ETV Bharat / city

ଆଉ କିଛି ଦିନ ରହୁ କଟକଣା: DMET

author img

By

Published : Jul 28, 2021, 2:04 PM IST

Updated : Jul 28, 2021, 2:25 PM IST

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଂଶିକ କୋଭିଡ଼ କଟକଣା ଆସନ୍ତା 1ରେ ଶେଷ ହେବ । ସ୍ଥିତିରେ ସୁଧାର ଆସିଥିଲେ ବି ଆଉ କିଛିଦିନ କଟକଣା ରହୁ ବୋଲି ପରାମର୍ଶ ଦେଇଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଆଉ କିଛି ଦିନ ରହୁ କଟକଣା:- ଡ଼ିଏମିଟି
ଆଉ କିଛି ଦିନ ରହୁ କଟକଣା: DMET

ଭୁବନେଶ୍ବର: ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଂଶିକ କୋଭିଡ଼ କଟକଣା ଆସନ୍ତା 1ରେ ଶେଷ ହେବ । ତେବେ ଅଗଷ୍ଟ କଟକଣା ନେଇ ବିଚାର ବିମର୍ଷ ଆରମ୍ଭ କରିଛନ୍ତି ସରକାର । ସ୍ଥିତିରେ ସୁଧାର ଆସିଥିଲେ ବି ଆଉ କିଛିଦିନ କଟକଣା ରହୁ ବୋଲି ପରାମର୍ଶ ଦେଇଛନ୍ତି DMET ସିବିକେ ମହାନ୍ତି ।

ଆଉ କିଛି ଦିନ ରହୁ କଟକଣା: DMET

ରାଜ୍ୟରେ କୋଭିଡ଼ ସଂକ୍ରମଣ ଧିରେ ଧିରେ କମୁଛି । ଅନେକ ଜିଲ୍ଲାରେ ସଂକ୍ରମଣ ହାର 5 ପ୍ରତିଶତ ତଳେ ରହିଛି । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର 5 ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡ଼ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼, ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ସମୀକ୍ଷା ପରେ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଅନଲକ ନେଇ ନିଷ୍ପତ୍ତି ନିଆଯିବ ।

ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଉ କିଛି ଦିନ କଟକଣା ରଖିବାକୁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି । ଡ଼ିଏମଇଟି କହିଛନ୍ତି, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ରହିବା ଉଚିତ । ଯେହେତୁ କିଛି ଲୋକ କୋଭିଡ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି । ତେଣୁ କଟକଣା କିଛି ରଖିବା ଦରକାର ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Jul 28, 2021, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.