ETV Bharat / city

ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

author img

By

Published : Oct 4, 2022, 9:25 PM IST

ଏସକର୍ଟ ସର୍ଭିସ ନାଁରେ ଅନଲାଇନରେ ଚାଲିଥିଲା ଟଙ୍କା ଠକେଇ, ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ ମୋହରା କରି ଟଙ୍କା ଲୁଟୁଥିଲା ସାଇବର ଠକ । ୬ ଜଣିଆ ଗ୍ୟାଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ଚେହେରା ଆଳରେ ମୋହରା । ସୁନ୍ଦରୀ ତରୁଣୀର ଲୋଭନୀୟ ଫଟୋ ଦେଖାଇ ଟଙ୍କା ଠକେଇ । ଏସକର୍ଟ ସର୍ଭିସ ନାଁରେ ଅନଲାଇରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଟଙ୍କା ଲୁଟିବାର ଜାଲ ବିଛାଇଥିଲେ ସାଇବର ଠକ(Cyber Fraud in The Name of Escort Services), ଏଭଳି ଠକେଇ ହୋଇଥିବା ଅଭିଯୋଗ ପରେ କମିଶନରେଟ ପୋଲିସ ପଞ୍ଝାରେ ଏବେ ସାଇବର ଠକେଇ ଗ୍ୟାଙ୍ଗ । ଭୁବନେଶ୍ୱରରେ ଏସକର୍ଟ ସର୍ଭିସ ଆଳରେ ଠକାମି କରୁଥିବା ବେଳେ ୬ଜଣିଆ ଏକ ଗ୍ୟାଙ୍ଗକୁ ଗିରଫ କଲା ସାଇବର ପୋଲିସ (Cyber Police) । ଯେଉଁଥିରେ ଜଣେ ଲେଡି କୁଇନ ମଧ୍ୟ ରହିଛନ୍ତି, ଏଥି ସହ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ମଧ୍ୟ ଗିରଫ କରାଯାଇଛି । ୬ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ପାତ୍ର, ସଦାଶିବ ସେଠି, ଜଗନ୍ନାଥ ବରାଳ, କୁପମନ୍ୟୁ ଓ ଲେଡି କୁଇନଙ୍କ ନାମ ସ୍ପଷ୍ଟ କରାଯାଇନାହିଁ । ଏହି ଗ୍ୟାଙ୍ଗରେ କେବଳ ଜଣେ ଲେଡି କୁଇନ ନୁହଁନ୍ତି ଆହୁରି ତିନିରୁ ଚାରି ଜଣ ମହିଳା ରହିଥିବା ଜାଣିବାକୁ ପାଇଛି ପୋଲିସ । ଗିରଫ ପରେ ଏମାନଙ୍କଠୁ ୧୦୦ରୁ ଉର୍ଦ୍ଧ୍ବ ଫେକ ସିମକାର୍ଡ ସହ ୨୦ଟି ଏଟିଏମ, ୮୭ହଜାର ଟଙ୍କା, ୧୨ଟି ବ୍ୟାଙ୍କ ଆକାଉଣ୍ଟ ,ରେ ଥିବା ୨୦ଲକ୍ଷ ଟଙ୍କା ଜବତ କରାଯାଇଛି ।

ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ


ଏହା ମଧ୍ୟ ପଢନ୍ତୁ-ଏସକର୍ଟ ସର୍ଭିସ ନାଁରେ ଚାଲୁଛି ସାଇବର ଠକାମି, ଖୁଲାସା କଲା ଠକର ପତ୍ନୀ

କେମିତି ଚାଲୁଥିଲା ଏସକର୍ଟ ସର୍ଭିସ ନାଁରେ ଠକେଇ


ଅନଲାଇନର ଏସକର୍ଟ ସର୍ଭିସ ନାଁରେ ଆଡ଼ ଦେଉଥିଲେ ସାଇବର ଠକ । ଏଥିପାଇଁ କିଛି ସୁନ୍ଦର ତରୁଣୀଙ୍କ ଫଟୋକୁ ଅନଲାଇରେ ଅପଲୋଡ କରନ୍ତି ଓ ଏକ ନମ୍ବର ମଧ୍ୟ ଦେଇଥାନ୍ତି । ଯାହାକୁ ଦେଖି ଗ୍ରାହକ ମାନେ ଆଗ୍ରହ ପ୍ରକାଶ କରିବା ପରେ ଅନଲାଇନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତି । ଏପରିକି ଯୁବତୀଙ୍କ ଭିନ୍ନ ଫଟୋ ଦେଇ ହ୍ବାଟ୍ସଆପ ମେସେଜ ଜରିଆରେ ଡିଲ କରନ୍ତି । ଏହାପରେ ଗ୍ରାହକ ଯୁବତୀଙ୍କୁ ଚୟନ କରିବା ପରେ ଅନଲାଇନରେ ଫିକ୍ସ ହୁଏ ରେଟ ଓ ସମୟ କାଟିବାର ସ୍ଥାନ । ଏପରିକି ଅନେକ ବଡ ବଡିଆଙ୍କ ଡିମାଣ୍ଡ ଦେଖି ସିକ୍ୟୁରିଟି ଦୃଷ୍ଟିରୁ ଚୟନ କରାଯାଏ ଭଲ ଭଲ ହୋଟେଲ ଓ ଓୟୋ ଗେଷ୍ଟହାଉସ । ଫୋନରେ କନଫେରନ୍ସ କରାଇ ଯୁବତୀଙ୍କ ସହ କଥା କରାଇ ଆଡ଼ଭାନସ୍ ମଗାନ୍ତି ସାଇବର ଠକ । ଏପରିକି ସିକ୍ୟୁରିଟି ଓ ଏସି ରୁମ ହୋମ ସର୍ଭିସ ପାଇଁ ଆଡଭାନସ ପେମେଣ୍ଟ ନାଁରେ ଗ୍ରାହକଙ୍କୁ ବୋକା ବନାଇ କରନ୍ତି ଅନଲାଇନ ଟ୍ରାଞ୍ଜାକ୍ସନ । ଆଉ ଓଟିପି ପାଇଲା ପରେ ଖାଲି କରିଦିଅନ୍ତି ଗ୍ରାହକଙ୍କ ଆକାଉଣ୍ଟ ।

କେମିତି ଧରାପଡିଲେ ଠକ

ଏସକର୍ଟ ସର୍ଭିସ ଆଳରେ ଜଣେ ବ୍ୟକ୍ତି ଠକାମିର ଶିକାର ହେବା ପରେ ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ବ୍ୟକ୍ତି ଜଣଙ୍କ ପ୍ରଥମେ ଏସକର୍ଟ ସର୍ଭିସ ପାଇଁ ଅନଲାଇନରେ ଭୁବନେଶ୍ୱର ଏସକର୍ଟ ସର୍ଭିସ ସର୍ଚ୍ଚ କରିଥିଲେ‌। ପରେ ସେଠାରୁ ଏକ ନମ୍ବର ପାଇ ଥିଲେ । ସେହି ନମ୍ବରରେ ଯୋଗା ଯୋଗ କରିବା ପରେ ।ତାଙ୍କୁ ରେଜିଷ୍ଟ୍ରେସନ ପାଇଁ କହିଥିଲେ ସାଇବର ଠକ । ଏଥି ପାଇଁ ତାଙ୍କୁ ୨୦୦୦ ଟଙ୍କା ଦେବାକୁ କୁହାଯାଇଥିଲା । ଏହାପରେ ଯୁବତୀଙ୍କୁ ଚୟନ ପାଇଁ କିଛି ଫଟୋ ବ୍ୟକ୍ତି ଜଣଙ୍କୁ ପଠାଇଥିଲେ ଠକ । ଯେଉଁଥିରେ ବିଭିନ୍ନ ଯୁବତୀଙ୍କ ଫଟୋ ରହିବା ସହ କାହାର କେତେ ପ୍ରାଇସ ମଧ୍ୟ ରହିଥିଲା । ପରେ ବ୍ୟକ୍ତି ଜଣଙ୍କ ଯୁବତୀ ଚୟନ କରିବା ପରେ ରାତିପାଇଁ ୫ହଜାର ହିସାବରେ ଦୁଇ ଦିନ ପାଇଁ ୧୦ହଜାର କୁହାଯାଇଥିଲା । ଏଥି ସହ ଗାଡିରେ ଯିବା ପାଇଁ ୩ହଜାର ଓ ରୁମ ବୁକ ପାଇଁ ୧୨ହଜାର ସହ ମାଷ୍ଟର କ୍ୟାଣ୍ଟିନର ଏକ ହୋଟେଲକୁ ଆସିବାକୁ ରୁମ ନମ୍ବର ୨୦୧ ବୁକ ହୋଇଥିବା ଗ୍ରାହକ ଜଣଙ୍କୁ କହିଥିଲେ ସାଇବର ଠକ ।ତେବେ ଗ୍ରାହକ ଜଣଙ୍କ ସେଠାରେ ପହଞ୍ଚିବା ଠକଙ୍କ ନମ୍ବର ସହ ଆଉ ଯୋଗାଯୋଗ ହୋଇପାରିନଥିଲା । ଏପରି ଠକାମିର ଶିକାର ହେବା ପରେ ୯ଜଣ ବ୍ୟକ୍ତି ସାଇବରେ ଥାନାରେ ଅଭିଯୋଗକରିଥିଲେ । ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

