ETV Bharat / city

ତୃତୀୟ ଦିନରେ ବୁଢୀ ଠାକୁରାଣୀ ଯାତ୍ରା, ଚାଲିଛି ଘଟ ପରିକ୍ରମା ପ୍ରସ୍ତୁତି

author img

By

Published : Apr 11, 2021, 5:48 PM IST

ବ୍ରହ୍ମପୁରରେ ଚାଲିଛି ପ୍ରସିଦ୍ଧ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା । ଆଜି ତୃତୀୟ ଦିବସ ଅବସରରେ ମହୁରୀ ରାଜବାଟୀ ଯିବେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀ । ଅଧିକ ପଢନ୍ତୁ..

ତୃତୀୟ ଦିନରେ ବୁଢୀ ଠାକୁରାଣୀ ଯାତ୍ରା, ଚାଲିଛି ଘଟ ପରିକ୍ରମା ପ୍ରସ୍ତୁତି
ତୃତୀୟ ଦିନରେ ବୁଢୀ ଠାକୁରାଣୀ ଯାତ୍ରା, ଚାଲିଛି ଘଟ ପରିକ୍ରମା ପ୍ରସ୍ତୁତି

ବ୍ରହ୍ମପୁର: ପରମ୍ପରା ଓ ନୀତିନିୟମକୁ ନେଇ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାର ପ୍ରମୁଖ ଆକର୍ଷଣ ରହିଥାଏ ଘଟ ପରିକ୍ରମା । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ତୃତୀୟ ଦିବସରେ ମହୁରୀ ରାଜବାଟୀ ଯିବେ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀ ।

ତୃତୀୟ ଦିନରେ ବୁଢୀ ଠାକୁରାଣୀ ଯାତ୍ରା, ଚାଲିଛି ଘଟ ପରିକ୍ରମା ପ୍ରସ୍ତୁତି

ଯାତ୍ରାର ପ୍ରଥମ ଦୁଇ ଦିନ ମାଆଙ୍କ ଆଜ୍ଞାମାଳ ଫୁଲ ଚାଙ୍ଗୁଡିରେ ପରିବର୍ତ୍ତନ ହେବା ପରେ ତୃତୀୟ ଦିବସର ଏହାକୁ ଘଟରେ କରାଯାଇଥାଏ ପରିବର୍ତ୍ତନ । ଏଣୁ ମାଆଙ୍କ ମୁଖ୍ୟ ଘଟ ସହିତ ଆଠଟି ପାଶ୍ବ ଘଟକୁ ମିଶାଇ ସମୁଦାୟ ନଅ ଗୋଟି ଘଟକୁ ବ୍ରହ୍ମପୁର ସହର ଉପକଣ୍ଠ କୁମ୍ଭାରପଲ୍ଲୀରୁ ଅଣାଯାଏ । ଏହା ପରେ ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ଘରେ ଚିତ୍ରଣ କରାଯାଇଥାଏ । ଚିତ୍ର କରୁଥିବା ପରିବାର ଆସି ଘଟ ଚିତ୍ରଣ କରୁଛନ୍ତି ।

ବର୍ଷ ବର୍ଷ ଧରି ପୁରୁଣା ବ୍ରହ୍ମପୁର ଅଞ୍ଚଳର ଏକ ଚିତ୍ରକର ପରିବାର ମାଆଙ୍କ ମୁଖ୍ୟ ଘଟ ସହିତ ସମସ୍ତ ଘଟକୁ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥାନ୍ତି । ଅନ୍ୟପଟେ ମାଆଙ୍କ ଘଟ ଚିତ୍ରଣ ପରେ ଏହାକୁ ଅଣାଯାଇ ଅସ୍ଥାୟୀ ମନ୍ଦିରରେ ପୁଜାର୍ଚ୍ଚନା କରାଯିବ । ଏହାପରେ ମାଆଙ୍କ ଘଟ ପରିକ୍ରମା ପାଇଁ ବାହାରିବ । ଯାହାକି ମୁଖ୍ୟ ଘଟ ସହିତ ସମସ୍ତ ପାଶ୍ବ ଘଟ ପ୍ରଥମେ ମହୁରୀ ରାଜବାଟିରେ ପହଞ୍ଚି ରାଜାଙ୍କ ଆଳତୀ ହେବାର ପରମ୍ପରା ରହିଛି । ସେହି ନିୟମ ପ୍ରକାରେ ଆଜି ରାତ୍ର ସମୟରେ ମାଆଙ୍କ ଘଟ ପରିକ୍ରମା ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.