ETV Bharat / city

ଠକ ଦେଉଛି କଷ୍ଟମର ସର୍ଭିସ, ସାଇବର କ୍ରାଇମର ନୂଆ ଟେକନିକ

author img

By

Published : Nov 21, 2021, 6:57 AM IST

ସାଇବର ଠକେଇର ନୂଆ ଟ୍ରେଣ୍ଡ । କଷ୍ଟମର ସର୍ଭିସ ଦେବା ଆଳରେ ସାଇବର କ୍ରାଇମ। ହେଲପ ବାହାନାରେ ଟଙ୍କା ହାଇଜାକ ପାଇଁ ଟ୍ରିକ। ଅଧିକ ପଢନ୍ତୁ

ଠକ ଦେଉଛି କଷ୍ଟମର ସର୍ଭିସ, ସାଇବର କ୍ରାଇମ ନୂଆ ଟେକନିକ
ଠକ ଦେଉଛି କଷ୍ଟମର ସର୍ଭିସ, ସାଇବର କ୍ରାଇମ ନୂଆ ଟେକନିକ

ଭୁବନେଶ୍ବର: ହୁସିଆର ଠକେଇର ନୂଆ ଚାଲ। ସାଇବର ଠକେଇର ନୂଆ ଟ୍ରେଣ୍ଡ । କଷ୍ଟମର ସର୍ଭିସ ଦେବା ଆଳରେ ସାଇବର କ୍ରାଇମ। ହେଲପ ବାହାନାରେ ଟଙ୍କା ହାଇଜାକ ପାଇଁ ଟ୍ରିକ। ଏଥିପାଇଁ ଅନଲାଇନରେ ପୁଳା ପୁଳା ହେଲପଲାଇନ ନମ୍ବର। ଯେଉ ସବୁ ସମସ୍ୟା ପାଇଁ ଆପଣ ଅନଲାଇନରେ ହେଲପଲାଇନ ନମ୍ବର ସର୍ଚ୍ଚ କରନ୍ତି । ସେଇଭଳି ଅନେକ ମୋବାଇଲ ନମ୍ବର ଦେଇ ହେଲପ କରିବା ଆଳରେ ଟଙ୍କା ହାଇଜାକ କରୁଛନ୍ତି ସାଇବର ଠକ। ଏଥିପାଇଁ ଅନଲାଇନରେ ଉପଲବ୍ଧ ହୋଇଛି ଠକଙ୍କ ନକଲି ଓ୍ବେବସାଇଟ।

ଠକ ଦେଉଛି କଷ୍ଟମର ସର୍ଭିସ, ସାଇବର କ୍ରାଇମ ନୂଆ ଟେକନିକ

ଯାହାକୁ ସଠିକ ଭାବେ ନ ପରଖିଲେ ଆପଣ ହରାଇପାରନ୍ତି ସର୍ବସ୍ବ। ଏମିତି ଏକ ହେଲପଲାଇନର ସହାୟତା ନେଇ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକ ଠକିନେଲେ ୨ଲକ୍ଷ ୨୯ ହଜାର ଟଙ୍କା । ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ସୁଚନା ମୁତାବକ ଅଭିଯୋଗକାରୀ ଅକ୍ଷୟ କୁମାର ପାତ୍ର ଏସବିଆଇର କ୍ରେଡିଟ କାର୍ଡରେ ବିଲ ବାବଦକୁ ଏକ ହଜାର ଟଙ୍କା ପେମେଣ୍ଟ କରିଥିଲେ । କିନ୍ତୁ ଟଙ୍କା ବକେୟା ଥିବା ନେଇ ଏସବିଆଇ ପକ୍ଷରୁ ତାଙ୍କୁ ମେସେଜ ଆସିଥିଲା । ଏ ନେଇ ଗୁଗୁଲରେ ଏସବିଆଇ କ୍ରେଡିଟ କାର୍ଡରର ହେଲ୍ପ ଲାଇନ ନମ୍ବର ଖୋଜିଥିଲେ । ତେବେ ସେ ଯେଉଁ ନମ୍ବରକୁ କଲ କରିଥିଲେ ସେ ନମ୍ବର କଲ କରିବା ପରେ ସେ ସାଇବର ଅପରାଧର ଶିକାର ହୋଇଥିଲେ ।

ଭୁବନେଶ୍ବର ସାଇବର ହେଲ୍ପ ଡେସ୍କରେ ଏନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଜଣାପଡିଥିଲା ଅନଲାଇନରେ ସଠିକ ଭାବେ ନ ପରଖି ଠକ ଦେଇଥିବା ମାଳମାଳ ହେଲପ ଲାଇନ‌ ନମ୍ବରକୁ କଲ କରି ଏପରି ଫସିଯାଇଥିଲେ। ଗୁଗୁଲରେ ସର୍ଚ୍ଚ କଲେ ଏହି ନମ୍ବରରେ ଆସୁଛି ପୁଳା ପୁଳା ସଂସ୍ଥାର ହେଲ୍ପ ଲାଇନ ନମ୍ବର । ଟିକେ ଭଲ କରି ଦେଖନ୍ତୁ । 8388008846 ଏହି ନମ୍ବର ଗୁଗୁଲରେ ସର୍ଚ୍ଚ କଲେ ଆସୁଛି ଏକାଧିକ ଏଜେନ୍ସି ନମ୍ବର ।

ଖଣ୍ଡଗିରିର ଅକ୍ଷୟ ପାତ୍ର ଏଭଳି ଶିକାର ପରେ ଏନେଇ ସତର୍କ କରାଇଛନ୍ତି । ତେବେ ଚଳିତ ମାସରେ ୨୦ ଦିନରେ ଏଭଳି ସମାନ ପ୍ରକାରର ୧୦ ଜଣଙ୍କ ଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସାଇବର ହେଲ୍ପ ଡେସ୍କ ଓ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । କୌଣସି ବ୍ୟାଙ୍କ କିମ୍ବା କମ୍ପାନୀ ହେଲ୍ପ ଲାଇନ ନମ୍ବର ଯୋଗଯୋଗ କରିବା ପାଇଁ ଚାହୁଁଛନ୍ତି । ତେବେ ସଠିକ ଓ୍ବେବସାଇଟ ବା ଗୁଗଲରେ ହେଲପ ଲାଇନକୁ ଯାଞ୍ଚ କରନ୍ତୁ ବୋଲି ଭୁବନେଶ୍ବର ଡିସିପି ଅପିଲ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.