ସିଲାବସ୍ ନାହିଁ କି ସ୍ଥାୟୀ ନିଯୁକ୍ତି ନାହିଁ, ଦିଗହରା କଳା ଏବଂ କ୍ରୀଡ଼ା ଶିକ୍ଷକ

author img

By

Published : Sep 16, 2021, 9:34 AM IST

ସିଲାବସ୍ ନାହିଁ କି ସ୍ଥାୟୀ ନିଯୁକ୍ତି ନାହିଁ, ଦିଗହରା କଳା ଏବଂ କ୍ରୀଡ଼ା ଶିକ୍ଷକ

ଆଠ ବର୍ଷ ଧରି ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମାନଙ୍କୁ ନିଯୁକ୍ତି ପାଇଥିଲେ ମଧ୍ୟ ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କୁ ମିଳୁନାହିଁ ସ୍ଥାୟୀ ନିଯୁକ୍ତି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଗୋଟିଏ ପଟେ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ସ୍କୁଲମାନଙ୍କରେ କ୍ରୀଡା ଶିକ୍ଷକ ନିଯୁକ୍ତିରେ ଅବହେଳା ଅଭିଯୋଗ ହୋଇଛି । ଖାଲି କ୍ରୀଡା ନୁହେଁ କଳା ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ସ୍ଥାୟୀ ନିଯୁକ୍ତି ଦାବି କରିଛି ଶିକ୍ଷକ ମହାସଂଘ ।

ସିଲାବସ୍ ନାହିଁ କି ସ୍ଥାୟୀ ନିଯୁକ୍ତି ନାହିଁ, ଦିଗହରା କଳା ଏବଂ କ୍ରୀଡ଼ା ଶିକ୍ଷକ

ଆଠ ବର୍ଷ ଧରି ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ମଧ୍ୟ ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କୁ ମାସିକ ୨୪ ଗୋଟି କ୍ଲାସ ଆଧାରରେ ଦିଆଯାଉଛି ପାରିଶ୍ରମିକ । ଯାହାକୁ ନେଇ ବର୍ତ୍ତମାନର ବର୍ଦ୍ଧିତ ଦରଦାମ୍ ଯୁଗରେ ସତେ ଯେପରି ଦିଗହରା ହୋଇପଡିଛନ୍ତି ରାଜ୍ୟର କଳା ଏବଂ କ୍ରୀଡ଼ା ଶିକ୍ଷକ । ଏହି ବର୍ଗର ଶିକ୍ଷକ ମହାସଂଙ୍ଘ ପକ୍ଷରୁ ନିଜର ସ୍ଥାୟୀ ନିଯୁକ୍ତି ଦାବି କରିବା ପରେ ଶେଷରେ ମହାସଂଙ୍ଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ଶିକ୍ଷକଗଣ ।

ପାର୍ଟ ଟାଇମ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଭାରତ ସରକାର ମାନବ ସଂଶୋଧନ ବିକାଶ ମନ୍ତ୍ରଣାଳୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସାକ୍ଷରତା ବିଭାଗ ତରଫରୁ ସମସ୍ତ ସାମୂହିକ ପ୍ରଶିକ୍ଷକ ମାନଙ୍କୁ ଚୟନ କରି ୧୨ ମାସ ଆନୁସାରେ ଦରମା ପ୍ରଦାନ କରାଯିବାକୁ ପୂର୍ଣ୍ଣ ନିର୍ଦ୍ଧେଶ ରହିଥିଲେ ମଧ୍ୟ ରାଜ୍ୟସରକାର ଏ ପର୍ଯ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କରାଯାଇଛି । କଳା ଏବଂ କ୍ରୀଡ଼ା ଶିକ୍ଷକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.