ETV Bharat / city

Ram Navami Celebration: ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ଭଦ୍ରକ ସହର

author img

By

Published : Apr 10, 2022, 5:29 PM IST

ଭଦ୍ରକରେ ଧୁମ୍‌ଧାମରେ ପାଳନ ହେଉଛି ଶ୍ରୀରାମ ନବମୀ । ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି ଭଦ୍ରକ ସହର । ଅଧିକ ପଢନ୍ତୁ

Ram Navami Celebration: ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ଭଦ୍ରକ ସହରRam Navami Celebration: ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ଭଦ୍ରକ ସହର
Ram Navami Celebration: ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ଭଦ୍ରକ ସହର

ଭଦ୍ରକ: ହିନ୍ଦୁ ଧର୍ମର ପୂଜାପର୍ବାଣୀ ମଧ୍ୟରୁ ଏକ ମହାନ ପର୍ବ ଶ୍ରୀରାମ ନବମୀ । ଏହି ପବିତ୍ର ପର୍ବ ପାଳନ କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ଏକ ବିଶେଷତ୍ବ ରହିଛି । ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ଗଣପର୍ବରେ ପରିଣତ ହୋଇଛି । ଏହି ଅବସରରେ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଜୟ ଶ୍ରୀରାମ ଧ୍ଵନି ସହ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି ଭଦ୍ରକ ସହରର ପରିବେଶ ।

Ram Navami Celebration: ଜୟ ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ଭଦ୍ରକ ସହର

ଐତିହାସିକ ଗାନ୍ଧୀ ପଡ଼ିଆରେ ଶ୍ରୀରାମ ନବମୀ ଗଣ ମହୋତ୍ସବ 7 ଦିନ ବ୍ୟାପି ଅତ୍ୟନ୍ତ ଭବ୍ୟ ଓ ସୁଦୃଶ୍ୟ ଶୈଳୀରେ ପାଳନ କରାଯାଉଛି । 1991 ମସିହାରୁ ଆରମ୍ଭ ହୋଇ 32 ବର୍ଷ ଧରି ଏହି ପବିତ୍ର ଭୂମିରେ ଭଦ୍ରକବାସୀ ପାଳନ କରି ଆସୁଛନ୍ତି ଶ୍ରୀରାମ ନବମୀ ମହାଯଜ୍ଞର ମହାନ ପରମ୍ପରା । ଯାହା କ୍ରମଶଃ ମହୋତ୍ସବରେ ପରିଣତ ହୋଇଛି । ଚଳିତ ବର୍ଷ ଏପ୍ରିଲ 2 ତାରିଖରୁ ରାଷ୍ଟ୍ରୀୟ ହିନ୍ଦୁ ଦିବସ ପାଳନ ସହିତ ଗୋ-ପୂଜନ ଓ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିଦିନ ଠାରୁ ଗାନ୍ଧୀ ପଡିଆରେ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ରାମ ନବମୀରେ ପୂଣ୍ଣାହୂତି ହୋଇଥାଏ ।

ଏହି ପୂଜା ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ପ୍ରଥମେ ଗୋଟିଏ ଦିନ ପାଳନ କରା ଯାଉଥିଲାବେଳେ ଏବେ 7 ଦିନ ଧରି ପାଳନ ହୋଇଛି । ଏହି ପର୍ବର ବିଶେଷ ଆକର୍ଷଣ କଳସ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ଯାତ୍ରା । ହଜାର ହଜାର ମହିଳା ଶ୍ରଦ୍ଧାଳୁମାନେ କଳସ ଧରି ଗାନ୍ଧୀ ପଡିଆରୁ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରି ସାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି । ସେହିପରି ରାମନବମୀ ଦିନ ନଗର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାମନବମୀ ସମିତି ପକ୍ଷରୁ ଏହି କାର୍ଯ୍ୟର ସୁପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରା ଯାଇ ଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 100 ରୁ ଅଧିକ ସୁସଜ୍ଜିତ ମେଢ ଯୋଗ ଦେଇଥାନ୍ତି ।

ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋରୋନା କଟକଣା ମଧ୍ୟରେ 2 ବର୍ଷ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ରାମ ନବମୀ ପାଳନକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଶାନ୍ତି ଶୃଙ୍ଖଳାର ସହ ଶ୍ରୀରାମ ନବମୀ ସମାପନ ନେଇ ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.