ETV Bharat / city

ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଆକାଶ

author img

By

Published : Jul 17, 2021, 11:24 AM IST

ଦୁର୍ଦ୍ଧାନ୍ତ ଅପରାଧି ଆକାଶ ଗିରଫ, ବୋମା ,ଖଣ୍ଡା ସହ କାର ଓ ମୋଟରସାଇକେଲ ଜବତ । ଅଧିକ ପଢନ୍ତୁ...

ପୋଲସି ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଆକାଶ
ପୋଲସି ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଆକାଶ

ବ୍ରହ୍ମପୁର: ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଆକାଶ । ଏହି ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ଜିଲ୍ଲା କେ. ନୂଆଗାଁ ପୋଲିସ । କେ.ନୂଆଗାଁ ଥାନା ଅର୍ନ୍ତଗତ ଦେଖାଳି ଗ୍ରାମ ଛକ ନିକଟରୁ ରାତ୍ର ସମୟରେ ଆକାଶ ପ୍ରଧାନକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଘଟଣାସ୍ଥଳରୁ ଆକାଶଙ୍କ ନିକଟରୁ ଏକ ମାରୁତି କାର, ୪ଟି ମୋଟର ସାଇକେଲ ସମେତ ୫ ଗୋଟି ବୋମାଏବଂ ପାଞ୍ଚଟିଟି ଖଣ୍ଡା ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ପୋଲସି ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଆକାଶ
ପୋଲସି ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଆକାଶ

ଦେଖାଳି ଗ୍ରାମେ ବିଭିନ୍ନ ସମୟରେ ଦେଖା ଦେଉଥିବା ବିଭିନ୍ନ ଅପରାଧିକ ମାମଲାକୁ ନେଇ ପୋଲିସ ଆକାଶକୁ ଗିରଫ କରିଛି ।

ଏଥିରେ ତାଙ୍କର କିଛି ସହଯୋଗୀ ସଂପୃକ୍ତ ରହୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଗୁରବାର ଏହି ଗୋଷ୍ଠୀ ଅପରାଧିକ ଘଟଣା ଘଟୁଥିବା ନେଇ ଖବରପାଇ ପୋଲିସ ପହଞ୍ଚିବା ପରେ ଆକାଶ ଧରାପଡିଥିଲା । ତେବେ ଅନ୍ୟମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.