ETV Bharat / city

ପୁଣି 4ଟି ଫୁଡଷ୍ଟଲ ସିଲ କଲା ବିଏମସି

author img

By

Published : Sep 16, 2022, 10:44 AM IST

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ବିଭିନ୍ନ ଫୁଡ ଷ୍ଟଲରେ ବିଏମସିର ଚଢ଼ାଉ । ପଟିଆର 4ଟି ଫୁଡଷ୍ଟଲରେ ସ୍ଵଚ୍ଛତା ଓ ଅପମିଶ୍ରଣକୁ ନେଇ ବିଏମସି କମିଶନର ଏବଂ ଖାଦ୍ୟ ନିରାପତ୍ତା ଟିମ ଏହି ଚଢାଉ କରି କରି ସିଲ କରିଛନ୍ତି । ଅଧିକ ପଢ଼ନ୍ତୁ

bmc sealed four food stalls in bhubaneswar
ପୁଣି 4ଟି ଫୁଡଷ୍ଟଲ ସିଲ କଲା ବିଏମସି

ଭୁବନେଶ୍ବର: ଆକ୍ସନ ମୋଡରେ ବିଏମସି । ରାଜଧାନୀର ବିଭିନ୍ନ ଫୁଡ ଷ୍ଟଲ ବୁଲି ଖାଦ୍ୟର ମାନ ଯାଞ୍ଚ କରୁଛି । ଗତକାଲି ପଟିଆ ଅଞ୍ଚଳରେ ବିଏମସି କମସନରଙ୍କ ଅଚାନକ ଚଢ଼ାଉ କରାଯାଉଛି । ବିଭିନ୍ନ ଫୁଡ ଷ୍ଟଲର ସ୍ଵଚ୍ଛତା ଓ ଅପମିଶ୍ରଣକୁ ନେଇ ବିଏମସି କମିଶନର ଏବଂ ଖାଦ୍ୟ ନିରାପତ୍ତା ଟିମ ଏହି ଚଢାଉ କରିଛନ୍ତି । ବାସି ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପଟିଆ ଅଞ୍ଚଳର ୪ଟି ଫୁଡ଼ ଷ୍ଟଲକୁ ସିଲ କରାଯାଇଛି । ବର୍ଗର କିଙ୍ଗ, ସାରଳା ସୁଇଟ ଷ୍ଟଲ କ୍ୟାଫେ, ଓଡିଶା, ଜୟଗୁରୁ ଓମ୍ଫେଡ ଆଦିକୁ ସିଲ କରିବା ସହ ଫାଇନ ଆଦାୟ କରାଯାଇଛି ।

bmc sealed four food stalls in bhubaneswar
ପୁଣି 4ଟି ଫୁଡଷ୍ଟଲ ସିଲ କଲା ବିଏମସି

ପାର୍ବଣ ଋତୁରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ଭୁବନେଶ୍ୱର ୫ଟି ଖାଦ୍ୟ ନିରାପତ୍ତା ସ୍କାର୍ଡ ଗଠନ କରାଯାଇଛି । ଆଗକୁ ଦଶହରା ଓ ଦୀପାବଳୀ ଆସୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟମିତ ଚେକିଂ ହେବ । ଏହାସହ ଅଚାନକ ଚଢ଼ାଉ ପାଇଁ ଟିମ୍ ଗଠନ କରାଯାଇଛି । ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟୀଙ୍କୁ ଫାଇନ ସହ ଦୋକାନ ବନ୍ଦ ଭଳି ନିର୍ଦ୍ଦେଶ ଦିଆଯାଇଛି। ଚଢ଼ାଉ ବେଳେ ବିଏମସି କମିଶନରଙ୍କ ସହ ଫୁଡ ଏନଫୋର୍ସମେଣ୍ଟ ଟିମ ଉପସ୍ଥିତ ଥିଲେ । ବାସି ସିରା ପାଣି ଗୁଡିକ ନଷ୍ଟ କରି ମାନ ପରୀକ୍ଷା ପାଇଁ ଫୁଡ ଟେଷ୍ଟିଂ ଲାବୋରୋଟାରୀକୁ ପଠାଯାଇଛି । ଯେକୌଣସି ସ୍ଥାନରେ ଖାଦ୍ୟର ମାନ ଖରାପ ଥିଲେ ବିମସିକୁ ଅଭିଯୋଗ କରନ୍ତୁ ବୋଲି ରାଜଧାନୀ ବାସୀଙ୍କୁ ବିଏମସି କମିଶନର ନିବେଦନ କରିଛନ୍ତି ।

