ETV Bharat / city

ସରକାରୀ କାର୍ଯ୍ୟକ୍ରମକୁ ଡକାନଯିବାରୁ ବିଜେପିର ଧାରଣା

author img

By

Published : Jul 7, 2022, 3:38 PM IST

ସରକାରୀ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଅଲୋଡା । ବନ ମହୋତ୍ସବକୁ ବିଜେପି ସାଂସଦ ଓ କର୍ପୋରେଟରଙ୍କୁ ଡକାନଯିବାରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ ବିଜେପି ନେତା । ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

ସରକାରୀ କାର୍ଯ୍ୟକ୍ରମକୁ ଡକା ନଯିବାରୁ ବିଜେପିର ଧାରଣା
ସରକାରୀ କାର୍ଯ୍ୟକ୍ରମକୁ ଡକା ନଯିବାରୁ ବିଜେପିର ଧାରଣା

ଭୁବନେଶ୍ବର: ରାଜ୍ୟରେ ପାଳନ କରାଯାଉଛି ୭୩ ତମ ବନ ମହୋତ୍ସବ । ଏହି ଅବସରରେ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କିନ୍ତୁ ଏହି ସରକାରୀ କାର୍ଯ୍ୟକ୍ରମକୁ ଜନ ପ୍ରତିନିଧିଙ୍କୁ ଡକାଗଲାନି । ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ନେତା ।

ସରକାରୀ କାର୍ଯ୍ୟକ୍ରମକୁ ଡକା ନଯିବାରୁ ବିଜେପିର ଧାରଣା

ଭୁବନେଶ୍ବରରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ସେଠାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ୫୦ ନମ୍ବର ୱାର୍ଡର କର୍ପୋରେଟରଙ୍କୁୁ ନିମନ୍ତ୍ରଣ କରାଗଲାନି । ବନ ମହୋତ୍ସବ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ସାଂସଦ ଏବଂ ସ୍ଥାନୀୟ କର୍ପୋରେଟରଙ୍କୁ ନିମନ୍ତ୍ରଣ କରାଯିବାର ନିୟମ ରହିଛି । ମାତ୍ର ସେମାନଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଏହାକୁ ତୀବ୍ର ନିନ୍ଦା କରିଛି ବିଜେପି । ୫୦ ନମ୍ବର ୱାର୍ଡରେ ବିଜେପି ପକ୍ଷରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.