ଭଦ୍ରକରୁ ଲୁଚି ଛତ୍ରପୁରରେ ଅନ୍ୟ ଜଣେ ମହିଳା ସହ ରହି ଆସୁଥିଲେ ସ୍ବାମୀ, ପୋଲିସ ସହାୟତାରେ ଧରିଲା ସ୍ତ୍ରୀ

author img

By

Published : Sep 19, 2021, 9:45 PM IST

Updated : Sep 19, 2021, 10:02 PM IST

ଘରୁ ଲୁଚି ଅନ୍ୟ ଜଣେ ମହିଳା ସହ ରହି ଆସୁଥିଲେ ସ୍ବାମୀ, ପୋଲିସ ସହାୟତାରେ ଧରିଲା ସ୍ତ୍ରୀ

ପତ୍ନୀଙ୍କୁ ଛାଡି ଅନ୍ୟଜଣେ ମହିଳାଙ୍କ ସହ ରହୁଥିଲା ସ୍ବାମୀ । ପୋଲିସ ସହାୟତାରେ ଠାବ କରିବାରେ ସଫଳ ହେଲା ସ୍ତ୍ରୀ । ସମ୍ପୃକ୍ତ ଯୁବକଙ୍କୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଗିରଫ କରିଛି ଭଦ୍ରକ ଭଣ୍ଡାରିପୋଖରୀ ପୋଲିସ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ମିଛ ବାହାନା ଦେଖାଇ ନିଜ ପତ୍ନୀଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ଦୀର୍ଘଦିନ ଧରି ରହି ଆସୁଥିଲେ ସ୍ବାମୀ । ଆଉ ଶେଷରେ ଖୋଜିଖୋଜି ପୋଲିସ ସହାୟତାରେ ରେଡହ୍ୟାଣ୍ଡରେ ଏକ ଘର ମଧ୍ୟରୁ ସ୍ବାମୀକୁ ଧରିବାରେ ସକ୍ଷମ ହୋଇଛି ପତ୍ନୀ । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ । ସମ୍ପୃକ୍ତ ଯୁବକର ନାଁ ପିନା ସାମଲ ଓ ସେ ଭଦ୍ରକ ଅଞ୍ଚଳର ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ପୋଲିସ କହିଛି । ଗିରଫ ପରେ ସମ୍ପୃକ୍ତ ଯୁବକଙ୍କୁ ଭଣ୍ଡାରିପୋଖରୀ ପୋଲିସ ସାଙ୍ଗରେ ନେଇଥିବା ମଧ୍ୟ ସୂଚନା ରହିଛି ।

ଭଦ୍ରକରୁ ଲୁଚି ଛତ୍ରପୁରରେ ଅନ୍ୟ ଜଣେ ମହିଳା ସହ ରହି ଆସୁଥିଲେ ସ୍ବାମୀ, ପୋଲିସ ସହାୟତାରେ ଧରିଲା ସ୍ତ୍ରୀ

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଏକ ଆଦିବାସୀ ମହିଳାକୁ ବିବାହ କରିବା ପରେ ପ୍ରତାରଣା କରି ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଅନ୍ୟ ଏକ ମହିଳା ସହ ରହି ଆସୁଥିଲା ଅଭିଯୁକ୍ତ ସ୍ବାମୀ ପିନା ସମାଲ ।

ଉକ୍ତ ମହିଳାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ, ୨୦୧୫ ମସିହାରେ ପିନା ତାଙ୍କୁ ବିବାହ କରିଥିବାବେଳେ ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ୨୦୧୮ ମସିହାରୁ ଘର ଛାଡି ଚାଲି ଆସିଥିଲା ଅଭିଯୁକ୍ତ ପିନା । ଅନ୍ୟପଟେ ଅଭିଯୋଗକାରୀ ମହିଳାଙ୍କ ଭାଇ ଗାଡିଚାଳକ ପିନା ସାମଲ ତାଙ୍କ ଭଉଣୀଙ୍କ ବିବାହ ତାରିଖ ଚୂଡାନ୍ତ ହେବା ପରେ ଜୋରଜବରଦସ୍ତ ଉଠାଇ ନେଇ ବିବାହ କରିବ ବୋଲି ପ୍ରିତଶ୍ରୁତି ଦେଇଥିବା ନେଇ ଅନ୍ୟ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ଗଞ୍ଜାମ ଆସି ୮ ଘଣ୍ଟାର ପରିଶ୍ରମ ପରେ ପିନାକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଭଣ୍ଡାରି ପୋଖରୀ ପୋଲିସ । ତେବେ ସମ୍ପୃକ୍ତ ଡ୍ରାଇଭର ପିନା ନାମରେ ୩ଟି ମାମଲା ରୁଜୁ କରିଛି ପୋଲିସ । ସେପଟେ ଗଣମାଧ୍ୟମ ସମ୍ମୁଖରେ ସମ୍ପୃକ୍ତ ଯୁବକ କୌଣସି ପ୍ରତିକ୍ରିୟା ରଖି ନ ଥିବାବେଳେ ଭଦ୍ରକରେ କୋର୍ଟଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । ଅନ୍ୟପଟେ ଜଣଙ୍କ ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ସମ୍ପୃକ୍ତ ମହିଳା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Sep 19, 2021, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.