ETV Bharat / city

ସିଂହ-ମଣିଷର ଅନାବିଳ ପ୍ରେମ, ବର୍ଷାର ମାଆ ସାଜିଲେ ପ୍ରଶାନ୍ତ

author img

By

Published : Jan 27, 2022, 8:26 PM IST

ପ୍ରେମ ଦେଖେନି ଜାତି କି ସମ୍ପ୍ରଦାୟ । ଶବ୍ଦ ଲୋଡେନି ଏ ପ୍ରେମ । ବାସ୍ ଟିକିଏ ଆଦର ଆଉ ସ୍ନେହରେ ଆପଣାର ହୋଇଯାଏ ଦୁଇ ମନ । ଏସବୁ କଥାର କିପରି ଯଥାର୍ଥ ବଖାଣୁଛନ୍ତି ସିଂହ ଶାବକ ଏବଂ ତା'ର ଆନିମଲ କିପର୍ । ଜାଣନ୍ତୁ ଏହି ସିଂହ ଶାବକ ଏଭଂ ତାର ଆନିମଲ କିପର୍ ବିଷୟରେ ।

ସିଂହ-ମଣିଷର ଅନାବିଳ ପ୍ରେମ, ବର୍ଷାର ମାଆ ସାଜିଲେ ପ୍ରଶାନ୍ତ
ସିଂହ-ମଣିଷର ଅନାବିଳ ପ୍ରେମ, ବର୍ଷାର ମାଆ ସାଜିଲେ ପ୍ରଶାନ୍ତ

ଭୁବନେଶ୍ବର: ପ୍ରେମ ଦେଖେନି ଜାତି କି ସମ୍ପ୍ରଦାୟ । ଶବ୍ଦ ଲୋଡେନି ଏ ପ୍ରେମ । ବାସ୍ ଟିକିଏ ଆଦର ଆଉ ସ୍ନେହରେ ଆପଣାର ହୋଇଯାଏ ଦୁଇ ମନ । ଏଇ ଦେଖୁନାହାନ୍ତି ଏସବୁ କଥାର କିପରି ଯଥାର୍ଥ ବଖାଣୁଛନ୍ତି ସିଂହ ଶାବକ ଏବଂ ତା'ର ମାଲିକ । ଉଭୟଙ୍କ ଅନାବିଳ ପ୍ରେମକୁ ଦେଖିଲେ ଲାଗୁଛି ଭାଷା, ଶବ୍ଦ ଆଉ ସମ୍ପ୍ରଦାୟ ଯେପରି ଆବେଗ ପାଇଁ ଅନାବଶ୍ୟକ । ଯେତେ ହିଂସ୍ର ହେଲେ ମଧ୍ୟ ସେ ବି ଅନୁଭବ କରିପାରୁଛି ପ୍ରେମକୁ । ଆଉ ମଣିଷର ଆଦରରେ ଭଲପାଇ ବସୁଛି ।

ସିଂହ-ମଣିଷର ଅନାବିଳ ପ୍ରେମ, ବର୍ଷାର ମାଆ ସାଜିଲେ ପ୍ରଶାନ୍ତ

ଏ ଦୃଶ୍ୟ ହେଉଛି ନନ୍ଦନକାନନର । ଜନ୍ମରୁ ସିଂହଟିକୁ ମାଆ ପରି ଆପଣେଇଥିବା ପ୍ରାଣୀ ଉଦ୍ୟାନର ଆନିମଲ କିପର୍ ପ୍ରଶାନ୍ତ ଗୌଡ ଏବେ ଚର୍ଚ୍ଚାରେ । ଯେ କେହି ବି ସିଂହ ପ୍ରତି ଥିବା ତାଙ୍କ ଆଦର ଆଉ ସ୍ନେହକୁ ଦେଖି ବାଃ ବାଃ କହିବ । ସିଂହ ଶାବକଟିକୁ ନିଜ ଝିଅ ପରି ପାଳିଛନ୍ତି ପ୍ରଶାନ୍ତ । ନାମ ରଖିଛନ୍ତି ବର୍ଷା, ଭାରି ଆପଣାର ପରି ସେ ବି ଡାକ ଶୁଣୁଛି ।

6 ମାସ ପୂର୍ବେ ସିଂହୀ ବିଜଲୀ 3ଟି ଛୁଆ ଜନ୍ମ ଦେଇଥିଲା । 2ଟି ମରି ଯାଇ ଥିବାବେଳେ କୁନି ମାଇ ସିଂହ ବର୍ଷାକୁ ଗ୍ରହଣ କରିନଥିଲା ବିଜଲୀ । ଫଳରେ ବର୍ଷାକୁ ଆପଣାର କରିନେଇଥିଲେ ପ୍ରଶାନ୍ତ । ମାଆ ଟିଏ ଯେପରି ପିଲାଟିକୁ ଲାଳନ ପାଳନ କରେ ଠିକ୍ ସେହିପରି ଆଦର କରିଛନ୍ତି ପ୍ରଶାନ୍ତ । କେବେ ରାତି ଅନିଦ୍ରା ହୋଇଛନ୍ତି ତ ଆଉ କେବେ ଭୋକରେ ରହିଛନ୍ତି । ଶେଷରେ ପଶୁ ଆଉ ମଣିଷର ସମ୍ପର୍କ ନିବିଡ ହୋଇଛି, ଲୋକ ଲୋଚନକୁ ଆସିଛି ଏହି ଅନାବିଳ ପ୍ରେମ ।

ସତରେ ଆଦର ଆଉ ସ୍ନେହ କଲେ ଯେ କେହି ବି ଆପଣାର ହୋଇପାରିବ । ପ୍ରଶାନ୍ତଙ୍କ ଏପରି ଉଦ୍ୟମ ପାଇଁ କେବଳ ଯେ ସିହଂ ଶାବକଟି ନୂଆ ଜୀବନ ପାଇଛି ତାହା ନୁହେଁ ସମାଜରେ ଏକ ଉଦାହରଣ ସୃଷ୍ଟି ହୋଇଛି କହିଲେ କିଛି ଭୁଲ୍ ହେବନି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.