ETV Bharat / city

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ରାଲି

author img

By

Published : Jun 12, 2022, 5:14 PM IST

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବରରେ ବିକାଶ ତୀର୍ଥ ରାଲି ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ରାଲି
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ରାଲି

ଭୁବନେଶ୍ବର: କେନ୍ଦ୍ରରେ ମୋଦି ସରକାରଙ୍କ ୨ୟ ପାଳିର ତୃତୀୟ ବର୍ଷ ସାରା ଦେଶରେ ପାଳିତ ହେଉଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବରରେ ବିକାଶ ତୀର୍ଥ ରାଲି ଆୟୋଜିତ ହୋଇଛି । ଶତାଧିକ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ଏହି ଅବସରରେ ବାଇକ ରାଲିରେ ସାମିଲ ହୋଇଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରିଥିବା ଏହି ବିକାଶ ତୀର୍ଥ ବାଇକ ରାଲି ବାଣୀବିହାର ଦେଇ ଶିଶୁଭବନ ଛକରେ ପହଞ୍ଚିଥିଲା ।

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକାଶ ତୀର୍ଥ ରାଲି

ଏଥିରେ ସାମିଲ ହୋଇଥିଲେ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଦସ୍ୟ ଶଶାଙ୍କ ଶେଖର, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ଭୁବନେଶ୍ବର ଯୁବ ମୋର୍ଚ୍ଚାର ସଭାପତି ସ୍ମୃତି ରଞ୍ଜନ ମୁଦୁଲି । ଶଶାଙ୍କ ଶେଖର କହିଛନ୍ତି ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଏହି ବାଇକ ରାଲିର ମୂଳ ଲକ୍ଷ୍ୟ । ସାରା ଦେଶରେ ଏହି ବାଇକ ରାଲି ଆୟୋଜନ ହୋଇଥିବା ବେଳେ ଭୁବନେଶ୍ବର ଓ ପରେ ଅନ୍ୟ ଛୋଟ ବଡ଼ ସହରରେ ଏହା ଆୟୋଜନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.