ETV Bharat / city

Panchayat Poll Results: ବିଜୟର ଶ୍ରେୟ ଜନସାଧାରଣଙ୍କୁ ଦେଲା ବିଜେଡି

author img

By

Published : Mar 1, 2022, 6:11 PM IST

ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ଦଳ ନିଜ ପୂର୍ବ ରେକର୍ଡ ଭଙ୍ଗ କରି ବିଜୟର ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଅଧିକ ପଢ଼ନ୍ତୁ

Panchayat Poll Results: ବିଜୟର ଶ୍ରେୟ ଜନସାଧାରଣଙ୍କୁ ଦେଲା ବିଜେଡି
Panchayat Poll Results: ବିଜୟର ଶ୍ରେୟ ଜନସାଧାରଣଙ୍କୁ ଦେଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ଦଳ ନିଜ ପୂର୍ବ ରେକର୍ଡ ଭଙ୍ଗ କରି ବିଜୟର ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଛି । ଏହି ଅବିଶ୍ୱସନୀୟ ବିଜୟର ଶ୍ରେୟ ଦଳ ଜନସାଧାରଣଙ୍କୁ ଦେଇଛି । ଏହାକୁ ନେଇ ବିଜେଡିର ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, "ଏହି ବିଜୟ ପଛର ଗୁଡ଼ରହସ୍ୟ କିଛି ନାହିଁ । ରହସ୍ୟ ହେଉଛି ଅତି ସରଳ । ଲୋକଙ୍କ ସୁଖ ଦୁଃଖରେ ବିଜୁ ଜନତା ଦଳ ରହିଛି । ତେଣୁ ଦଳର ନେତା ନବୀନ ପଟ୍ଟନାୟକ ସାଢ଼େ 4 କୋଟି ଲୋକଙ୍କ ହୃଦୟରେ ରହିଛନ୍ତି । ତାଙ୍କ ପ୍ରତି ଲୋକଙ୍କର ଭଲ ପାଇବା ରହିଛି ।"

Panchayat Poll Results: ବିଜୟର ଶ୍ରେୟ ଜନସାଧାରଣଙ୍କୁ ଦେଲା ବିଜେଡି
ଗ୍ରାମାଞ୍ଚଳର ଭିତ୍ତିଭୂମିରୁ ଆରମ୍ଭ କରି ସାମାଜିକ ଖାଦ୍ୟ ନିରାପତ୍ତାରେ ବିଭିନ୍ନ ଯୋଜନା କରାଯାଇଛି । ଲୋକମାନେ ଉପକୃତ ହେଉଛନ୍ତି । ଲୋକମାନେ ଜାଣିଛନ୍ତି ନିର୍ବାଚନ ସମୟରେ ଅନ୍ୟ ଦଳ ମୁହଁ ଦେଖାନ୍ତି । ବିଜୁ ଜନତା ଦଳ ଓ ସରକାରଙ୍କ ଜନସାଧାରଣଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା ରହିଛି । ଏହାକୁ ହୃଦୟଙ୍ଗମ କରି ଲୋକ ସେମାନଙ୍କର ସଦିଛା ଓ ଆଶୀର୍ବାଦ ଦେଇଛନ୍ତି । ପଞ୍ଚାୟତରେ ବିଜେଡିର ବିପୁଳ ବିଜୟ ହୋଇଛି । ପଞ୍ଚାୟତ ପରି ପୌର ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳିତ ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ।ବିପୁଳ ବିଜୟର ଶ୍ରେୟ ନିଶ୍ଚୟ ଜନସାଧାରଣଙ୍କୁ ଯିବ । ଯେଉଁମାନେ ଦଳକୁ ସମର୍ଥନ କରି ବିଜୟ ଦେଇଛନ୍ତି । ନବୀନଙ୍କ ପ୍ରତି ଭଲ ପାଇବା ବହୁଗୁଣିତ କରିଛନ୍ତି । ଦଳର ଯେଉଁ ସାଥୀ ବିଭିନ୍ନ ସମସ୍ୟାରେ ଲୋକଙ୍କୁ ସହାୟତା କରିଛନ୍ତି । କୋଭିଡ଼ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସାଥୀରେ ଛିଡା ହୋଇଛନ୍ତି ବୋଲି କହିଛନ୍ତି ଦେବୀ ମିଶ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.