ଅନ୍ୟପଟେ ବୁଧବାର ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ମଟନ ଦୋକାନରେ ଭୁବନେଶ୍ୱର ମହାନଗର ନିଗମ ଖାଦ୍ୟ ନିରାପତ୍ତା ଟିମ ଚଢ଼ାଉ କରିଥିଲା । ଖରାପ କଙ୍କଡା ଜବତ କରିବା ସହିତ ଏକ୍ସପାଏରି ସସ ଏବଂ ଖାଦ୍ୟରେ ପଡୁଥିବା ରଙ୍ଗ ଜବତ ହୋଇଥିଲା । ଖାଦ୍ୟର ମାନ ଏବଂ ଖରାପ ପରିବେଶରେ ଏହା ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ହାଣ୍ଡି ହାଣ୍ଡି ତରକାରୀ ନଷ୍ଟ କରିଦେଇଥିଲା । ଫୁଡ୍‌ ଲାଇସେନ୍ସ ବାତିଲ ହୋଇଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନଥିଲା । ବିନା ଲାଇସେନ୍ସରେ ଢାବା ଖୋଲିଲେ ଅପରାଧିକ ମାମଲା ରୁଜୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ, ଭାରତରେ ନାମଲେଖା ଅସମ୍ଭବ କହିଲା କେନ୍ଦ୍ର

କିଶୋର ଭାଇନା ମଟନ୍‌ ଦୋକାନ ବନ୍ଦ ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି । କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରାହକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜଧାନୀବାସୀଙ୍କ ସମେତ ସୁସ୍ବାଦୁ ମଟନ୍‌ ଖାଇବାକୁ ବହୁ ଦୂରରୁ ଆସୁଥିବା ଲୋ‌କେ ଏଭଳି କାରବାରକୁ ନାପସନ୍ଦ କରିଛନ୍ତି । ଏସବୁ ସତ୍ତ୍ବେ ବୁଧବାର ବନ୍ଦ କରାଯାଇଥିବା କିଶୋର ଭାଇନାଙ୍କ ମାଂସ ହୋଟେଲକୁ ଗୁରୁବାର କିଛି ଓଲଟା ଚିତ୍ର ଦେଖିବାକୁ ମିଳିଥିଲା । ସବୁ ଦିନ ପରି ସେଦିନ ମଧ୍ୟ କିଶୋର ଭାଇନାଙ୍କ ହୋଟେଲରେ ଭିଡ଼ ଦେଖିବାକୁ ମିଳିଥିଲା । ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି ଅଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ କେବଳ ଏହି ଢାବା ନୁହେଁ, ଭୁବନେଶ୍ବରର ବିଭିନ୍ନ ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ ମଧ୍ୟ ଲଗାତାର ଭାବେ ଚଢ଼ାଉ ହୋଇଛି ।

ସୂଚନାଯୋଗ୍ୟ, ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍‌ ପ୍ରସିଦ୍ଧ । ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ । ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍‌ କାହିଁରେ କେତେ । ଆଜିକାଲି ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ତେଣୁ କାହିଁକି ବା ସେ ତାଙ୍କ ବେପାର ମାନ୍ଦା କରିବେ । ତେଣୁ ବିଏମସିର କାର୍ଯ୍ୟ ବନ୍ଦର ପରଦିନ ପୁଣି ଖୋଲା ହୋଇଥିବାରୁ ବିଏମସିରର କାର୍ଯ୍ୟାନୁଷ୍ଠାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବିଏମସି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.