ETV Bharat / city

Municipal Election: ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Mar 24, 2022, 9:53 AM IST

Updated : Mar 24, 2022, 12:07 PM IST

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ଦେଲେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Municipal Election: ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
Municipal Election: ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ମହାନଗର ନିଗମର ୫୩ ନମ୍ବର ୱାର୍ଡର ୫୪୪ ନମ୍ବର ବୁଥରେ ସେ ମତଦାନ କରିଛନ୍ତି । ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ସେ ମତଦାନ କେନ୍ଦ୍ର ନିକଟରେ ପହଞ୍ଚିଥିଲେ । ତାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

Municipal Election: ଚାଲି ଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଘର ୫୩ ନମ୍ବର ୱାର୍ଡରେ ହୋଇଥିବା ବେଳେ ଭୀମପୁର ଓ ଏରୋଡ୍ରମ ଅଞ୍ଚଳର ଭୋଟରମାନଙ୍କ ପାଇଁ ଏଠାରେ ବୁଥ କରାଯାଇଛି । ଏହି ଦୁଇଟି ଅଞ୍ଚଳବାସୀ ୫୪୪ ନମ୍ବର ବୁଥରେ ମତଦାନ କରିବେ । ସେପଟେ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ୪୮୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବର ସାମିଲ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Mar 24, 2022, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.