ETV Bharat / city

ମହଙ୍ଗା ମାଡକୁ ପରିବାର ଆର୍ଥିକ ବୋଝ, ସହିପାରିଲେନି ଉଜାଡି ଦେଲେ ସଂସାର

author img

By

Published : Nov 3, 2021, 1:06 PM IST

Updated : Nov 3, 2021, 7:24 PM IST

ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଁ ଗଲା ୨ ଜୀବନ । ସ୍ତ୍ରୀ ଓ ପୁଅକୁ ହତ୍ୟା । ଅଭିଯୁକ୍ତ କଲା ଆତ୍ମସମର୍ପଣ । ଅଧିକ ପଢନ୍ତୁ...

ମହଙ୍ଗା ମାଡକୁ ପରିବାର ଆର୍ଥିକ ବୋଝ, ସହିପାରିଲେନି ଉଜାଡି ଦେଲେ ସଂସାର
ମହଙ୍ଗା ମାଡକୁ ପରିବାର ଆର୍ଥିକ ବୋଝ, ସହିପାରିଲେନି ଉଜାଡି ଦେଲେ ସଂସାର

ଭୁବନେଶ୍ବର : ଘରୁ ବାହାରିଲେ ଗାଡିରେ ପେଟ୍ରୋଲ ଦାମ ଟେନସନ। ଘରକୁ ଫେରିଲେ ଗ୍ରୋସରି ଠାରୁ ଲୁଗାପଟା ଦରଦାମର ବୋଝ। ନିତିଦିନ ପରିବାରର ଖର୍ଚ୍ଚକୁ ରାଜଧାନୀରେ ଘର ଭଡା ନେଇ ଚଳିବା କଷ୍ଟକର । ଏଭଳି ସ୍ଥିତିରେ ବ୍ୟବସାୟରେ ଆର୍ଥିକ କ୍ଷତି ଓ ବେରୋଜଗାରି ମହଙ୍ଗା ପଡିଛି ଏକ ହସ ଖୁସିର ସଂସାର ପାଇଁ । କାରଣ ଘରର ମୁରବି ନେଇଛି ନିଜ ସ୍ତ୍ରୀ ଓ ୧୦ ବର୍ଷ ପିଲାର ଜୀବନ। ପ୍ରଥମେ ନିଶା ବଟିକା ଦେଇ ଓ ପରେ ତଣ୍ଟି ଚିପି ଦୁଇ ଜୀବନ ନେବା ପରେ ଶେଷରେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲା । ପରେ ବିଫଳ ହୋଇ ଶେଷରେ ପୋଲିସ ଆଗରେ ଆତ୍ମସମର୍ପଣ କରିଛି।

ମହଙ୍ଗା ମାଡକୁ ପରିବାର ଆର୍ଥିକ ବୋଝ, ସହିପାରିଲେନି ଉଜାଡି ଦେଲେ ସଂସାର

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ କଳିଙ୍ଗନଗର କେ ୪ରେ ହୋଇଥିବା ଡବଲ ମର୍ଡର ଘଟଣାରେ। ଘଟଣାର ଅଭିଯୁକ୍ତ ଅବନ୍ତୀ ମଙ୍ଗରାଜ ଏନେଇ ପୋଲିସ ଆଗରେ ମାନିଛି ହତ୍ୟାର କାରଣ। ମଙ୍ଗଳବାର ନିଜ ଭଡା ଘରେ କିପରି ମାନସିକ ଭାରସାମ୍ୟ ହରାଇ ମା’ର ଜୀବନ ନେବା ପରେ ପୁଅକୁ ହତ୍ୟା କରିଥିଲା ନିଷ୍ଠୁର ବାପା । ପରେ ଏନେଇ ନିଜର ଭଣଜାକୁ ମୋବାଇଲରେ ମେସେଜ କରି ଘଟଣା ସମ୍ପର୍କରେ ଜଣାଇବା ପରେ ଶୁଦ୍ଧକ୍ରିୟା ପାଇଁ ୩୦ ହଜାର‌ ଟଙ୍କା ପଠାଇଥିଲା ।

ତେବେ ଲକ୍ଷ ଲକ୍ଷ ଟଙ୍କାର ସେୟାର ମାର୍କେଟରେ ଇନଭେଷ୍ଟ କରିଥିଲେ ଅବନ୍ତୀ । ସେୟାର ବଜାରରୁ ଅନେକ ଅନେକ ଲାଭ କରୁଥିଲେ ଅବନ୍ତୀ । ହେଲେ ହଠାତ କୋରୋନା ସମୟରେ ମାର୍କେଟର ସୁଚକାଙ୍କ ତଳକୁ ଖସି ଯାଇଥିଲା । ଟ୍ରେଡରେ କ୍ଷତି ପରେ କ୍ଷତି ସହି ଚାଲିଲେ। ତଥାପି ସେ ହାରି ନ ଥିଲେ । ମାର୍କେଟରେ ନିଜ ସ୍ଥାୟିତ୍ବ ଜାହିର ପାଇଁ ଧାର ଉଧାର କରି ଇନଭେଷ୍ଟ କରିଥିଲେ। ଆର୍ଥିକ ସ୍ଥିତି ତାଙ୍କର ସବୁ ସ୍ବପ୍ନକୁ ଉଜାଡି ଦେଲା। ପରେ ଅବସ୍ଥା ଖରାପ ହୋଇଥିବାରୁ ଏକ ଗ୍ୟାରେଜରେ ମାନେଜର ଭାବେ କାମ ଆରମ୍ଭ କଲେ । ଭଲ ଦରମା ପାଉଥିଲେ।

ହେଲେ ମଧ୍ୟବିତ୍ତ ପରିଵାର ଯୋଗୁଁ ଧାର ଟଙ୍କା ସୁଝି ସୁଝି ଥକି ଯାଇଥିଲେ। ମାନସିକ ସ୍ଥିତି ସହି ନପାରି ମଦ୍ୟପାନ ବି ସେ ଆରମ୍ଭ କରିଦେଇଥିଲା । ଯାହାକୁ ନେଇ ପରିବାର ମଧ୍ୟରେ ଅନେକ ସମୟରେ ଝଗଡା ମଧ୍ୟ ହେଉଥିଲା । ହେଲେ ଆର୍ଥିକ ବୋଝ ଓ ମହଙ୍ଗା ମାଡ ପରିବାର ପାଇଁ କାଳ ସାଜିଥିଲା । ଏନେଇ ନିଜ ସ୍ତ୍ରୀ ସ୍ବର୍ଣ୍ଣଲତା ଓ ପୁଅ କାହ୍ନାର ଜୀବନ ନେବା ପରେ ନିଜେ ଆତ୍ମହତ୍ୟା କରି ବିଫଳ ହୋଇଥିଲା । ଉଭୟଙ୍କ ହତ୍ୟା ପରେ ସେ ଫେରାର ମଧ୍ୟ ହୋଇଯାଇଥିଲେ । ଶେଷରେ ଆଜି କାକଟପୁର ଥାନାରେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ଅବନ୍ତୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 3, 2021, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.