ଖୁବ ଶୀଘ୍ର ଦ୍ବିତୀୟ ଲହର ପିକ୍‌ କ୍ରସ କରିବ ଓଡିଶା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 13, 2022, 1:06 PM IST

Updated : Jan 13, 2022, 2:06 PM IST

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ,  ହସ୍ପିଟାଲାଇଜେସନ ସଂଖ୍ୟା ବହୁତ କମ

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି, ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ ବହୁତ କମ ରହିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟରେ ସଂକ୍ରମଣ ୧୦ ହଜାର ପାର କରିଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ କ୍ରସ କରି ଯାଇପାରୁ । ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା ପରେ କମିବ । ବର୍ତ୍ତମାନ ଦେଶରେ ବି ବଢୁଛି ସେଥି ପାଇଁ ରାଜ୍ୟରେ ମଧ୍ୟ ବଢୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ, ହସ୍ପିଟାଲାଇଜେସନ ସଂଖ୍ୟା ବହୁତ କମ

ସଂକ୍ରମଣ ବଢୁଛି ସତ ହେଲେ ହସ୍ପିଟାଲରେ ବହୁ କମ ସଂଖ୍ୟକ ରୋଗୀ ଆଡମିଟ ହେଉଛନ୍ତି । ଏମିତି କି ବେଡ଼ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡ଼ରେ 6.51 ପ୍ରତିଶତ, ଆଇସିୟୁରେ 12.51 ପ୍ରତିଶତ, କ୍ରିଟିକାଲ କେୟାରରେ 3.62 ପ୍ରତିଶତ ପେସେଣ୍ଟ ରହିଛନ୍ତି । ଆମେ ବର୍ତ୍ତମାନ 5 ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜେଟିଭ ରେଟ, ହସ୍ପିଟାଲାଇଜେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁକୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ କମ ରହିଛି । ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ ରହିଛି ହସ୍ପିଟାଲାଇଜେସନ । ମୁଖ୍ୟମନ୍ତ୍ରୀ ଯେମିତି କହିଛନ୍ତି ଆମେ ସେହି ଅନୁସାରେ ଭିତ୍ତିଭୂମି ବଢ଼େଇବା ଜାରି ରଖିଛୁ । ଔଷଧ, ଅକ୍ସିଜେନ ଓ ବେଡ଼ ପ୍ରସ୍ତୁତ କରି ରଖା ଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Jan 13, 2022, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.