ସୋମବାର ଠାରୁ ଭୁବନେଶ୍ୱର AIIMS OPD ବନ୍ଦ

author img

By

Published : Jan 15, 2022, 4:42 PM IST

ସୋମବାର ଠାରୁ ଭୁବନେଶ୍ୱର AIIMS ଓପିଡି ବନ୍ଦ

ଆସନ୍ତା ୧୭ରୁ ଭୁବନେଶ୍ୱର AIIMS OPD ବନ୍ଦ । ଡାକ୍ତରଖାନା କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ପରେ ବନ୍ଦ ନେଇ ନିଷ୍ପତ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ୧୭ରୁ ଭୁବନେଶ୍ୱର AIIMS OPD ବନ୍ଦ । ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ବନ୍ଦ ଘୋଷଣା । OPD ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁ ରହିବ । OPD ବନ୍ଦ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।



ସୂଚନା ଅନୁଯାୟୀ, କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ରୁ ଭୁବନେଶ୍ୱର ଏମ୍ସର OPD ବନ୍ଦ ଲାଗି ଘୋଷଣା କରାଯାଇଛି । କେବଳ ଟେଲି ମେଡ଼ିସିନ ଓ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ସ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏମ୍ସ ପକ୍ଷରୁ କୁହାଯାଇଛି । ରୋଗୀମାନେ ହସ୍ପିଟାଲ ନଆସି ଡିଜିଟାଲ ମାଧ୍ୟମରେ ସ୍ବାସ୍ଥ୍ୟସେବା ହାସଲ କରିବା ପାଇଁ ଡାକ୍ତରଖାନା ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ ଚାଲିଥିବା ଜରୁରୀ ସେବା ଜାରି ରହିବ ବୋଲି ଏମ୍ସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି । ତେବେ ଟେଲି ମେଡିସନ ସେବା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଲ 9 ଟା ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିଭଳି ଶନିବାର ସକାଳ 9 ରୁ 1 ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେହିଭଳି ଏମ୍ସ ସ୍ୱାସ୍ଥ୍ୟ ଆପ୍ସ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 8.30 ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଶନିବାର ଦିନ 8.30 ରୁ ମଧ୍ୟାହ୍ନ 1 ପର୍ଯ୍ୟନ୍ତ ଖୋଲା ରହିବ । ତେବେ ସମସ୍ତ ଜରୁରୀ କାଳୀନ ସେବା ବ୍ୟାହତ ହେବ ନାହିଁ । ଟେଲି ମେଡିସନ ଜରିଆରେ ଯଦି କୌଣସି ଡାକ୍ତର ଅନୁଭବ କରନ୍ତି ଯେ, ରୋଗୀଙ୍କୁ ମେଡ଼ିକାଲ ଆସିବାର ଆବଶ୍ୟକତା ଅଛି ତେବେ ଡାକ୍ତରଙ୍କ ସ୍ୱୀକୃତି ନେଇ ମେଡ଼ିକାଲ ଆସିପାରିବେ । ଅନ୍ତଃବିଭାଗରେ ଆଡମିଶନ ନେବାକୁ ହେଲେ ରୋଗୀ ଓ ସହାୟକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଅଧୀକ୍ଷକ ଡ଼ ଏସ.ଏନ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.