଛି ଭାଷା । ବଡ ଦୁଃଖ ଏବଂ ବିଡମ୍ବନାର ବିଷୟ ହେଲା, କୋଟିଆ ସୀମାନ୍ତ ଆରଜୁ ବାଲସା ଗାଁରେ ଓଡିଶାର ସ୍କୁଲ ବନ୍ଦ ହୋଇଥିବା ବେଳେ ଆନ୍ଧ୍ର ସରକାର ଏଠାରେ ସ୍କୁଲ କରି ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି । ଯାହା କି ଆନ୍ଧ୍ର ସରକାର ପାଇଁ ସୁପ୍ରିମକୋର୍ଟରେ ଏକ ପ୍ରମାଣ ସାବ୍ୟସ୍ତ ହୋଇପାରେ ।

Kotia Dispute: ପ୍ରମାଣ ଯୋଗାଡ କରୁଛି ଆନ୍ଧ୍ର, ଓଡିଶା ସରକାର କାହିଁକି ଚୁପ !

ଆନ୍ଧ୍ର ସରକାର ଅଙ୍ଗନବାଡି କେନ୍ଦ୍ରରେ ସପ୍ତାହକୁ ଥରେ ପିଲାମାନଙ୍କୁ ଅଣ୍ଡା, ଛତୁଆ, ରାଶି ଲଡୁ, ବାଦାମ ଲଡୁ, ଖଜରା, ଚାଉଳ, ଡାଲି ଦେଉଛନ୍ତି । ରନ୍ଧାଖାଦ୍ୟ ଦେବା ସହିତ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି । ଏହିପରି କରିବା ପଛରେ ଆନ୍ଧ୍ରର ଉଦ୍ଦେଶ୍ୟ ହେଉଛି, ଏହି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା । ଏହାକୁ ଏକ ପ୍ରମାଣ ଭାବେ କୋର୍ଟରେ ରଖିବା । ତେଣୁ ଏବେବି ସମୟ ଅଛି । ଓଡିଶାର ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ନେରେଡି ବାଲସା, ତାଡି ବାଲସା, ଆରଜୁ ବାଲସା ଆଦି ଗାଁକୁ ଗସ୍ତ କରନ୍ତୁ । ନିଜର ଉପସ୍ଥିତି ଜାହିର କରନ୍ତୁ । ଓଡିଆ ଭାଷାରେ କିପରି ଶିକ୍ଷା ପ୍ରଦାନ କରାଯିବ ସେଥିପ୍ରତି ଦୃଷ୍ଟି ରଖନ୍ତୁ ବୋଲି କହିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।

ଆରଜୁ ବାଲସା ଗାଁର ବାସ୍ତବ ଚିତ୍ର ସୁପ୍ରିମକୋର୍ଟ ଦେଖିବା ପରେ କେମିତି କହିବେ ଯେ, ଏହି ଆରଜୁ ବାଲସା ଗାଁ ଉପରେ ଓଡିଶାର ପ୍ରଶାସନିକ ଅଧିକାର ଥିଲା । କିମ୍ବା ଏହି ଗାଁ ଲୋକଙ୍କର ପ୍ରଥମ ଭାଷା ହେଉଛି ଓଡିଆ । ଏବେ ଯଦି କିଛି ଜରୁରୀ ତା ହେଉଛି କୋଟିଆ ଅଞ୍ଚଳର ପ୍ରତିଟି ଗାଁରେ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା । ପ୍ରତ୍ୟେକ ପିଲା ଯେମିତି ଓଡିଆ ଭାଷାରେ ପଢିବେ ତାକୁ ସୁନିଶ୍ଚିତ କରିବା । ସରକାର ତୁରନ୍ତ ଏକ ଟାସ୍କ ଫୋର୍ସ ଗଠନ କରି ବାରମ୍ବାର ସମୀକ୍ଷା କରିବା ଆବଶ୍ୟକ । କାରଣ ଏହା ହିଁ ଶେଷ ସୁଯୋଗ । ନଚେତ ବରାମୁଠାର ଦୁଃଖ ଦାୟକ ଅନୁଭୂତିର ଯେ ପୁଣି ଥରେ ପୁନରାବୃତ୍ତି ନ ହେବ ସେକଥା କିଏ କହିବ ବୋଲି ପ୍ରଶ୍ନ କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.