Eviction In Berhampur: ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା, 2 JCB ଭଙ୍ଗାରୁଜା

author img

By

Published : Dec 7, 2021, 10:44 PM IST

Berhampur city slum area

ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା (evection tension in berhampur) । ଚାରି ନିଗମ କର୍ମଚାରୀଙ୍କ ସମେତ ବସ୍ତି ବାସିନ୍ଦା ଆହତ । ଦୁଇ ଜେସିବି ଭଙ୍ଗାରୁଜା କରାଯାଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ସହରର ଲାଞ୍ଜିପଲ୍ଲୀରେ ବସ୍ତି ଉଚ୍ଛେଦ (slum area evection) ବେଳେ ଆଜି ଅପରାହ୍ନରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ଲାଞ୍ଜିପଲ୍ଲୀ ତିପ ସାହି ନିକଟବର୍ତ୍ତୀ ଗୌଡ଼ ବନ୍ଧ ସାହିରେ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉଚ୍ଛେଦ ହେଉଥିବା ଘର ମଧ୍ୟରେ ରହିଥିବା ଜଣେ ମହିଳାଙ୍କ ଉପରେ ଏକ କାନ୍ଥ ପଡିଯାଇଥିଲା । ଯାହା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ବସ୍ତିବାସିନ୍ଦା ଓ ଉପସ୍ଥିତ ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେବା ସହ ଘଟଣାସ୍ଥଳରେ ଢେଲା ପଥର ମାଡ଼ ହୋଇଥିଲା।

ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

ଯେଉଁଥିରେ ବସ୍ତି ଉଚ୍ଛେଦ କରିବାକୁ ଯାଇଥିବା ଜେସିବି ଗାଡିର ଡ୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି ।ଏହି ଘଟଣାରେ ନିଗମର ଚାରି କର୍ମଚାରୀଙ୍କ ସମେତ କେତେକ ବସ୍ତି ବାସିନ୍ଦା ଆହାତ ହୋଇଛନ୍ତି । ଏପରିକି ଦୁଇ ଜେସିବିର କାଚକୁ ଭଙ୍ଗାରୁଜା ହୋଇଥିବା ଦେଖାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.