ETV Bharat / city

11ଟା ସୁଦ୍ଧା ମତଦାନ: ବାଲେଶ୍ବରରେ 27.6% , ତିର୍ତ୍ତୋଲରେ 24.93 %

author img

By

Published : Nov 3, 2020, 10:43 AM IST

Updated : Nov 3, 2020, 12:33 PM IST

ରାଜ୍ୟରେ ଦୁଇଟି ଉପନିର୍ବାଚନ ଭୋଟ ଗ୍ରହଣ ଜାରି । ସକାଳ 11ଟା ସୁଦ୍ଧା ବାଲେଶ୍ବରରେ 27.6% ଓ ତିର୍ତ୍ତୋଲରେ 24.93 % ମତଦାନ । ଅଧିକ ପଢନ୍ତୁ...

ଉପନିର୍ବାଚନ
ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦୁଇ ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଉପନିର୍ବାଚନ ଚାଲିଛି ।

ଉପନିର୍ବାଚନ

ସକାଳ 11 ଟା ସୁଦ୍ଧା ବାଲେଶ୍ବରରେ 27.6 ପ୍ରତିଶତ ଭୋଟିଂ ହୋଇଛି । ସେହିପରି ତିର୍ତ୍ତୋଲରେ 24.93 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

ପୂର୍ବରୁ ସକାଳ 9ଟା ସୁଦ୍ଧା ବାଲେଶ୍ବର ସଦରରେ 12.11 ପ୍ରତିଶତ ଭୋଟିଂ ହୋଇଥିଲା । ସେହିପରି ତିର୍ତ୍ତୋଲରେ 7.58 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ମକ ପୁଲ ସମୟରେ କିଛି ସ୍ଥାନରେ ତ୍ରୁଟି ଦେଖାଦେଇଥିଲେ। ବାଲେଶ୍ବରରେ 2ଟି ଭିଭିପାଟ ବଦଳା ଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ।

ସେହିପରି କୌଣସି ସ୍ଥାନରୁ ଭୋଟ ବର୍ଜନ ଖବର ଆସିନାହିଁ। କୌଣସି ଗଣ୍ଡଗୋଳର ସୂଚନା ନାହିଁ । ଉଭୟ ନିର୍ବାଚନ ମଣ୍ଡଳୀର ଭୋଟରମାନେ ବୁଥ ଆରେଞ୍ଜମେଣ୍ଟକୁ ନେଇ ଖୁସି ଥିବା ସେ କହିଛନ୍ତି ।

ସୂଚନାଥାଉକି, ଦୁଇଟି ଆସନରେ ସମୁଦାୟ 15 ଜଣ ପ୍ରାର୍ଥୀ ରହିଥିବାବେଳେ 4 ଲକ୍ଷ 69 ହଜାର 450 ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 3, 2020, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.