ଗଛରେ ଚିତ୍ର ଆଙ୍କି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Jan 12, 2022, 6:40 PM IST

Updated : Jan 12, 2022, 8:02 PM IST

tribute to mihir das by drawing his photo on a tree

ବରିଷ୍ଠ ଅଭିନେତା ମିହିର ଦାସ ଅସମୟରେ ପର କରି ଆରପାରିକୁ ଚାଲି ଯାଇଛନ୍ତି । ବର୍ଷୀୟାନ ଅଭିନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୟୂରଭଞ୍ଜର ଚିତ୍ରକର ସମରେନ୍ଦ୍ର ବେହେରା । ଅଧିକ ପଢ଼ନ୍ତୁ

ବାରିପଦା: ଓଡ଼ିଆ ମନୋରଞ୍ଜନ ଦୁନିଆର ମଉଡମଣି ତଥା ବରିଷ୍ଠ ଅଭିନେତା ମିହିର ଦାସ ଅସମୟରେ ପର କରି ଆରପାରିକୁ ଚାଲି ଯାଇଛନ୍ତି । ଏଭଳି ସମ୍ବେଦନଶୀଳ ସମୟରେ ନିଆରା ଢଙ୍ଗରେ ଏହି ବର୍ଷୀଆନ ଅଭିନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୟୂରଭଞ୍ଜ ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ବେହେରା ।

ଗଛରେ ଚିତ୍ର ଆଙ୍କି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

ନଡ଼ିଆ ଗଛ ବକଳରେ ଚିତ୍ର ଆଙ୍କି ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ବେହେରା । କେନ୍ଦ୍ରାପଡାସ୍ଥିତ ଆର୍ଟ କଲେଜ ପରିସରରେ ଏହି ଚିତ୍ର ଆଙ୍କିଛନ୍ତି ସମରେନ୍ଦ୍ର। ପୂର୍ବରୁ ସେ ପରିବଶ ସୁରକ୍ଷା ଦିଗରେ ଚିତ୍ର ଆଙ୍କି ଅନେକ ସଚେତନତା ବାର୍ତ୍ତା ଦେଇଥିଲେ ।

63 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଭେଟେରାନ କଳାକାର ମିହିର ଦାସଙ୍କ ପରଲୋକ ଘଟିଛି । ଅଭିନେତା ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡି଼ଥିଲା । ଦୀର୍ଘ ଦିନ ହେଲା ସେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ଅପରାହ୍ନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଓଲିଉଡ ଫିଲ୍ମରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ । ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଆଜି କଟକ ସତୀଚଉରା ଶ୍ମଶାନରେ ଗାର୍ଡ ଅଫ୍‌ ଅନର୍‌ ସହ ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମୁଖାଗ୍ନି ଦେଇଛନ୍ତି ମିହିରଙ୍କ ବଡ ପୁଅ ଅମ୍ଳାନ । ମିଛି ମିଛିକା କନ୍ଦାଉଥିବା ମଣିଷଟି ଆଜି ସତରେ କନ୍ଦାଇଛି । ଆଉ ଏ ଅଭିନେତା ଫେରିବେନି କି ପରଦାରେ ଦର୍ଶକଙ୍କୁ ହସାଇବେନି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated :Jan 12, 2022, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.