ETV Bharat / city

ଉତ୍ସାହର ସହ ଟିକା ନେଉଛନ୍ତି କିଶୋର-କିଶୋରୀ, ଆରମ୍ଭରୁ ନେଲେଣି ୧୮୮୨

author img

By

Published : Jan 3, 2022, 1:09 PM IST

ଆଜିଠୁ(ସୋମବାର) ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ(vaccination) । ଏନେଇ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ତେବେ ରାଜ୍ୟରେ ଏବେ ସୁଦ୍ଧା ୧ ହଜାର ୮୮୨ କିଶୋର ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ

୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଗଲା କୋରୋନା ଟିକା, ଆରମ୍ଭରୁ ନେଲେଣି 1882
୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଗଲା କୋରୋନା ଟିକା, ଆରମ୍ଭରୁ ନେଲେଣି 1882

ଭୁବନେଶ୍ବର: ଆଜିଠୁ(ସୋମବାର) ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ(vaccination) । ଏନେଇ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ତେବେ ରାଜ୍ୟରେ ଏବେ ସୁଦ୍ଧା ୧ ହଜାର ୮୮୨ କିଶୋର ଟିକା ନେଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ(Health &Family Welfare Director Dr. Bijay Panigrahi) । ରାଜ୍ୟରେ ୩୧୯୩ ଟୀକାକରଣ କେନ୍ଦ୍ରରେ ଟୀକାକରଣ ଚାଲୁ ରହିଛି। ଏହାସହ ପିଲାଙ୍କ ପାଇଁ କରାଯାଇଛି ୯୩୯ ଟି ସ୍ବତନ୍ତ୍ର ଟିକାକେନ୍ଦ୍ର ।

୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଗଲା କୋରୋନା ଟିକା, ଆରମ୍ଭରୁ ନେଲେଣି 1882

ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ଅନଲାଇନ ପଞ୍ଜିକରଣ କରିଥିଲେ ସିଧାସଳଖ ଆସି ଟିକା ନେଇପାରିବେ। ଯେଉଁମାନେ ଅନଲାଇନ ପଞ୍ଜିକରଣ କରିନାହାନ୍ତି ଅନ ସାଇଟ ପଞ୍ଜିକରଣ କାରାଯାଇ ଟିକା ଦିଆଯିବ। ତେବେ ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ପାର୍ଶ୍ଵ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଯେଉଁମାନଙ୍କର ପରୀକ୍ଷା ଅଛି, ସେମାନଙ୍କୁ ପରୀକ୍ଷା ପରେ ଟିକା ଦିଆଯିବ। ସକାଳୁ ବର୍ତ୍ତମାନ ସୁଦ୍ଧା ୧୫ ରୁ ୧୮ ବର୍ଷ ବୟସ୍କ ୧୮୮୨ ଜଣ ପିଲା ଟିକା ନେଇ ସାରିଲେଣି।

ଏପଟେ ଗତକାଲି ଶିକ୍ଷା ବିଭାଗ ସହ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନ କରାଇବେ। ପ୍ରତି ସ୍କୁଲ ମଧ୍ୟ ୧୫ ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ। ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ, ସେହି ସ୍କୁଲରେ ଟୀକାକରଣ କେନ୍ଦ୍ର କରିପାରିବେ। ଆଜି ବି ବହୁ ସ୍କୁଲରେ ଟୀକାକରଣ କେନ୍ଦ୍ର କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ଅନ୍ୟପଟେ, 15 ରୁ 18 ବର୍ଷ ବୟସ୍କ ଟୀକାକରଣ ନେଇ ବିଏମସି ଅତିରିକ୍ତ କମିଶନର ନିଜର ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ବରରେ ସକାଳ 8 ଟା ରୁ ଦିନ 1 ଯାଏ ଟୀକାକରଣ କରାଯାଉଛି। ଭିଡ ବଢିଲେ ଅପରାହ୍ନରେ ବି ଟିକା ଦିଆଯିବ। 35 ଟି କେନ୍ଦ୍ରରେ ଟୀକାକରଣ ଚାଲିଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ବୁକିଂ କରି ଟୀକାକରଣ କରାଯାଉଛି । ଏହି ବର୍ଗର 70 ହଜାର ଟିକା ଦେବା ପାଇଁ ବିଏମସି ଯୋଜନା କରିଛି। ଟିକା ନେବା ପରେ ଅବ୍‌ଜରଭେସନକୁ ଧ୍ୟାନ ଦିଆଯାଉଛି। ପୂର୍ବରୁ 57 ଟି ସେଣ୍ଟର କରାଯାଇଥିବା ବେଳେ ଏବେ 35ଟି ସେଣ୍ଟର କରାଯାଇଛି । ଆବଶ୍ୟକ ହେଲେ ଟୀକାକରଣ କେନ୍ଦ୍ର ବଢ଼ାଯିବ ।

ଏହାସହ ଓମିକ୍ରନ ପଜିଟିଭ ଆସୁଥିବା ବ୍ୟକ୍ତିଙ୍କୁ ହସ୍ପିଟାଲର ସ୍ବତନ୍ତ୍ର ୱାର୍ଡକୁ ପଠାଯାଉଛି । ଏନେଇ ଦୁଇଟି କୋଭିଡ ଡାକ୍ତରଖାନାରେ 3 ଶହରୁ ଉର୍ଦ୍ଧ୍ବ ବେଡ଼ ରହିଛି । ସରକାର ସବୁ ପ୍ରକାର ତଥ୍ୟ ନେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.