ଗିରଫ ଭୟରେ ନାଳକୁ ଡେଇଁ ଯୁବକଙ୍କ ମୃତ୍ୟୁ ଘଟଣା, ଅବକାରୀ ବିଭାଗକୁ ଦାୟୀ କରି ରାସ୍ତାରୋକ

author img

By

Published : Sep 21, 2021, 8:43 PM IST

ଗିରଫ ଭୟରେ ନାଳକୁ ଡେଇଁ ଯୁବକଙ୍କ ମୃ୍ତ୍ୟୁ ଘଟଣା, ଅବକାରୀ ବିଭାଗକୁ ଦାୟୀ କରି ରାସ୍ତାରୋକ

ବାଲେଶ୍ବର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉବେଳେ ଗିରଫ ଭୟରେ ଯୁବକଙ୍କ ମୃତ୍ୟୁ ଘଟଣାରେ ବିଭାଗକୁ ଦାୟୀ କରି ରାସ୍ତାରୋକ କଲେ ପରିବାର । ସ୍ଥାନୀୟ ପ୍ରଶାସନ ଓ ପୋଲିସର ଆଲୋଚନା ପରେ ହଟିଲା ରାସ୍ତାରୋକ । କ୍ଷତିପୂରଣ ଦାବି । ଅଧିକ ପଢନ୍ତୁ...

ବାଲେଶ୍ବର:ଗିରଫଦାରୀ ଭୟରେ ଜଣେ ଯୁବକ ନାଳକୁ ଡେଇଁ ପ୍ରାଣ ହରାଇବା ଘଟଣାରେ ଅଞ୍ଚଳବାସୀ ଅବକାରୀ ବିଭାଗକୁ ଦାୟୀ କରି ରାସ୍ତାରୋକ କରିଛନ୍ତି । ପୁରୁଣା ବାଲେଶ୍ଵର ଠାରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିବାବେଳେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଳୋଚନା କରିବା ପରେ ରାସ୍ତାରୋକ ହଟିଥିଲା ।

ଗିରଫ ଭୟରେ ନାଳକୁ ଡେଇଁ ଯୁବକଙ୍କ ମୃ୍ତ୍ୟୁ ଘଟଣା, ଅବକାରୀ ବିଭାଗକୁ ଦାୟୀ କରି ରାସ୍ତାରୋକ

ସୂଚନା ଅନୁସାରେ, ଖନ୍ତାପଡ଼ା କଣ୍ଟିଆଚିରା ଅଞ୍ଚଳରେ ସୋମବାର ଅବକାରୀ ବିଭାଗ ଚଢ଼ାଉ କରି ମଦ ଜବତ ସହ 3 ଜଣଙ୍କୁ ଗିରଫ କରିଥିଲା। ଏହି ସମୟରେ ଏହି କାରବାରରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ପୁରୁଣା ବାଲେଶ୍ବର ଅଞ୍ଚଳର ଯୁବକ ସପନ ମାଝୀ ଗିରଫଦାରୀ ଭୟରେ ନିକଟସ୍ଥ ଏକ ନାଳକୁ ଡେଇଁ ପଡ଼ିଥିଲେ। ଲଗାଣ ବର୍ଷା ଯୋଗୁଁ ନାଳରେ ପ୍ରଖର ସ୍ରୋତ ଥିବା ଯୋଗୁଁ ଭାସି ନିଖୋଜ ହୋଇଯାଇଥିଲେ ସପନ । ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହାକୁ ନେଇ ଅବକାରୀ ବିଭାଗକୁ ଦାୟୀ କରି ମୃତ ଯୁବକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ ଟାୟାର ଜାଳି ଆଜି ପୁରୁଣା ବାଲେଶ୍ଵର ଠାରେ ରାସ୍ତାରୋକ କରିଥିଲେ। ସେଠାରେ ଟାଉନ ଥାନା ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.