ETV Bharat / city

ପାପୀକୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ବିଜେଡିର ପାୱାର ଶୋ: ବିଜେପି

author img

By

Published : Oct 8, 2022, 4:38 PM IST

ପୁରୀ ଜିଲ୍ଲା ନିମାପଡାରେ ଏସଏଚଜି ଗୋଷ୍ଠୀ ଗୁଡ଼ିକର ମହିଳା ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ବୈଠକ । ବିଜେପି ମହିଳା ମୋର୍ଚ୍ଚାର ବିରୋଧ । ପାପୀକୁ ଘଣ୍ଟ ଘୋଡାଇବା ପାଇଁ ନିମାପଡାରେ ବିଜେଡି ପାୱାର ଶୋ କରୁଥିବା କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା । ଅଧିକ ପଢ଼ନ୍ତୁ

ପାପିକୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ବିଜେଡିର ପାୱାର ଶୋ: ବିଜେପି
ପାପିକୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ବିଜେଡିର ପାୱାର ଶୋ: ବିଜେପି

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡା ଠାରେ ଏସଏଚଜି ଗୋଷ୍ଠୀ ଗୁଡ଼ିକର ବୈଠକ ଅନୁଷ୍ଠିତ ହେଉଛି । ତେବେ ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗ ଦେଉଥିବାବେଳେ, ମହିଳା ମାନଙ୍କୁ ସଭାକୁ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଆସିବାକୁ କୁହାଯାଇଛି । ଏହାକୁ ବିରୋଧ କରିଛି ବିଜେପି ମହିଳା ମୋର୍ଚ୍ଚା । ପାପୀକୁ ଘଣ୍ଟ ଘୋଡାଇବା ପାଇଁ ନିମାପଡାରେ ବିଜେଡି ପାୱାର ଶୋ କରୁଥିବା କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ।

ପାପିକୁ ଘଣ୍ଟ ଘୋଡ଼ାଇବାକୁ ନିମାପଡ଼ାରେ ବିଜେଡିର ପାୱାର ଶୋ: ବିଜେପି

ସୂଚନା ଅନୁସାରେ ଆଜି (ଶନିବାର) ପୁରୀ ଜିଲ୍ଲା ନିମାପଡା ଠାରେ ଏସଏଚଜି ଗୋଷ୍ଠୀ ଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକକୁ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଆସିବାକୁ ମହିଳାମାନଙ୍କୁ କୁହାଯାଇଥିବା ଅଭିଯୋଗ କରିଛି ବିଜେପି । ଏସଏଚଜି ମହିଳାଙ୍କ ପାଇଁ କୌଣସି ଡ୍ରେସକୋଡ ନଥିବାବେଳେ ଶାସକ ଦଳ ଏମାନଙ୍କୁ ନେଇ ରାଜନୀତି କରିବାକୁ ଚାହୁଁଛି । ସେଥିପାଇଁ ବିଜେଡିର ଦଳୀୟ ରଙ୍ଗର ଶାଢ଼ୀ ପିନ୍ଧିବା ପାଇଁ କୁହାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି । ଏନେଇ ଗତକାଲି (ଶୁକ୍ରବାର) ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ପୁରୀ ଜିଲ୍ଲାପାଳଙ୍କୁ ଭେଟି ସରକାରଙ୍କ ଏଭଳି ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଦାବି ପତ୍ର ଦେଇଥିଲେ ।

ତେବେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ସୁଇସାଇଡ ଘଟଣାରେ ପାପିକୁ ଘଣ୍ଟ ଘୋଡାଇବା ପାଇଁ ନିମାପଡାରେ ବିଜେଡି ଏହି ପାୱାର ଶୋ କରୁଥିବା ଅଭିଯୋଗ କରିଛି ବିଜେପି । ଏନେଇ ଆଜି ପୁରୀ ଜିଲ୍ଲାର ଅନେକ ସ୍ଥାନରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯାଉଛି । ବିଜେଡିର ଏହି ପାୱାର ଶୋ କଣ ପାଇଁ ବୋଲି ପ୍ରଶ୍ନ କରିଛି ବିଜେପି । ତେବେ ବିଜେପି କରୁଥିବା ଏହି ପ୍ରତିବାଦର ଯଥାର୍ଥତା ଅଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ।

ପ୍ରଭାତି ପରିଡ଼ା କହିଛନ୍ତି, "ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ ଟେପ୍ ଭାଇରାଲ ହେବା ପରେ ଓ ତଥ୍ୟ ଦେଲା ପରେ ମଧ୍ୟ ମନ୍ତ୍ରୀ ସମୀର ଦାସଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ସେଥିପାଇଁ ବିଜେପି ଏହାର ବିରୋଧ କରୁଛି । ଯେହେତୁ ମନ୍ତ୍ରୀଙ୍କ ନାମରେ ସେକ୍ସ ସ୍କାଣ୍ଡାଲ କଥା ଉଠୁଛି । ଏ ସବୁକୁ ଘଣ୍ଟ ଘୋଡାଇବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଆଡ କରିବାର ପ୍ରଚେଷ୍ଟା କରାଯାଉଛି । ପାପୀକୁ ଏବଂ ଯୌନ କେଳଙ୍କାରୀକୁ ଘଣ୍ଟ ଘୋଡାଇବା ପାଇଁ ନିମାପଡାରେ ବିଜେଡିର ଏହି ପାୱାର ଶୋ ।" ତେବେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା କାହାର ପାପକୁ ଘୋଡାଇବାକୁ ରାସ୍ତାକୁ ନଆସନ୍ତୁ ବୋଲି ସେ ଅପିଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.