ETV Bharat / city

ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପିର ପ୍ରତିବାଦ, କୁଶପୁତ୍ତଳିକା ଦାହ

author img

By

Published : Sep 26, 2020, 4:04 PM IST

କୋରୋନା ରୂପକ ମହାମାରୀ ସମୟରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢ଼ନ୍ତୁ...

ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିଜେପିର ପ୍ରତିବାଦ, ସିଏମଙ୍କ କୁଶପୁତୁଳିକା ଦାହ
ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିଜେପିର ପ୍ରତିବାଦ, ସିଏମଙ୍କ କୁଶପୁତୁଳିକା ଦାହ

ବ୍ରହ୍ମପୁର: କୋରୋନା ମହାମାରୀ ସମୟରେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ବିଜେପି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ସରକାର ଏଭଳି ସମୟରେ ବିଦ୍ୟୁତ ଦର ବୃଦ୍ଧି ଗରିବ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ଏହା ମହଙ୍ଗା ମାଡ ବୋଲି କୁହାଯାଇଛି ।

ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିଜେପିର ପ୍ରତିବାଦ, ସିଏମଙ୍କ କୁଶପୁତୁଳିକା ଦାହ

ଏନେଇ ସହରର ପୁରୁଣା ବସଷ୍ଟାଣ୍ଡ ଛକ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ବିକ୍ଷୋଭ ପୂର୍ବରୁ ବ୍ରହ୍ମପୁର ସହରର ଗାନ୍ଧିନଗର ଠାରୁ ଏହି ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.