କେମିତି ମିଳିଲା ଗ୍ୟାଙ୍ଗର ସୁରାକ

ସାଇବର ଠକେଇ ନେଇ ଅଭିଯୋଗ ପରେ ପୋଲିସ ପ୍ରଥମେ ଠକଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରିଥିଲା। ପରେ ଜଣେ ଯୁବତୀଙ୍କ ଫୋନ ଯୋଗେ ଏସବୁର ଗାଇଡ କରୁଥିଲା। ହ୍ବାଟ୍ସଆପ ଜରିଆରେ କିଛି ଯୁବତୀଙ୍କ ଫଟୋ ପଠାଇଥିଲା ସାଇବର ଠକ। ଫଟୋକୁ ଚୟନ କରି ପୋଲିସ ପ୍ରଥମେ କେଉଁ ନମ୍ବରକୁ ଟଙ୍କା ପଠାଇବ ସେ ନେଇ ଟ୍ରାପ କରିଥିଲା, ପରେ ଠକେଇ ଟଙ୍କାକୁ କେଉଁ ଆକାଉଣ୍ଟକୁ ପଠାଉଥିଲେ ଠକ ସେହି ଅନୁସାରେ ଆକାଉଣ୍ଟକୁ ଠାବ କରି ପୁରା ଗ୍ୟାଙ୍ଗର ସୁରାକ ପାଇଥିଲା ପୋଲିସ ।



ବ୍ୟବହାର କରୁଥିଲେ ପ୍ରି ଆକ୍ଟିଭ ସିମକାର୍ଡ


ଏଭଳି ଠକେଇ ପାଇଁ ସାଇବର ଠକ ପ୍ରି ଆକ୍ଟିଭ ସିମ ବ୍ୟବହାର କରୁଥିଲେ। ଏଥିପାଇଁ ଦୁଇ ଜଣ ବ୍ୟକ୍ତି ଏଭଳି ସିମକାର୍ଡ ଯୋଗାଉଥିଲେ। ଏନେଇ ସିମକାର୍ଡ ଯୋଗାଉଥିବା ଦୁଇ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଏମାନେ ବିଶେଷ କରି ଫର୍ଜି ଡକୁମେଣ୍ଟ ଜରିଆରେ ସିମ ଆକ୍ଟିଭ କରି ଏହି ଠକ ଗ୍ୟାଙ୍କକୁ ସିମକାର୍ଡ ଯୋଗାଉଥିଲେ‌ ।


ବ୍ୟାଙ୍କ କର୍ମଚାରୀଙ୍କ ଲିଙ୍କ ରହିଛି

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ପାତ୍ର ପୋଷ୍ଟାଲ ବିଭାଗରେ କାମ କରୁଥିବାରୁ ଅଫିସକୁ ଆସୁଥିବା ଡ଼କୁମେଣ୍ଟ ବା ଆଧାରକାର୍ଡ ଜରିଆରେ ବାହାରେ ଖୋଲିଥାନ୍ତି ଫେକ ବ୍ୟାଙ୍କ ଆକାଉଣ୍ଟ । ଯାହାକୁ ସହଯୋଗ କରନ୍ତି ତମାଣ୍ଡୋ ଅଞ୍ଚଳର ଜଣେ ଦଲାଲ ବା ବ୍ୟାଙ୍କ କର୍ମଚାରୀ । ସେହି ଫର୍ଜି ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ ଉଠାଣ କରି ମାଲେମାଲ ହୁଅନ୍ତି ଏହି ସାଇବର ଠକ ଗ୍ୟାଙ୍ଗ ।

୨୦୨୧ରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା


ଏହି ଠକାମି ରାକେଟ ସମ୍ପର୍କରେ ଖଣ୍ଡଗିରି ଥାନା ଓ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ସେତେବେଳେ ଘଟଣାକୁ ଗୁରୁତର ସହ ନେଇ ନଥିଲା ପୋଲିସ । କିଛି ପୋଲିସ ଘଟଣା ସବୁ ଜାଣିଶୁଣି ତଦନ୍ତ କରି ମଧ୍ୟ ଚାପି ଦେଇଛନ୍ତି ବୋଲି ଜଣେ ଅଭିଯୋଗ କାରି ଖୁଲାସା କରିଥିଲେ‌। ଏପରିକି ଏନେଇ ଜଣେ ମହିଳା ଏହି ଗ୍ୟାଙ୍ଗରେ ଶିକାର ହେବା ପରେ ଡିସିପି ଅଫିସରେ ଅଭିଯୋଗ କରିଥିଲେ। ଏନେଇ ତତ୍କାଳିନ ଥାନା ଅଧିକାରୀ କି ଡିସିପି ଏହାକୁ ଗୁରୁତ୍ବ ଦେଇନଥିଲେ। ଏହି ଖବର ଇଟିଭି ଭାରତରେ ଗତ ୨୦୨୧ ମେ’ ମାସରେ ପ୍ରସାରିତ ହୋଇଲା, ପ୍ରାୟ ଏକ ବର୍ଷ ପରେ ଏହି ରାକେଟକୁ ଏବେ ଧରିବାରେ ସଫଳ ହୋଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.