ନାଳରେ ଭାସୁଛି ନବଜାତ ଶିଶୁର ମୃତଦେହ

author img

By

Published : Sep 6, 2022, 7:20 AM IST

ନାଳରେ ଭାସୁଛି ନବଜାତ ଶିଶୁର ମୃତଦେହ

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (MKCG Medical College) ନିକଟରେ ଥିବା ଏକ ନାଳରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏଭଳି ବାରମ୍ବାର ଘଟୁଥିବାରୁ ଏନେଇ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ସାଧାରଣରେ ହୋଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (MKCG Medical College) ଖେଳପଡିଆ ନିକଟରେ ରହିଥିବା ନାଳରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏଭଳି ଆଗରୁ ଅନେକ ଘଟଣା ସାମ୍ନାକୁ ଆସୁଥିବାବେଳେ, ଏନେଇ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ସାଧାରଣରେ ହୋଇଛି ।

ବ୍ରହ୍ମପୁର ସହରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ ପରିସରରେ ନବଜାତ ଶିଶୁର ମୃତଦେହ ରାସ୍ତାକଡରେ ପଡିରହିବା, କୁକୁର ଖାଇବା, କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହେବା ଘଟଣା ଅନେକ ଥର ନଜରକୁ ଆସିଛି । ଏଥିପ୍ରତି ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଉ ନଥିବା ଯୋଗୁଁ ଏଭଳି ବାରମ୍ବାର ଘଟୁଥିବାର ଅଭିଯୋଗ ହୋଇଛି ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ (MKCG Medical College) ଖେଳପଡିଆ ନିକଟରେ ରହିଥିବା ଏକ ନାଳରେ ଗୋଟିଏ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଭିଡ ଜମିଥିଲା । ତେବେ ଏହାକୁ ଗୁରୁତ୍ବ ଦେଇ ଏଭଳି ଘଟଣା ଆଗାମୀ ଦିନରେ ଯେପରି ନଘଟେ, ସେନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.