ETV Bharat / city

ଆଚରଣ ବିଧି ଉଲ୍ଲଘଂନ, ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉନଥିବା BJPର ଅଭିଯୋଗ

author img

By

Published : Jan 21, 2022, 7:56 AM IST

ଶାସକ ଦଳ ବାରମ୍ବାର ଆଚରଣ ବିଧି ଉଲ୍ଲଘଂନ କରୁଛି । ହେଲେ ସେମାନଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

ଆଚରଣ ବିଧି ଉଲ୍ଲଘଂନ, ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉନଥିବା BJPର ଅଭିଯୋଗ
ଆଚରଣ ବିଧି ଉଲ୍ଲଘଂନ, ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉନଥିବା BJPର ଅଭିଯୋଗ

ଭୁବନେଶ୍ବର: ବାରମ୍ବାର ଶାସକ ଦଳ ବିଜେଡ଼ି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି । କିନ୍ତୁ ନିର୍ବାଚନ କମିଶନ କେବଳ ଉଦବେଗ ପ୍ରକାଶ କରୁଛନ୍ତି ହେଲେ ସେମାନଙ୍କ ବିରୋଦରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛି ବିଜେପି ।

ଆଚରଣ ବିଧି ଉଲ୍ଲଘଂନ, ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉନଥିବା BJPର ଅଭିଯୋଗ

ଏହା ବି ପଢନ୍ତୁ: Panchayat Election: ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୫୮୫୮୮ ପ୍ରାର୍ଥୀ

ଆଜି ମଧ୍ୟ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିଛି । ଭଦ୍ରକ ଘଣ୍ଟେଶ୍ବରରେ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଛି ବିଜୁ ପକ୍କା ଘରର ବ୍ୟାନର୍ । ସେହିପରି କେନ୍ଦୁଝରରେ ଟୀକାକରଣ କେନ୍ଦ୍ରରେ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର । ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହୋଇ ଏଭଳି ଅଭିଯୋଗ ଆଣିଛି ବିଜେପି । ଏହାସହିତ ନିୟମ ଉଲ୍ଲଘଂନ କରିଥିବାରୁ ଶାସକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।

ବିଜେପି ପ୍ରତିଦିନ ଆଚରଣ ବିଧି ଉଲ୍ଲଘଂନର ଭିଡ଼ିଓ ଓ ଫଟୋ ନିର୍ବାଚନ କମିଶନଙ୍କ ନିକଟକୁ ପହଞ୍ଚାଉଥିଲେ ମଧ୍ୟ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ । ସେ ଅନ୍ୟ କର୍ମୀଙ୍କ ସହିତ ରାଜ୍ୟ ନିର୍ବାଚନ ଆୟୋଗରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.