ETV Bharat / city

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି, ଜବାବ ରଖିଲା ବିଜେପି

author img

By

Published : Jun 7, 2021, 2:16 PM IST

ଦିନକୁ ଦିନ ତୈଳଦର ବୃଦ୍ଧି ପାଉଛି । ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଅଧିକ ପଢନ୍ତୁ...

BJD target center for petrol and diesel price hike
ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି, ଜବାବ ରଖିଲା ବିଜେପି

ଭୁବନେଶ୍ବର: ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । ମହାମାରୀ କୋରୋନା ସମୟରେ ଦେଶରେ ଆର୍ଥନୈତିକ ଅବସ୍ଥାର ଶୋଚନୀୟ ହୋଇଥିବା ବେଳେ ତୈଳଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି, ଜବାବ ରଖିଲା ବିଜେପି

ବର୍ତ୍ତମାନ ସାରା ଭାରତ ବର୍ଷରେ ଯେଉଁ ଭଳି ଦରଦାମ ହୁ ହୁ ହୋଇ ବୃଦ୍ଧି ପାଉଛି । ଏହି ସମୟରେ ପ୍ରାୟ ସମସ୍ତେ ବେକାର । ଜିଡିପି 40 ବର୍ଷ ତଳେ । ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି । ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଯେଉଁ ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି । ସବୁଵର୍ଗର ଲୋକ ଏଠାରେ ପ୍ରଭାବିତ ହେଉଛନ୍ତି । ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ବାରା ଲୋକ ପ୍ରଭାବିତ ହେବେ ନାହିଁ । କିନ୍ତୁ ଲଗାତାର ଭାବେ 16 ଥର ତୈଳ ଦର ବୃଦ୍ଧି କରାଯାଇଛି । ଯାହା ସିଧାସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପଡିଛି । ତେଣୁ କୃଷି ସେସ ଉପରେ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ ।

କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯେଉଁ ହାର ବୃଦ୍ଧି ପାଉନି ତା ତୁଳନାରେ ତୈଳ ଦର ଯଥେଷ୍ଟ ଅଧିକ ବୃଦ୍ଧି ପାଉଛି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଆଗାମୀ ଦିନରେ ତୈଳ ଦର ବୃଦ୍ଧି ପ୍ରତିବାଦ ନେଇ ବିଜେଡି ଆହୁରି ଶକ୍ତ ଆଭିମୁଖ୍ୟ ଆପଣେଇବ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ସେପଟେ ତୈଳଦର ବୃଦ୍ଧି ପରିପ୍ରେକ୍ଷିରେ ବିଜେଡ଼ି ସମାଲୋଚନାର ଉତ୍ତର ରଖିଛି ବିଜେପି । ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ପୃଥ୍ବୀରାଜ କହିଛନ୍ତି ଯେ, କୋଭିଡ ପରିଚାଳନାରେ ବିଫଳତା ଉପରୁ ଦୃଷ୍ଟି ହଟାଇବାକୁ ରାଜ୍ୟ ସରକାର ଏଭଳି ଉଦ୍ୟମ କରୁଛନ୍ତି । ତୈଳଦର ବୃଦ୍ଧି ଓ ହ୍ରାସ ଅନ୍ତର୍ଜାତୀୟ ତୈଳଦର ଉପରେ ନିର୍ଭର କରୁଛି । ତେଣୁ ଏହାକୁ ନେଇ ବିଜେଡି ଶସ୍ତା ରାଜନୀତି କରୁଛି । ତୈଳଦର ବୃଦ୍ଧି ଲୋକଙ୍କ ପକେଟକୁ ବାଧିଲା ଭଳି କୋଭିଡ ପରିଚାଳନାରେ ବିଫଳତା ମଧ୍ୟ ସମସ୍ୟା ସୃଷ୍ଟି କରୁଛି । ସେ ଦିଗରେ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.