ACF ସୋମ୍ୟ ମୃତ୍ୟୁ ମାମଲା; DFO ସଂଗ୍ରାମଙ୍କ ଲାଏ ଡିଟେକ୍ସନ ଟେଷ୍ଟ

author img

By

Published : Sep 18, 2021, 4:43 PM IST

ACF Soumya ranjan death case

ବହୁଚର୍ଚ୍ଚିତ ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ଜେନାଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଷ୍ଟେଟ ଫରେନସିକ ଲ୍ୟାବରେ ପ୍ରାୟ ଦୁଇ ଘଣ୍ଟା ଧରି ଏଭଳି ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଗଜପତି ଏସସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି (ଶନିବାର) ଡିଏଫଓ ସଂଗ୍ରାମଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଟେଷ୍ଟ କରାଯାଇଛି ।

ଷ୍ଟେଟ ଫରେନସିକ ଲାବ୍ରୋଟାରୀରେ ଡିଏଫଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ଡିଏଫଓ ସହ ରୋଷେୟା ମନ୍ମଥ କୁମ୍ଭଙ୍କ ମଧ୍ୟ ହୋଇଛି ଟେଷ୍ଟ । ତେବେ ଟେଷ୍ଟରେ ସୋମ୍ୟଙ୍କ ମୃତ୍ୟୁ ସମ୍ପର୍କିତ ୨୦୦ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡିଏଫଓ । କିଭଳି ହେଲା ସେ ସମ୍ପର୍କରେ ଜାଣିଥିଲେ କି ନାହିଁ । ସେ ଦିନ ରାତିରେ ଥିଲେ କି ନାହିଁ। ସେହି ଘଟଣାରେ ସମ୍ପୃକ୍ତି ଅଛି କି ନାହିଁ ? ସେ ସବୁର ପାଇଁ ଡିଟେକ୍ସନ ଟେଷ୍ଟ ଜରିଆରେ ହଁ କି ନାଁ ରେ ଜବାବ ରଖିଛନ୍ତି ଡିଏଫଓ । ରସୁଲଗଡରେ ଥିବା ଷ୍ଟେଟ ଫରେନସିକ ଲ୍ୟାବ ପ୍ରାୟ ଦୁଇ ଘଣ୍ଟା ଧରି ଏଭଳି ଟେଷ୍ଟ କରାଯାଇଥିଲା ।

ସୂଚନାଥାଉକି ରାଜ୍ୟରେ ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ପୋଲିସ । ଦୀର୍ଘ ଦୁଇମାସର ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ପାଖରେ ପହଞ୍ଚିପାରିନାହିଁ ପୋଲିସ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । ଏସିଏଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ ଜେନାଙ୍କୁ ବାରମ୍ବାର ଜେରା କରି ଅଧିକ ତଦନ୍ତ କରିଛି କିନ୍ତୁ ପ୍ରକୃତ ଆସାମୀକୁ ଧରିପାରିନାହିଁ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.