ରାଜ୍ୟରେ କୋରୋନା ନେଲା 6 ଜଣଙ୍କ ଜୀବନ

author img

By

Published : Oct 14, 2021, 10:36 AM IST

କମୁଛି ବଢୁଛି କୋଭିଡ ମୃତ୍ୟୁ,ରାଜ୍ୟରେ ଦିନକରେ ୬ମୃତ

ଗୋଟିଏ ପଟେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଜି (ଗୁରୁବାର) ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଲାଣି କୋରୋନା ସ୍ଥିତି । ଗୋଟିଏ ପଟେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି । ଆଜି (ଗୁରୁବାର) ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩ଜଣ ରୋଗୀଙ୍କ ଜୀବନ ଯାଇଥିବାବେଳେ କଟକ,ଭଦ୍ରକ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୨୬କୁ ବୃଦ୍ଧି ପାଇଥିବା ବେଳେ କଟକରେ ୫୧୫, ଭଦ୍ରକରେ ୧୪୫ ଓ ଯାଜପୁରରେ ୧୭୦ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୭୪ରେ ପହଞ୍ଚିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୧ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୫ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୮୦୯ କୁ ବୃଦ୍ଧି ପାଇଛି । କିଛିଦିନ ହେବ ସଂକ୍ରମଣ କମିଥିଲେ ମଧ୍ୟ ପୁଣି ବଢିଛି । ଆଗକୁ ତୃତୀୟ ଲହର ବିପଦ ସଙ୍କେତ ଦେଖିବାକୁ ମିଳିଲାଣି । ଏପଟେ ସ୍ମାର୍ଟ ସିଟିକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍‌ । ଶୀତଋତୁ ଥିବାରୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.