ETV Bharat / city

ସରକାରଙ୍କ ବିରୋଧରେ ଜନ ଆକ୍ରୋଶର ଟ୍ରେଲର: କଂଗ୍ରେସ

author img

By

Published : Dec 17, 2021, 7:28 AM IST

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ(Smart Health Card) ବଣ୍ଟନ ସମୟରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଉପରକୁ ଅଣ୍ଡାମାଡ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସମୟରେ ଏହି ଅଣ୍ଡା ମାଡ ହୋଇଛି । ଅଧିକ ପଢନ୍ତୁ

Congress MLA Sur Rautaray
Congress MLA Sur Rautaray

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ(Smart Health Card) ବଣ୍ଟନ ସମୟରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଉପରକୁ ଅଣ୍ଡାମାଡ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସମୟରେ ଏହି ଅଣ୍ଡା ମାଡ ହୋଇଛି । ଏହାକୁ ନେଇ କଂଗ୍ରସ ବିଧାୟକ ସୁର ରାଉତ କହିଛନ୍ତି ଯେଉଁମାନେ ଦାରୁଠେଙ୍ଗ ଗାଁକୁ ହେଲଥ କାର୍ଡ ବାଣ୍ଟିବାକୁ ଯାଇଥିଲେ ସେମାନଙ୍କୁ ଅଣ୍ଡାରେ ପୋତିଦେଲେ କଂଗ୍ରେସ କର୍ମୀ ।

ସ୍ମାର୍ଟ ହେଲଥ କାର୍ଡ କଣ କାହାର ପୈତୃକ ସମ୍ପତି ? କେବଳ ରାଜନୀତି ପାଇଁ କାର୍ଡ ବାଣ୍ଟୁଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ସବୁଆଡେ ବୁଲି ବୁଲି କାର୍ଡ ବାଣ୍ଟୁଛନ୍ତି ହେଲେ ବିଧାନସଭା ଘଣ୍ଟାଏ ପାଇଁ ଆସିଲେନାହିଁ ଫଳରେ ବିଧାନସଭା ଅଧାରୁ ବନ୍ଦ ହୋଇଗଲା।

ସେହିପରି ଦଳୀୟ ନେତା ଓ କର୍ମୀଙ୍କୁ ନେଇ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି ଏହା କେବଳ ରାଜନୀତି। ଯେହେତୁ ଆଗକୁ ନିର୍ବାଚନ ଆସୁଛି, ଭୋଟ ପାଇବା ପାଇଁ ସରକାର ଏଭଳି କରୁଛନ୍ତି। ଆଗକୁ ବିରୋଧ ଜୋରଦାର ହେବ। ଅଣ୍ଡା ମାଡ ହେବ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.