ପଦଯାତ୍ରା ପଲିଟିକ୍ସ: ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ

author img

By

Published : Oct 2, 2022, 4:53 PM IST

CM Naveen seeks support from people as Jan Sampark Padayatra of BJD starts from Bhubaneswar

ଗାନ୍ଧିଜୟନ୍ତୀରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ନିଜେ ମୁଖ୍ୟମନ୍ତ୍ରୀ ପଦଯାତ୍ରା କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଆଜିଠୁ ମାସେବ୍ୟାପୀ ଚାଲିବ ଏହି ପଦଯାତ୍ରା ।

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତା ଓ ବିଧାୟକଙ୍କ ସହ ଏହି ଦଳୀୟ ପଦଯାତ୍ରାରେ ସାମିଲ ହୋଇଛନ୍ତି । ପ୍ରାୟ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ । ଏଥିପାଇଁ ଜନସାଧାରଣ ଓ ସମର୍ଥକଙ୍କ ସହଯୋଗ ଲୋଡ଼ିଛନ୍ତି ନବୀନ ପଟ୍ଟନାୟକ ।

ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ କାର୍‌ଗିଲ୍‌ ବସ୍ତିରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଗତ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯେଭଳି ରାଜ୍ୟବାସୀଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି, ତାହା ନିଜ ଦଳୀୟ ନେତା ଓ କର୍ମୀଙ୍କଠାରୁ ମଧ୍ୟ ଆଶା ରଖିଛନ୍ତି । ତା ସହିତ ବିଜେଡି ପ୍ରଣୟନ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଘରେଘରେ ବିଜେଡିର ସଫଳତାର ବାର୍ତ୍ତା ପହଞ୍ଚାଇବେ ବିଜେଡି କର୍ମୀ ।

ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ

ଦୁଇ ବର୍ଷର କୋଭିଡ ମହାମାରୀ ପରେ ପ୍ରଥମ ଥରପାଇଁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜନ ହୋଇଛି । ବିଜେଡି ରାଜ୍ୟ ସରକାରଙ୍କ ସଫଳତା ସହ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ପଦଯାତ୍ରାବେଳେ ସ୍ବାଧୀନତା ସଂଗ୍ରାମୀଙ୍କ ମାଟିରେ ସେମାନଙ୍କ ବଳିଦାନ ମନେ ପକାଇବାକତୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରାର ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ ।

ବିଜେଡିର ଏହି ହାଇଭୋଲ୍‌ଟେଜ୍‌ ପଦଯାତ୍ରା ପୂର୍ବରୁ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା । ସେପଟେ ବଜେପି ସମାନ୍ତରାଳ ଭାବେ କରୁଥିବା ପଦଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପିର କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳୀୟ ନେତା କହିଛନ୍ତି । ଏହାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ବିଜେପି ରାଜନୈତିକ ଉଦ୍ଦେଶ୍ୟ ନେଇ ପଦଯାତ୍ରା କରୁଛି । ଆମେ ନିରନ୍ତର ଭାବେ ଓଡିଶା ବାସୀଙ୍କ ସେବା କରିଆସିଛୁ । ତାହାକୁ ଆମେ ଲୋକଙ୍କ ପାଖକୁ ଯିବୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.