ETV Bharat / city

ଅନୁଭବ-ବର୍ଷା ବିବାଦ; ଅନୁଭବଙ୍କୁ ସାଂସଦ ପଦ ଓ ଦଳରୁ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା

author img

By

Published : Sep 7, 2020, 2:02 PM IST

ଓଲିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଘନୋଉଥିବା ବେଳେ ଅନୁଭବଙ୍କୁ ସାଂସଦ ପଦ ଓ ଦଳରୁ ବହିଷ୍କାର ଦାବି କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

ଅନୁଭବ-ବର୍ଷା ବିବାଦ; ଅନୁଭବଙ୍କୁ ସାଂସଦ ପଦ ଓ ଦଳରୁ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା
ଅନୁଭବ-ବର୍ଷା ବିବାଦ; ଅନୁଭବଙ୍କୁ ସାଂସଦ ପଦ ଓ ଦଳରୁ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ଓଲିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଘେନଉଛି ବିବାଦ । ଏବେ ଉଭୟଙ୍କ ବିବାଦକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଅନୁଭବଙ୍କୁ ସାଂସଦ ପଦ ଓ ଦଳରୁ ବହିଷ୍କାର ଦାବି କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ।

ପୂର୍ବରୁ ଅନେକ ଥର ମହିଳାଙ୍କ ସୁରକ୍ଷାରେ ପାଇଁ ସମଗ୍ର ଜିଲ୍ଲାରେ ଆନ୍ଦୋଳନ କରିଛି ବିଜେପି । ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ । ହେଲେ ଜଣେ ଜନପ୍ରତିନିଧି ହୋଇ ନିଜ ସ୍ତ୍ରୀକୁ ସମ୍ମାନ ଜଣାଇପାରୁନାହାନ୍ତି ସେ କେନ୍ଦ୍ରାପଡାବାସୀ ମହିଳାଙ୍କୁ ସୁରକ୍ଷା କିଭଳି ଦେବେ ବୋଲି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ ଅନୁଭବ ଓ ରାଜ୍ୟ ସରକାର ଉଭୟଙ୍କ ଉପରେ ବର୍ଷିଛନ୍ତି । ମାନବିକତା ଦୃଷ୍ଟିରୁ ଅନୁଭବ ଖୋଦ୍ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ଆଉ ମହିଳାଙ୍କୁ ସମ୍ମାନ ଦେଉନଥିବା ବ୍ୟକ୍ତିଙ୍କୁ ବିଜେଡି ସୁପ୍ରିମୋ ଦଳରୁ ବହିଷ୍କାର କରନ୍ତୁ ବୋଲି ଦାବି ରଖିଛନ୍ତି ସ୍ମୃତି ପଟ୍ଟନାୟକ ।

ଅନୁଭବ-ବର୍ଷା ବିବାଦ; ଅନୁଭବଙ୍କୁ ସାଂସଦ ପଦ ଓ ଦଳରୁ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବିଜେପି ଓଡ଼ିଶାରେ ମହିଳା ଅସୁରକ୍ଷିତ କଥାକୁ ବାରମ୍ବାର କହି ଆସୁଥିଲା । ସେହି ସମୟରେ ସରକାର ଏହାକୁ ସ୍ୱୀକାର କରୁନଥିଲା। ଏବେ ଅନୁଭବ-ବର୍ଷାଙ୍କ ଘଟଣା ବିଜେପିର କଥାକୁ ସ୍ପଷ୍ଟୀକରଣ ଦେଇଛି । ନବୀନ ବାବୁ ଆଜି ଚୁପ ଅଛନ୍ତି । କିନ୍ତୁ ବିଜେପି ଚୁପ ବସିବ ନାହିଁ । ଆଗାମୀ ଦିନରେ ବି ମହିଳାଙ୍କ ସୁରକ୍ଷାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ସେ ।

ପ୍ରକାଶ ଥାଉକି, ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପତ୍ନୀ ବର୍ଷା ଘରୋଇ ହିଂସା ଓ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଘଟଣା ପଦାକୁ ଆସିବା ପରେ ରାଜ୍ୟ ରାଜନୀତି ବି ତେଜିବାରେ ଲାଗିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.